Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା
ଆଜିର ଖବର

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଟଲ୍‌ ମିଟ୍‌-୨୦୨୬
ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

ମେଟଲ୍‌ ମିଟ୍‌-୨୦୨୬: ଦୈନିକ ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲଠାରେ କୁଇଜ୍‌ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌-୨୦୨୬’ର ଗ୍ରାଣ୍ଡ ଫାଇନାଲ୍ସ ରବିବାର ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ଏବଂ ସିନିୟର ବର୍ଗରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହୋଇଛନ୍ତି।

ସେହିପରି ଜୁନିୟର ବର୍ଗରେ ମଦର୍ସ ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌ ଓ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଅନୁରୂପ ଭାବେ ସିନିୟର ବର୍ଗରେ ଆଇଆଇଟି ଗୁଆହାଟୀ ପ୍ରଥମ ରନର୍ସଅପ୍‌ ଏବଂ ଏନ୍‌ଏଲୟୁଓ ଦ୍ୱିତୀୟ ରନର୍ସଅପ ହୋଇଛନ୍ତି। ଉଭୟ ବର୍ଗର ଚାମ୍ପିୟନଙ୍କୁ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ରନର୍ସଅପ୍‌ଙ୍କୁ ୫୦ହଜାର ଓ ଦ୍ୱିତୀୟ ରନର୍ସଅପ୍‌ଙ୍କୁ ୨୫ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଚଳିତ ଥର ଥିଲା ‘ମେଟଲ ମିଟ୍‌’ର ଦଶମ ସଂସ୍କରଣ। ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ କୁଇଜ୍‌ ପ୍ରତିଯୋଗିତାରେ ଏଥର ମଧ୍ୟ ରାଜ୍ୟ ବାହାରୁ ବିଶେଷକରି ପୂର୍ବାଞ୍ଚଳ ଜୋନ୍‌ରୁ ଅଂଶଗ୍ରହଣକାରୀମାନେ ସାମିଲ ହୋଇଥିଲେ। ଏଥିରେ ଜୁନିୟର ଓ ସିନିୟରଙ୍କୁ ମିଶାଇ ମୋଟ ୮୦ଟି ଦଳ ଭାଗ ନେଇଥିଲେ। ଜୁନିୟରରେ ରାଜ୍ୟ ଭିତରୁ ୩୯ଟି ଟିମ୍‌ ସାମିଲ ହୋଇଥିବାବେଳେ ସିନିୟର ବର୍ଗରେ ରାଜ୍ୟ ଓ ରାଜ୍ୟ ବାହାରକୁ ମିଶାଇ ୪୧ଟି ଦଳ ଅଂଶଗ୍ରହଣ କରିଥିଲେ।

ଶନିବାର ଅନୁଷ୍ଠିତ ପ୍ରିଲିମ୍ସରେ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ୍‌ ଗ୍ରାଣ୍ଡ ଫାଇନାଲ୍ସକୁ ଉନ୍ନୀତ ହୋଇଥିଲେ। ରବିବାର ଅପରାହ୍ନରୁ ପ୍ରଥମେ ଜୁନିୟର ବର୍ଗର ଗ୍ରାଣ୍ଡ ଫାଇନାଲ୍ସ ଆରମ୍ଭ ହୋଇଥିଲା। କୁଇଜ ମାଷ୍ଟର ଅଜୟ ପୁନିଆ ଉଭୟ ବର୍ଗର ୮ଟି ଦଳର ଅଂଶଗ୍ରହଣକାରୀଙ୍କ ପାଇଁ ୫ଟି ପର୍ଯ୍ୟାୟରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ପ୍ରଶ୍ନମାନ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ଶତପଥୀ ମେଟଲ ମିଟ୍‌ର ଆଭିମୁଖ୍ୟ ବିଷୟରେ କହିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ସେ କହିଥିଲେ ଯେ, ଏହି କୁଇଜ୍‌ ଏକ ଦଶନ୍ଧି ପୂରଣ କରିଛି। ଯୁବପିଢ଼ି ମଧ୍ୟରେ କୁଇଜ୍‌ ପ୍ରତି ଆଗ୍ରହ ଓ ଉତ୍ସୁକତା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଜି ଛାତ୍ରୀଛାତ୍ରଙ୍କର ଏକ ପ୍ରିୟ ମଞ୍ଚରେ ପରିଣତ ହୋଇଛି। ‘ଧରିତ୍ରୀ’ ଓ ‘ଓଡିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦ୍ୟାଶା ଶତପଥୀ କହିଥିଲେ ଯେ, ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଏବେ ଜାତୀୟସ୍ତରରେ ନିଜର ପରିସର ବୃଦ୍ଧି କରି ନୂଆ ଦଶନ୍ଧିରେ ପ୍ରବେଶ କରୁଛି। ପ୍ରତିଯୋଗିତା ପ୍ରତି ମିଳୁଥିବା ବ୍ୟାପକ ସମର୍ଥନ ଓ ଉତ୍ସାହ ଏହାକୁ ଦେଶବ୍ୟାପୀ ଟିମ୍‌ଗୁଡିକ ପାଇଁ ଉନ୍ମୁକ୍ତ କରିବାକୁ ପ୍ରେରଣା ଦେଇଛି। କାର୍ଯ୍ୟକ୍ରମକୁ ମାନ୍‌ସୀ ମିଶ୍ର ଉପସ୍ଥାପନା କରିଥିଲେ।

Metal Meet Orissa Post ମେଟଲ୍‌ ମିଟ୍‌-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026

ନାଳରେ ଭାସିଗଲେ ଦୁଇ କାଉଡିଆ

August 10, 2026

ବାଲୁଗାଁ ମା ଭଗବତୀ କଳାନିକେତନର ସଂଗୀତ ଓ ନୃତ୍ୟ ପରୀକ୍ଷା, କୃତି ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ 

August 10, 2026
Latest News

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026

ନାଳରେ ଭାସିଗଲେ ଦୁଇ କାଉଡିଆ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.