Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ
ଆଜିର ଖବର

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ
ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେସନାଲ୍ ଆଣ୍ଡ୍ ଚ୍ୟାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ନୂଆଦିଲ୍ଲୀଠାରେ ‘ଜଳବାୟୁ ପରିବର୍ତ୍ତନ : ଆହ୍ୱାନ ଓ ଅବସର’ ଶୀର୍ଷକ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ, ପରିବେଶବିତ୍, ଶିଳ୍ପପତି, ଶିକ୍ଷାବିତ୍ ଓ ସମାଜସେବୀମାନେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ ସାଧନ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସ୍ତାବ, ଯୋଜନା ଓ ଅଭିନବ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତର ୨୧ ଜଣ ବିଶିଷ୍ଟ ପରିବେଶବିତ୍, ସମାଜସେବୀ ଏବଂ ଅନୁଷ୍ଠାନଙ୍କୁ ପରିବେଶ ସୁରକ୍ଷା, ଜଳବାୟୁ ସଚେତନତା ଓ ସମାବେଶୀ ବିକାଶ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସ୍ପଦ ‘ପଞ୍ଚମ ପରିବେଶ ରତ୍ନ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା।

ସମ୍ମାନିତ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ରବୀନ୍ଦ୍ରନାଥ ପ୍ରଧାନ, କିଶୋର ଦ୍ୱିବେଦୀ, ଆଶୁତୋଷ ତ୍ରିପାଠୀ, ଇଞ୍ଜିନିୟର ସୁଶାନ୍ତ କୁମାର ମହାପାତ୍ର, ଡକ୍ଟର ମଧୁସ୍ମିତା ଦାସ, ଡକ୍ଟର ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଦୀପକ କୁମାର ରଥ, ଇଞ୍ଜିନିୟର ଅକ୍ଷୟ କୁମାର ସାମଲ, ରୀତା ପାତ୍ର, ବନ୍ଦନା ସାହୁ, ବିଶ୍ୱନାଥ ଗୁରୁଦତ୍ତ, ସୟଦ ଇସାକ୍, ସଞ୍ଜୟ ମିଶ୍ର, ଜ୍ୟୋତ୍ସ୍ନାରାଣୀ ରାଉତରାୟ, ବିଜୟା ନବମୀ, ଗୋବର୍ଦ୍ଧନ ଧଳ, ପ୍ରବୀର କୁମାର ମହାନ୍ତି, ଅଜୟ କୁମାର ବେହେରା, କେଏମ୍‌ଭି ପ୍ରୋଜେକ୍ଟସ୍ ଲିମିଟେଡ୍ ଏବଂ ମହାକାଂକ୍ଷା ୱେଲଫେୟାର୍ ଫାଉଣ୍ଡେସନ୍ ଆଦି ଅନ୍ତର୍ଭୁକ୍ତ ଥିଲେ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସାରା ଦେଶରେ ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ଓ ସମାଜସେବା କ୍ଷେତ୍ରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ କରାଯାଉଥିବା ବ୍ୟାପକ ଜନହିତକର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ବିପିନ ବିହାରୀ ମିଶ୍ର ଓ ପ୍ରତିଷ୍ଠାତ୍ରୀ ଡକ୍ଟର ସୁକାନ୍ତି ମିଶ୍ରଙ୍କ ତତ୍ତ୍ୱାବଧାନରେ ଏଭଳି ମହତ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସେ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ମୁଖ୍ୟବକ୍ତା ଭାବେ ଅଭିଭାଷଣ ପ୍ରଦାନ କରି ଭାରତ ସରକାରଙ୍କ ପାଣିପାଗ ବିଭାଗର ମହା-ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ତାପମାନ ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣର ଭୟାବହ ପ୍ରଭାବ ସମ୍ପର୍କରେ ସତର୍କବାଣୀ ଶୁଣାଇଥିଲେ।

ସମ୍ମିଳନୀରେ ମୁଖ୍ୟ ପ୍ରବନ୍ଧ ଉପସ୍ଥାପନ କରି ହର୍ଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶିବପ୍ରସାଦ ମହାନ୍ତି ପୃଥିବୀରେ ଦ୍ରୁତଗତିରେ ହେଉଥିବା ପରିବେଶଗତ ଅବକ୍ଷୟ ଓ ତାହାଦ୍ୱାରା ଉପୁଜିଥିବା ସଙ୍କଟ ସମ୍ପର୍କରେ ଗଭୀର ଚିନ୍ତା ପ୍ରକଟ କରିଥିଲେ।

ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଏଚ୍‌ପିସିଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ରମେଶ ଚନ୍ଦ୍ର ବାଘ ,ବରିଷ୍ଠ ପ୍ରଶାସକ ଗୋକୁଳ ପଟ୍ଟନାୟକ ଏବଂ ଡକ୍ଟର ସଞ୍ଜୀବ କୁମାର ପାଟ୍ଟଯୋଶୀ ପ୍ରମୁଖ ସାମିଲ ଥିଲେ।

ଅନ୍ୟାନ୍ୟ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବୈଜ୍ଞାନିକ ଉଦ୍ଭାବନ, ପରିବେଶ ସଂରକ୍ଷଣ, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସୁଶାସନ ଏବଂ ଜନସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସଭାରେ ସଭାପତିତ୍ୱ କରି ମୁଖ୍ୟ ଆୟୋଜକ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ବିପିନ ବିହାରୀ ମିଶ୍ର, “ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ; ଏହା ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ। ଏହି ସମ୍ମିଳନୀ ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ସାମୂହିକ ସଚେତନତା ଓ ସହଯୋଗକୁ ଆହୁରି ସୁଦୃଢ଼ କରିବା ଆମର ଉଦ୍ଦେଶ୍ୟ”ବୋଲି କହିଥିଲେ।

ସମ୍ମିଳନୀର ସହ-ଆୟୋଜିକା ତଥା ଟ୍ରଷ୍ଟର ସମ୍ପାଦିକା ଡକ୍ଟର ସୁକାନ୍ତି ମିଶ୍ର ତାଙ୍କ ଉଦ୍‌ବୋଧନରେ ‘ପରିବେଶ ରତ୍ନ ସମ୍ମାନ’ରେ ସମ୍ବର୍ଦ୍ଧିତ ପ୍ରତିଭା ଓ ପ୍ରତିଷ୍ଠାନଗୁଡ଼ିକ ସବୁଜ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ ପ୍ରକୃତିର ସୁରକ୍ଷା ସମ୍ପର୍କିତ ସେମାନଙ୍କ ଅଭିଯାନକୁ ଆହୁରି ସକ୍ରୀୟ ଓ ବ୍ୟାପକ କରିବାକୁ ନିବେଦନ କରିଥିଲେ।

ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ। ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ଏବଂ ଆଗାମୀ ପୀଢ଼ି ପାଇଁ ଏକ ସୁସ୍ଥ, ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାରତ ଗଠନର ସାମୂହିକ ସଂକଳ୍ପ ସହିତ ସମ୍ମିଳନୀର ସମାପନ ଘଟିଥିଲା।

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

August 30, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

August 30, 2026

ଆଜି ଅଗଷ୍ଟ ୩୦ ତାରିଖରେ ଏହି ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

August 30, 2026

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026
Latest News

ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

August 30, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

August 30, 2026

ଆଜି ଅଗଷ୍ଟ ୩୦ ତାରିଖରେ ଏହି ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

August 30, 2026

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.