Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ
ଆଜିର ଖବର

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ
ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

ଖୋରଧା: ଖୋରଧା ସଦର ମହକୁମା ବିଜେବି ଉଚ୍ଚ ବିଦ୍ୟାଳୟ ପଡିଆରେ ଖୋରଧା ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ୍ଦେମାତରମ୍ ଓ ଜନ ଗଣମନ ଗାନ ପୂର୍ବକ ଜାତୀୟ ପତାକାକୁ ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ସ୍ଵାଧୀନତା ଆନ୍ଦୋଳନର ଯେଉଁ ପ୍ରମୁଖ ମହାପୁରୁଷ ମାନେ ଆତ୍ମ ବିସର୍ଜନ କରିଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ଵାଧୀନତା ଦିବସ ର ମହାନୁଭୂତି ୮୦ ବର୍ଷ ପୂର୍ତ୍ତିକୁ ମୁଖ୍ୟ ଅତିଥି ସ୍ୱାଗତ କରି ଭାରତର ମାଟି, ସମାଜ ଓ ଦେଶ ଗରିମା ମୟ ସ୍ଵାଧୀନତା ଦିବସ ୮୦ ବର୍ଷ ପୂର୍ତ୍ତି ପାଳନ କରି ରୁଦ୍ଧିମନ୍ତ ହୋଇଛି। ଭୂଖଣ୍ଡ ଆରବ ସାଗରରୁ ଭାରତର ଆତ୍ମା, ଅହିଂସା ରୁ ବଶୁଧେବକୁଟୁମ୍ବକମ ମନ୍ତ୍ରରେ ଭାରତ ବାସି ଜାତି ପ୍ରଜାତିର ଫୁଲରେ ଗୋଟିଏ ପେନ୍ଥାରେ ବାନ୍ଧିହୋଇ ବିଶ୍ୱକୁ ବିଶାଳ ସ୍ଵାଧୀନ ଭାରତର ଅପୂର୍ବ ଗାଥାର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ପ୍ରେରଣା ଦେଉଛି ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ ଖୋରଧା ଗଡର ଲାଲ ମାଟି ର ପାଇକ ବିଦ୍ରୋହ କୁ ରାଷ୍ର ଭୁଲି ପାରିବ ନାହିଁ ବୋଲି ପ୍ରକାଶ କରି ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଦଳ ବେହେରା ପ୍ରମୁଖ ମହାନ୍ ଯୋଦ୍ଧା ଓ ଦେଶ ପ୍ରେମୀ ବ୍ରିଟିଶ ଶାସନ ଆଗରେ ମୁଣ୍ଡ ନୁଆଇଁ ନଥିଲେ ବୋଲି ଉଦବୋଧନରେ ପ୍ରକାଶ କରିଥିଲେ। ଏବେ ଆମେ ସ୍ୱାଧୀନ ଭାରତ ବର୍ଷରେ ଆମ ଅଧିକାର ଓ କର୍ତ୍ତବ୍ୟ ବଳରେ ଆମେ ସମସ୍ତ କ୍ଷେତ୍ରରେ ଆଗେଇ ଚାଲିଛେ। ଆମ ଭାରତ ବର୍ଷର ପାଞ୍ଚ ହଜାର ବର୍ଷର ମହାନ୍ ସଭ୍ୟତା ରେ ବ୍ରତୀ ହୋଇ ଦୃଢ ସଂକଳ୍ପ, ନିଜ କର୍ତ୍ତବ୍ୟ ସମ୍ପାଦନ କରି ରାଷ୍ଟ୍ରକୁ,ରାଜ୍ୟକୁ , ଜିଲ୍ଲାକୁ ଓ ସମାଜକୁ ରୁଧିମନ୍ତକରିବା ପାଇଁ ନୂତନ ଯୁବ ପିଢ଼ି ଅଧିକରୁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଧନ୍ୟବାଦ ଜଣାଇଥିଲେ।

ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା, ମାର୍ଚ୍ଚ ପାଷ୍ଟ,ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହୋଇଥିଲା। ପ୍ରଜ୍ଞାପନ ମେଢ ପ୍ରତି ଯୋଗିତାରେ ଜିଲ୍ଲାପରିଷଦ, ଖୋରଧା, ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିତୀୟ ଏବଂ ନିର୍ବାହୀ ଅଧିକାରୀ, ପୌର ପରିଷଦ ଙ୍କ ମେଢ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶିଆଳିଆ, ପ୍ରଥମ, ସରସ୍ଵତୀ ଶିଶୁ ମନ୍ଦିର, ଗୁରୁଜଙ୍ଗା, ଦ୍ୱିତୀୟ ଓ ବି ଜେ ବି ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ମୁଖ୍ୟ ଅତିଥି ଦିବସ ଉପଲକ୍ଷେ ପ୍ରାଥମିକ ବିଦ୍ୟାଳୟ ଠାରୁ ମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ଚିତ୍ରାଙ୍କନ, ଫ୍ୟାନ୍ସି ଡ୍ରେସ୍, ଓଡ଼ିଆ ଦେଶାତ୍ମବୋଧ ସଙ୍ଗୀତ, ପ୍ରବନ୍ଧ ଓ ବକ୍ତୃତା ପ୍ରତି ଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ପରେ ଜେଲରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।

ଉକ୍ତ ଦିବସ ଉପଲକ୍ଷେ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ରମଧୁନ ପ୍ରଚାର କରାଯାଇଥିଲା। ପ୍ୟାରେଡ ପ୍ରତି ଯୋଗଗିତାରେ ସିନିୟର୍ ଏନ ସି ସି ରେ ପି ଏନ କଲେଜ, ଜୁନିୟର ରେ ଆର୍ଯ୍ୟଭଟ୍ଟ ଆନ୍ସିଏଣ୍ଟ ଏକାଡେମି, ସ୍ଵତନ୍ତ୍ର ଛାତ୍ର ପୋଲିସରେ ବାଳିକା ବିଦ୍ୟାଳୟ, ଖୋରଧା, ଗାଇଡ ବିଭାଗରେ ସରସ୍ଵତୀ ଶିଶୁ ମନ୍ଦିର, ପଲାହାଟ,ଗାଇଡ ଦଳରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଖୋରଧା, ଅନ୍ୟାନ୍ୟ ବେସାମରିକ ଦଳରେ ପି ଏନ କଲେଜ, ଖୋରଧା, ବେସାମରିକ ହାଇସ୍କୁଲ ସ୍ତରରେ ଏସ ଡି ଏ ହାଇସ୍କୁଲ, ଖୋରଧା, ବେସାମରିକ ଉଚ୍ଚ ପ୍ରାଥମିକ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମଧ୍ୟ ଇଂରାଜୀ, ଗୁରୁଜଙ୍ଗା, ବେସାମରିକ ପ୍ରାଥମିକ ସ୍ତରରେ ଶିଶୁ ବିହାର ଗୁରୁଜଙ୍ଗା ଏବଂ ଶୃଙ୍ଖଳାରେ ଗୁରୁଜଙ୍ଗା ଉଚ୍ଚ ବିଦ୍ୟାଳୟ, ଖୋରଧା ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ପ୍ୟାରେଡରେ ଆଇ ଟି ବି ପି, ତରତୁଆ, ଷଷ୍ଠ ଆଇ ଆର ବି ବାଟାଲିୟନ,ଏ ପି ଆର , ଖୋରଧା, ହୋମଗାର୍ଡ, ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ମହା ବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ନେଇ ମୋଟ ୫୬ ଗୋଟି ପ୍ୟାରେଡ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ କମାଣ୍ଡର ବିଜୟ କୁମାର ସାହୁ ଙ୍କ ନେତୃତ୍ୱରେ ପ୍ୟାରେଡ ପରିଚାଳନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମୀଥ ପାଋଷୋତ୍ତମ୍ ଦାସ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଶ୍ରୀନିବାସ ମହାନ୍ତି, ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ, ନିବେଦିତା ପରିଡ଼ା, ସାରା ମଲ୍ଲିକ, ସ୍ବିଟି ସୋରେନ, ଶ୍ରୀତପା ମିଶ୍ର, ସଂଗ୍ରାମ ଜେନା, ସୌମ୍ୟା ସାଗରିକା ସ୍ୱାଇଁ, ନିଜାରତ ଅଧିକାରୀ ରିଶବ୍ ତ୍ରିପାଠୀ, ଡି ଇ ଜି ଏମ ମାନସ କୁମାର ବ୍ରହ୍ମା, ସହକାରୀ ନିର୍ଦ୍ଦେଶିକା, ଉଦ୍ୟାନ କୃଷି ଶ୍ରେୟା ଶତପଥୀ, ଉପନିର୍ଦେଶକ, କୃଷି, ମନୋରଞ୍ଜନ ମିଶ୍ର, ଡେପୁଟୀ କଲେକ୍ଟର ରଶ୍ମିତା ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ଅଭିଷେକ ମହାନ୍ତି ଓ ଅନ୍ୟ ଟି ଆର ଓ ମାନେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟାଳୟ କର୍ମଚାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ, ପଂଚାୟତ ରାଜ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ଅଗ୍ନିଶମ ସେବା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ସିବଳାଲ ସାହୁ, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ, ସରୋଜ ମିଶ୍ର, ନିର୍ବାହୀ ଅଧିକାରୀ, ପୌର ପରିଷଦ, କାବେରୀ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷତାତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପନ କରିଥିଲେ।

ଉଦ୍ଘୋଷିକା ଓ ଉଦ୍ଘୋଷକ କାର୍ଯ୍ୟ ରେବତୀ ପଣ୍ଡା ଓ ଶ୍ରୀକାନ୍ତ ନାୟକ ସମ୍ପାଦିତ କରିଥିଲେ। ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ତାଙ୍କ ଆବାସିକ କାର୍ଯ୍ୟାଳୟ ଓ ଜିଲାକାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଖୋରଧା ବିଜେବି ଉଚ୍ଚ ବିଦ୍ୟାଳୟ ସ୍ବାଧିନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.