Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ
ଆଜିର ଖବର

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha State Warehousing Corporation Distributes Dividend
Odisha State Warehousing Corporation Distributes Dividend

 ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨,୮୮,୩୭,୯୧୩/- ଟଙ୍କା ଲାଭାଂଶ ପ୍ରଦାନ କରାଯାଇଅଛି। ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଲାଭାଂଶ ରାଶି ପ୍ରଦାନ କରିଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ନିଗମର ମୋଟ ଲାଭ ହେଉଛି ୧୯,୨୨,୫୨,୭୫୧/- ଟଙ୍କା। ଏହି ବର୍ଷ ପାଇଁ ମୋଟ ଲାଭର ୩୦% ହିସାବରେ ଡିଭିଡେଣ୍ଡ୍ ରାଶି ହେଉଛି ୫,୭୬,୭୫,୮୨୬/ ଟଙ୍କା। ଏହି ଡିଭିଡେଣ୍ଟ ରାଶି କୁ ଉଭୟ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ସମ ପରିମାଣରେ ଅର୍ଥାତ ପ୍ରତିଟି ଅଂଶୀଦାରଙ୍କୁ ୨,୮୮,୩୭,୯୧୩/- ଟଙ୍କା ପ୍ରଦାନ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ପଣ୍ୟାଗାର ନିଗମର ସଚିବ ତଥା ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ୱାଇଁ, ମୁଖ୍ୟ ସାଧାରଣ ପରିଚାଳକ ତୃପ୍ତି କଲ୍ୟାଣ ସେଠୀ, ବରିଷ୍ଠ ଅଧୀକ୍ଷକ ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା। ଏହାର ଷ୍ଟୋରେଜ୍ କ୍ଷମତା ହେଉଛି ୫,୨୧,୬୦୦ ମେଟ୍ରିକ ଟନ୍। ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ଗୋଦାମ ରହିଛି। ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ନିୟମିତ ଭାବରେ ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରୁଅଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୮୧,୫୯,୮୪୫/- ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୩,୪୦,୬୪,୧୦୫/- ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୪, ୩୬, ୩୧, ୨୫୧/- ଟଙ୍କା ପ୍ରଦାନ କରାଯାଇଥିଲା।

 

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଡିଭିଡେଣ୍ଡ୍ ଅର୍ଥ ଲାଭାଂଶ ଅର୍ଥ ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026
Latest News

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.