Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ
ଆଜିର ଖବର

ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

August 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ
ଦେଶ ଭକ୍ତି, ଦେଶ ପ୍ରେମ ଓ ଜାତୀୟତାବୋଧର ପ୍ରତୀକ ତ୍ରିରଙ୍ଗା: ଭୁବନେଶ୍ୱର ସାଂସଦ

ଖୋରଧା: ତ୍ରିରଙ୍ଗା ପତାକା ଆମ ଦେଶ ଭକ୍ତି, ଦେଶ ପ୍ରେମ, ଜାତୀୟତାବୋଧ, ଶାନ୍ତି, ମୈତ୍ରୀ ଓ ସମ୍ପ୍ରିତିର ପ୍ରତୀକ।  ଅଖଣ୍ଡ ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧି ସ୍ୱାଧୀନତାର ଇତିହାସକୁ ମନେପକାଇ ଜାତୀୟ ଏକତା, ଅଖଣ୍ଡତା, ମଜବୁତ୍ କରି ଜାତୀୟ ସଂହତି କୁ ସୁଦୃଢ ଓ ଉଦ୍ରେଗ କରି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଉର୍ଦ୍ଧରେ ସମସ୍ତଙ୍କୁ ଦେଶ ମାତୃକା ସେବାରେ ପ୍ରେରଣା ଦେଇ ଆମ ରାଷ୍ଟ୍ରକୁ ବିଶ୍ୱ ଦରବାରରେ ସର୍ବୋତ୍ତମ ବୃହତ୍ ଗଣତନ୍ତ୍ର ରାଷ୍ଟ୍ରର ବିଶ୍ୱ ଭାତୃତ୍ୱର ଓ ମାତୃ ବନ୍ଦନାର ପରିଚୟ ପ୍ରଦାନ କରିଥାଏ ବୋଲି ଆଜି ଜିଲ୍ଲାସ୍ତରୀୟ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ଖୋରଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ କହିଲେ ଦେଶ ଭକ୍ତିକୁ ଜାଗ୍ରତ କରିବା ସମ୍ମାନ ଓ ସ୍ଵାଭିମାନକୁ ରକ୍ଷା କରିବା ପାଇଁ ବିରସୁରୀ ମାନେ ନିଜକୁ ବଳିଦାନ ଦେଇଛନ୍ତି। ଆଜିର ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସେମାନଙ୍କୁ ଏହା ଏକ ଶ୍ରଦ୍ଧାଞ୍ଜଳୀ ସହ ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେରଣା ଯୋଗାଇବବୋଲି ଅଭିଭାଷଣ ପ୍ରଦାନ କରିଥିଲେ।

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ସଭାପତି ଭାଷଣରେ କହିଥିଲେ କି ଖୋରଧା ପାଇକ ମାଟି ଅନେକ ବିରଶୁରୀଙ୍କୁ ଜନ୍ମ ଦେଇ ଆଜିର ଯେଉଁ ତ୍ରିରଙ୍ଗା ତଳେ ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ରହିଛେ, ତାହା ସେମାନଙ୍କ ତ୍ୟାଗ ଯୋଗୁ ସମ୍ଭବ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ଵାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଆମେ ଯେଉଁ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରୁଛେ ତାହା ଦେଶ ଭକ୍ତିର ପ୍ରେରଣାକୁ ବହୁଗୁଣିତ କରି ଅଖଣ୍ଡ ଭାରତ ବର୍ଷକୁ ସଶକ୍ତ କରି ଗଢି ତୋଳିବାରେ ସହାୟ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଆରକ୍ଷୀ ଅଧିକ୍ଷକ ପାରମାର ଶ୍ମିଥ ପାରୁଷୋତ୍ତମ୍ ଦାସ ପ୍ରମୁଖ ମଞ୍ଚାଷିନ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ ଉପସ୍ଥିତ ଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏକ ବିଶାଳ ରାଲୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ପହଞ୍ଚି ଥିଲା। ଟାଉନ୍ ହଲ୍ ଠାରେ ବନ୍ଦେ ମାତାରମ୍ ଗାନ ସହ ବିଭାଜନ ବିଭୀଷିକା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ବିଭିନ୍ନ ବର୍ଗର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ଘରେ ଘରେ ତ୍ରିରଙ୍ଗା ଦସ୍ତଖତ ଅଭିଯାନ ଏବଂ ସ୍କୁଟି ଓ ସାଇକେଲ ରାଲୀ ସହ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ ରଥ ରାଲିରେ ସଚେତନତା ଜାଗ୍ରତ କରିଥିଲା।

ଜାତୀୟତାବୋଧ ତ୍ରିରଙ୍ଗା ଦେଶ ପ୍ରେମ ଦେଶ ଭକ୍ତି ଭୁବନେଶ୍ୱର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026
Latest News

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.