Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା
ଆଜିର ଖବର

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା
୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

ଭୁବନେଶ୍ଵର: ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରିଗର ସଂଘ ନେତୃତ୍ଵରେ ଆଜି ପଞ୍ଚାୟତ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ ମାନଙ୍କର ଏକ ବିଶାଳ ବିକ୍ଷୋଭ ଲୋୟର ପିଏମଜିରେ ପ୍ରଦର୍ଶନ କରାଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ନିୟୋଜିତ ଏସଇଏମ ତଥା ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କୁ ସର୍ବନିମ୍ନ ମଜୁରୀ, ଜଳ ଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ, ଦୁର୍ଘଟଣାରେ ଅକାଳ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ଏସଇଏମ ପରିବାରକୁ ଅନ୍ୟୁନ ଦଶ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ, ଅବସର ନେଉଥିବା ଏସଇଏମକୁ ଗ୍ରାଚ୍ୟୁଇଟି ଓ ପେନସନ ପ୍ରଦାନ ଏବଂ ଅବସର ବୟସ ସୀମା ୬୦ ରୁ ୬୫ ବର୍ଷକୁ ବୃଦ୍ଧି କରିବା ଦାବିରେ ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରିଗର ସଂଘ ନେତୃତ୍ଵରେ ଆଜି ବିଧାନସଭା ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯାଇଛି।

ସଭାପତି ପ୍ରଦୀପ୍ତ ରାମ, ଉପସଭାପତି ଚିନ୍ତାମଣି ପଟ୍ଟନାୟକ, ସମ୍ପାଦକ ଜିତେନ୍ଦ୍ର ବଳବନ୍ତରାୟ, ସହ ସମ୍ପାଦକ ସିମାଞ୍ଚଳ ବେହେରା ଓ କୋଷାଧ୍ୟକ୍ଷ ପ୍ରଦୀପ୍ତ ପରିଡ଼ାଙ୍କ ନେତୃତ୍ଵରେ ମାଷ୍ଟରକ୍ୟାଣ୍ଟିନ ଛକରୁ ସାହାସ୍ରାଧିକ ବିକ୍ଷୋଭକାରୀ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିକ୍ଷୋଭସ୍ଥଳରେ ଆୟୋଜିତ ପ୍ରତିବାଦ ସଭାରେ ସଂଘର କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ଵରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ଉକ୍ତ ପ୍ରତିବାଦ ସଭାରେ ଏସଇଏମ ନେତାମାନେ ସରକାରଙ୍କର ଶ୍ରମିକ ମାରଣ ତଥା ଅମଲା ଠିକାଦାର ତୋଷଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ନିୟୋଜିତ ଏସଇଏସ ମାନଙ୍କୁ ବିଗତ ଶତାବ୍ଦୀର ୯୦ ଦଶକରୁ ବିନା କର୍ମଚାରୀର ସ୍ବୀକୃତି କିମ୍ବା କୌଣସି ପାରିଶ୍ରମିକ ନଦେଇ ପଞ୍ଚାୟତରେ ଓଡିଶା ସରକାର ଏମାନଙ୍କୁ ବେଠି ଖଟାଇ ଆସୁଛନ୍ତି।

ଇଚ୍ଚ ଦକ୍ଷତା ସମ୍ପନ୍ନ ନଳକୂପ ମିସ୍ତ୍ରୀ ଓ କାରିଗରଙ୍କୁ ସରକାରୀ ନିର୍ଦ୍ଦେଶନାମା ଓ ସରକାରୀ ଘୋଷଣା ପତ୍ର ଅନୁଯାୟୀ ପଞ୍ଚାୟତ ସ୍ତରରେ ଦକ୍ଷତା ଭିତ୍ତିରେ ନିଯୁକ୍ତି ଦିଆଯାଉଥିଲେ ମଧ୍ୟ ଏହି ଶ୍ରମିକ କାରିଗରମାନଙ୍କୁ ସରକାର ଅଦ୍ୟାବଧି ଜଳ ଯୋଗାଣ କର୍ମଚାରୀର ମାନ୍ୟତା କିମ୍ବା ସର୍ବନିମ୍ନ ମଜୁରୀ ପ୍ରଦାନ କରୁନାହାନ୍ତି। ଏକ ସ୍ଥାୟୀ କାମରେ ସ୍ଥାୟୀ ଭାବେ ସେବା ପ୍ରଦାନ କରିଆସୁଥିବା ଏହି କାରିଗରମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେବା ଏକ ଚରମ ସରକାରୀ ଅବହେଳାର ନିର୍ଦ୍ଦଶନ।

କାଗଜପତ୍ର ଘୋଷଣାରେ ଏହି ଶ୍ରମିକମାନେ ମାମୁଲି କାମ କରିବେ ବୋଲି ଦାୟିତ୍ଵ ଦେବା ବେଳେ ଘୋଷଣା କରାଯାଇଥିଲେ ମଧ୍ୟ କାର୍ଯ୍ୟତଃ ଏମାନଙ୍କୁ ସମସ୍ତ ମେଜର ରିପ୍ୟାରିଂ କାମ କରିବାକୁ ବାଧ୍ୟ କରାଯାଉଛି। ଡିଏଫଆଇଡି ଓ ୱାର୍ଲ୍ଡ ବ୍ୟାଙ୍କ ଚୁକ୍ତିର ଅବଧି ୨୦୦୪ ମସିହା ସୁଦ୍ଧା ଶେଷ ହେବା ପରେ ସରକାର ଅନ୍ୟାନ୍ୟ ଠିକା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ନିମନ୍ତେ ନୀତି ନିର୍ଦ୍ଧାରଣ କରି ସ୍ଥାୟୀ କରୁଥିଲେ ମଧ୍ୟ ଏସଇଏମ ମାନେ ଏହି ତାଲିକାରେ କାହିଁକି ନାହାନ୍ତି ବୋଲି ସଂଘ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି।

ଏହି କୁଶଳୀ କାରିଗରମାନେ ଦୈନିକ ଆଠ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି। ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥାରେ ନିୟୋଜିତ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ  ମାନଙ୍କର ନ୍ୟାୟ ସମ୍ମତ ଦାବି ପୂରଣ କରିବା ପାଇଆନ ଏକ ପାଞ୍ଚ ଦଫା ଦାବି ସମ୍ବଳିତ ଦାବିପତ୍ର ସଭାପତି ପ୍ରଦୀପ୍ତ ରାମଙ୍କ ନେତୃତ୍ଵରେ ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ପଞ୍ଚାୟତରାଜ ମନ୍ତ୍ରୀ ରବୀନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ। ସରକାର ତୁରନ୍ତ ଦାବିମାନି ନନେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ଯ ତଥା ଏସଇଏମ ନେତା ସର୍ବଶ୍ରୀମାନ ଗୋବିନ୍ଦ ପଣ୍ଡା, ବିଶ୍ଵଜିତ ମହାନ୍ତି, ପ୍ରକାଶ ନାହାକ, ପଙ୍କଜ ବେହେରା, ଟୁନା ନାହାକ, ଚନ୍ଦ୍ରଶେଖର ହେମରମ, ସୁନୀଲ ମହାନ୍ତ, ଦିଲ୍ଲୀପ ସ୍ଵାଇଁ, ହିମାଂଶୁ ପାତ୍ର, ସାଧୁ ଷେଣ୍ଢ, ରବୀନ୍ଦ୍ର ମେହେର ପ୍ରମୁଖ ନେତୃତ୍ଵ ନେଇଥିଲେ।

ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକ ବିଧାନସଭା ସମ୍ମୁଖରେ ଗଣଧାରଣା ବିଶାଳ ବିକ୍ଷୋଭ ଲୋୟର ପିଏମଜି ସ୍ବାବଲମ୍ବୀ କାରିଗର ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ସମୀକ୍ଷା କଲା ରାଜ୍ୟ ବୈଷୟିକ ଟାସ୍କଫୋର୍ସ

August 30, 2026

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ୟାପକ ଯାଞ୍ଚ

August 30, 2026

ନେପାଳ ବନ୍ୟା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ

August 30, 2026

ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

August 30, 2026
Latest News

ସ୍କିନ୍‌କେୟାରରେ କାହିଁକି ଆଲୋଭେରାର ଏତେ ଚାହିଦା? ଜାଣନ୍ତୁ କାରଣ

August 30, 2026

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ସମୀକ୍ଷା କଲା ରାଜ୍ୟ ବୈଷୟିକ ଟାସ୍କଫୋର୍ସ

August 30, 2026

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ୟାପକ ଯାଞ୍ଚ

August 30, 2026

ନେପାଳ ବନ୍ୟା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ

August 30, 2026

ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.