Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା
ଆଜିର ଖବର

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବଦଳିବ ରାଜଧାନୀ ଭୁବନେଶ୍ୱରର ମାନଚିତ୍ର। ବଢ଼ିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପରିସୀମା। ଆସନ୍ତା ପୌର ନିର୍ବାଚନ ପୂର୍ବରୁ ବିଏମ୍‌ସିରେ ନୂଆ ଅଞ୍ଚଳ ସାମିଲ କରିବା ସହ ୱାର୍ଡ ପୁନର୍ଗଠନ ପ୍ରକ୍ରିୟା ଜୋରଦାର ହୋଇଛି। ରାଜଧାନୀ ଉପକଣ୍ଠର ୨୬ଟି ଗାଁକୁ ବିଏମ୍‌ସିରେ ସାମିଲ କରିବା ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସରକାରୀସ୍ତରରେ ଆଗକୁ ବଢ଼ିଛି ପ୍ରଶାସନିକ ପ୍ରକ୍ରିୟା।

ନୂଆ ଅଞ୍ଚଳ ବିଏମ୍‌ସିରେ ମିଶିବା ପରେ ରାଜଧାନୀର ପ୍ରଶାସନିକ ଓ ରାଜନୈତିକ ଚିତ୍ର ମଧ୍ୟ ବଦଳିବା ସମ୍ଭାବନା ରହିଛି। ଧଉଳି, ତମାଣ୍ଡୋ, ରଘୁନାଥପୁର, କଳାରାହାଙ୍ଗ, ବାରଙ୍ଗ, ପାତ୍ରପଡ଼ା ଭଳି ପ୍ରମୁଖ ଅଞ୍ଚଳ ଏହି ସମ୍ପ୍ରସାରଣରେ ସାମିଲ ହେବାକୁ ଯାଉଛି। ଫଳରେ ଏହି ଅଞ୍ଚଳଗୁଡ଼ିକର ନାଗରିକମାନେ ମଧ୍ୟ ବିଏମ୍‌ସିର ସହରୀ ସେବା ବ୍ୟବସ୍ଥାର ପରିସରକୁ ଆସିବେ।

୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱରର ଜନସଂଖ୍ୟା ପ୍ରାୟ ୮.୩୭ ଲକ୍ଷ ଥିଲା। ଏବେ ରାଜଧାନୀର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷରେ ପହଞ୍ଚିଥିବାରୁ ଜନସଂଖ୍ୟା ଅନୁପାତରେ ୱାର୍ଡ ପୁନର୍ଗଠନର ଆବଶ୍ୟକତା ଦେଖାଦେଇଛି। ଏହାକୁ ଆଧାର କରି ନୂଆ ୧୩ରୁ ୧୫ଟି ୱାର୍ଡ ଗଠନ ହେବାର ସମ୍ଭାବନା ରହିଛି। ଏପରି ହେଲେ ବିଏମ୍‌ସିର ୱାର୍ଡ ସଂଖ୍ୟା ବର୍ତ୍ତମାନର ୬୭ରୁ ବଢ଼ି ପ୍ରାୟ ୮୨ରେ ପହଞ୍ଚିପାରେ।

ୱାର୍ଡ ସୀମା ନିର୍ଦ୍ଧାରଣ, ଜନସଂଖ୍ୟା ଓ ଭୌଗୋଳିକ ସ୍ଥିତି ଆଧାରରେ ପୁନର୍ଗଠନ ପାଇଁ ସର୍ଭେ କାର୍ଯ୍ୟ ଚାଲିଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସର୍ଭେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଏହାପରେ ନୂଆ ୱାର୍ଡର ସୀମା ଓ ଗଠନ ନେଇ ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ ହେବ।

ତେବେ ନୂଆ ଅଞ୍ଚଳ ସାମିଲ ହେବା ବିଏମ୍‌ସି ପାଇଁ କେବଳ ପରିସୀମା ବୃଦ୍ଧି ନୁହେଁ, ବରଂ ବଡ଼ ପ୍ରଶାସନିକ ଚ୍ୟାଲେଞ୍ଜ ମଧ୍ୟ ହେବ। ବର୍ତ୍ତମାନର ବିଏମ୍‌ସି ଅଞ୍ଚଳରେ ମଧ୍ୟ ରାସ୍ତା, ଡ୍ରେନେଜ୍‌, ପାନୀୟଜଳ, ଆବର୍ଜନା ପରିଚାଳନା, ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ଅନେକ ସମସ୍ୟା ରହିଛି। ଏହା ସହ ନୂଆ ଗାଁ ଓ ଅଞ୍ଚଳ ସାମିଲ ହେଲେ ସେଠାରେ ଭିତ୍ତିଭୂମି ବିକାଶ ଓ ମୌଳିକ ନାଗରିକ ସେବା ପହଞ୍ଚାଇବା ବିଏମ୍‌ସି ପାଇଁ ଏକ ବଡ଼ ପରୀକ୍ଷା ହେବ।

ଗ୍ରାମାଞ୍ଚଳରୁ ସହରୀ ଅଞ୍ଚଳରେ ପରିଣତ ହେଉଥିବା ଏହି ଅଞ୍ଚଳଗୁଡ଼ିକରେ ଯୋଜନାବଦ୍ଧ ରାସ୍ତା, ଡ୍ରେନେଜ୍‌ ବ୍ୟବସ୍ଥା, ଆଲୋକୀକରଣ, ପରିମଳ ଓ ଆବର୍ଜନା ପରିଚାଳନାକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ବିଏମ୍‌ସି ୱାର୍ଡ ସଂଖ୍ୟା ବୃଦ୍ଧି ଖବର ପରେ ରାଜଧାନୀର ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି। ନୂଆ ୱାର୍ଡ ଗଠନ ହେଲେ କେଉଁ ଅଞ୍ଚଳ କେଉଁ ୱାର୍ଡରେ ରହିବ, କାହାର ରାଜନୈତିକ ପ୍ରଭାବ ବଢ଼ିବ ଏବଂ କାହାର ଭୋଟ୍‌ବ୍ୟାଙ୍କ ପ୍ରଭାବିତ ହେବ—ଏସବୁକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଅଙ୍କକଷା।

ବର୍ତ୍ତମାନର କର୍ପୋରେଟର ଓ ସ୍ଥାନୀୟ ନେତାମାନେ ନିଜ ନିଜ ଅଞ୍ଚଳର ସମୀକରଣକୁ ନେଇ ସଜାଗ ହୋଇପଡ଼ିଛନ୍ତି। ନୂଆ ସୀମା ନିର୍ଦ୍ଧାରଣ ପରେ କେଉଁ ୱାର୍ଡରୁ କିଏ ପ୍ରାର୍ଥୀ ହେବେ ଏବଂ ନୂଆ ଅଞ୍ଚଳରେ କେଉଁ ନେତାଙ୍କ ପ୍ରଭାବ ରହିବ, ତାହା ଆଗାମୀ ଦିନରେ ରାଜଧାନୀ ରାଜନୀତିର ମୁଖ୍ୟ ଚର୍ଚ୍ଚା ହେବ।

ବିଏମ୍‌ସିର ପରିସୀମା ବୃଦ୍ଧି ହେଲେ ଭୁବନେଶ୍ୱରର ସମନ୍ୱିତ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଅନ୍ୟପଟେ ନୂଆ ଅଞ୍ଚଳରେ ନାଗରିକ ସେବା ଓ ଭିତ୍ତିଭୂମିକୁ ବର୍ତ୍ତମାନର ସହରୀ ମାନଦଣ୍ଡକୁ ଆଣିବା ବିଏମ୍‌ସି ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ତେବେ ନୂଆ ୱାର୍ଡର ସୀମା କେମିତି ନିର୍ଦ୍ଧାରିତ ହେବ, କେଉଁ ଅଞ୍ଚଳ କେଉଁ ୱାର୍ଡରେ ସାମିଲ ହେବ ଏବଂ ଏହା ଆଗାମୀ ପୌର ନିର୍ବାଚନର ରାଜନୈତିକ ସମୀକରଣକୁ କେତେ ପ୍ରଭାବିତ କରିବ—ଏବେ ସମସ୍ତଙ୍କ ନଜର ସେହି ଚୂଡ଼ାନ୍ତ ମାନଚିତ୍ର ଉପରେ।

ପୌର ନିର୍ବାଚନ ବିଏମ୍‌ସି ଭୋଟ୍‌ବ୍ୟାଙ୍କ ୱାର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026
Latest News

ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ

September 4, 2026

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.