ରାଜ୍ୟରେ ଅଶ୍ଲୀଳ ଭିଡିଓ ଭାଇରାଲ୍ ହେବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ବାଲେଶ୍ବରରେ ଏପରି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସମ୍ବଲପୁରରେ ଏହିପରି ଘଟଣା ସମ୍ମୁଖକୁ ଆସିଛି । ସମ୍ବଲପୁରରେ ଏକ ଭାଇରାଲ୍ ଭିଡିଓ ଘଟଣା ସମ୍ମୁଖକୁ ଆସିଛି । ଜନୈକା ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସ୍ ଜଣଙ୍କୁ ଗିରଫ କରିଛି । ଯେଉଁ ମହିଳାଙ୍କ ଭିଡିଓ ସୁଟିଂ କରାଯାଇଛି ତାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମହିଳାଙ୍କୁ ସୁଟ୍ କରି ଭିଡିଓ ଭାଇରାଲ୍ କରିଥିଲେ ।