ଭୁବନେଶ୍ୱର: ଘୋଷଣା ହୋଇଛି ପୁଲିସ ସେବା ପୁରସ୍କାର-୨୦୨୬। ଚଳିତ ବର୍ଷ ଓଡ଼ିଶାର ୧୭ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା, ସାହସିକତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ପୁରସ୍କୃତ କରାଯିବ। ଏହି ତାଲିକାରେ ୫ ଜଣଙ୍କୁ ସାହସିକତା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ।
ଘୋଷିତ ତାଲିକାରେ ଓଡ଼ିଶା ପୁଲିସର ଏଡିଜି ସଞ୍ଜୀବ ପଣ୍ଡା ଓ ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି। ସେହିପରି ସବ୍-ଇନ୍ସପେକ୍ଟର ମନ୍ମଥ ମହାପାତ୍ର ଓ ହାବିଲଦାର ନିରାକାର ଭୁଏଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ।
କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସାହସ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ଏହି ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜାତୀୟ ସ୍ତରରେ ସମ୍ମାନିତ ହେବେ। ଏହି ସମ୍ମାନ ଓଡ଼ିଶା ପୁଲିସ ବାହିନୀ ପାଇଁ ଗୌରବର ବିଷୟ ହୋଇଛି।
ମୋଟ ୧୭ ଜଣଙ୍କୁ ଏହି ସମ୍ମାନ ମିଳିବା ନେଇ ଘୋଷଣା ପରେ ପୁଲିସ ବିଭାଗରେ ଉତ୍ସାହ ପ୍ରକାଶ ପାଇଛି।


