Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଶିକ୍ଷକ ଦାବି ଦିବସ”ରେ ମହାସମାବେଶ ଓ ଅହୋରାତ୍ର ଗଣଧାରଣା: ସମନ୍ୱୟ ସମିତି
ଆଜିର ଖବର

“ଶିକ୍ଷକ ଦାବି ଦିବସ”ରେ ମହାସମାବେଶ ଓ ଅହୋରାତ୍ର ଗଣଧାରଣା: ସମନ୍ୱୟ ସମିତି

August 9, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
"ଶିକ୍ଷକ ଦାବି ଦିବସ''ରେ ମହାସମାବେଶ ଓ ଅହୋରାତ୍ର ଗଣଧାରଣା: ସମନ୍ୱୟ ସମିତି
"ଶିକ୍ଷକ ଦାବି ଦିବସ''ରେ ମହାସମାବେଶ ଓ ଅହୋରାତ୍ର ଗଣଧାରଣା: ସମନ୍ୱୟ ସମିତି

ଭୁବନେଶ୍ୱର: ରାଜ୍ୟର ସ୍କୁଲ କଲେଜ ଓ ଶିକ୍ଷକ କର୍ମଚାରୀମାନଙ୍କର ନ୍ୟାୟ ସଂଗତ ଦାବି ପୂରଣ ନହେଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବ୍ୟାନରରେ ବହୁବର୍ଷ ଧରି ଶିକ୍ଷକ ମହାସଂଘ ଦ୍ୱାରା କ୍ରାନ୍ତିର ସ୍ୱର ସାଜି ପାଳିତ ହୋଇ ଆସୁଥିବା ଐତିହାସିକ ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବି ଦିବସରେ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ ଓ ଅହୋରାତ୍ର ଗଣଧାରଣା ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍‌ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି।

ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ,  ଅବସର ନେଇଥିବା ଓ ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍‌, ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ନିଯୁକ୍ତି ଓ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ସରକାରୀକରଣ କ୍ଷେତ୍ରରେ ସରକାରଙ୍କ ଅହେତୁକ ବିଳମ୍ବର ପ୍ରତିବାଦରେ ଏ ସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଶିକ୍ଷାର୍ଥୀ ମାନଙ୍କର ବିଭିନ୍ନ ଅସମାହିତ ସମସ୍ୟା ଓ ଦାବି ନେଇ ସରକାରଙ୍କର କଳ ଓ ଦଳ ସହିତ ବାରମ୍ବାର ସାକ୍ଷାତ ଆଲୋଚନା, ପତ୍ର ବିନିମୟ ଏବଂ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଦାବି ପୁରଣ ନ ହେବାରୁ ବାଧ୍ୟ ହୋଇ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜର ନ୍ୟାୟ ସଙ୍ଗତ ଅଧିକାର ପାଇଁ  ଅଗଷ୍ଟ ୫ ତାରିଖରେ ରାଜ୍ୟର ସମସ୍ତ ବ୍ଲକରୁ ବି.ଡ଼ି.ଓ. ମାନଙ୍କ ଜରିଆରେ, ଅଗଷ୍ଟ ୭ ତାରିଖରେ ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କର ୪ ଦଫା ସମସ୍ୟା ସମ୍ବଳିତ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। କିନ୍ତୁ ଇତିମଧ୍ୟରେ ସରକାରଙ୍କ ପକ୍ଷରୁ  କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିବାରୁ ସମାନତାଭିତ୍ତିକ ଶିକ୍ଷାବ୍ୟବସ୍ଥା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ଅଧିକାର, ଶିକ୍ଷକମାନଙ୍କ ମର୍ଯ୍ୟାଦା ଓ ସେବା ସହିତ ଶିକ୍ଷାର ଭବିଷ୍ୟତ ପାଇଁ ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀମାନେ ନିଜର ଅଧିକାର ପାଇଁ ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବି ଦିବସରେ ମହାସମାବେଶ ଓ ଦାବି ହାସଲ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣାରେ ବସିବା ପାଇଁ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି। ୨୦୦୪ ରୁ ୨୦୨୫ ମସିହା ମଧ୍ୟରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି ଓ ଅନେକ ମୃତ୍ୟୁବରଣ କରିଛନ୍ତି। ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୪ ମସିହାରେ ୩୦୧୨ ବିଦ୍ୟାଳୟ ସରକାରୀକରଣ ହୋଇଥିଲା। ବର୍ତ୍ତମାନର ନୂତନ ସରକାର ୩୦ ବର୍ଷ ପରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କଲେ ଉଲ୍ଲେଖିତ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ।

ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ବ୍ୟବସ୍ଥାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ କରିବା,  ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀ କରଣ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ରାଜ୍ୟର ସମସ୍ତ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯଥା- ଶିକ୍ଷାଉପକରଣ, ପୋଷାକ ଓ ସାଇକେଲ ଆଦି ଯୋଗାଇ ଦେବା ଇତ୍ୟାଦି ଦାବି ସମୂହ ପୂରଣ ହେଲେ ଓଡ଼ିଶାର ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀଙ୍କ ଅବସ୍ଥା ସୁଧୁରିବା ସହିତ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ସମନ୍ୱୟ ସମିତିର ସଭ୍ୟମାନେ ମତ ପ୍ରଦାନ କରିଛନ୍ତି।

ଆସନ୍ତା ଅଗଷ୍ଟ ୧୬ ତାରିଖରେ ହଜାର ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ କଂଗ୍ରେସଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପି.ଏମ୍‌.ଜି. ଅଭିମୁଖେ ଅଗ୍ରସର ହେବେ। ବିଧାନସଭା ସମ୍ମୁଖସ୍ଥ ଗାନ୍ଧିମାର୍ଗରେ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଅହୋରାତ୍ର ଗଣଧାରଣା ଜାରି ରହିବ। ଏଥିପାଇଁ ଯଦି ସରକାର କିମ୍ବା ପ୍ରଶାସନ କୌଣସି ପରିସ୍ଥିତିର ସମ୍ମୁଖିନ ହୁଅନ୍ତି, ତେବେ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟି ରହିବେ।

ଉକ୍ତ ସଭାରେ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି ଓ ବିିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ, ଛାତ୍ର ସଙ୍ଗଠନ, ବିଭିନ୍ନ ଗଣ ସଙ୍ଗଠନର ପଦାଧିକାରୀ ଉପସ୍ଥିତ ରହି ଉଦ୍‌ବୋଧନ ଦେବେ। ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026
Latest News

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026

ବିବାହର ମାତ୍ର ୩ ଦିନ ପରେ ଭୟଙ୍କର କାଣ୍ଡ! ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କୁ ବିଷ ଦେଇ ଫେରାର ନବବଧୂ

October 12, 2026

କୋଶଳ ଆନ୍ଧ୍ର କଲଚରାଲ ଆସୋସିଏସନ୍ ର ୨୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.