Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା
ଆଜିର ଖବର

ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା

August 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା
ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା

ରେଢ଼ାଖୋଲ (କନ୍ଦର୍ପ ବେହେରା) ପୁଅର ଭତ୍ତା ଟଙ୍କା ପାଇବାରେ ଅସୁବିଧା ହେବାରୁ ବ୍ୟାଙ୍କକୁ କାନ୍ଧରେ ବୋହି ଆଣିଲେ ବାପା। ରେଢ଼ାଖୋଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନାକଟିଦେଉଳ ବ୍ଲକ ବାଟଗାଁ ପଂଚାୟତ ହିତସରା ଗାଁ ମଠ ସାହିର ସୁମନ୍ତ ଭୋଇଙ୍କ ପୁଅ ବୀଣାକର ଭୋଇ (୨୭) ଜନ୍ମରୁ ଅନ୍ଧ। ସେ ଜମାରୁ ଚାଲି ବୁଲି ପାରୁ ନାହାନ୍ତି। ସବୁବେଳେ ବାପା ଓ ମାଆ ତାଙ୍କୁ ନେବା ଆଣିବା କରିଥାନ୍ତି।

ଭିନ୍ନକ୍ଷମ ହିସାବରେ ସେ ସରକାର ତରଫରୁ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ହେଲେ ପୂର୍ବରୁ ସରକାର ତାଙ୍କୁ ପଞ୍ଚାୟତ ତରଫରୁ ଟଙ୍କା ଦେଉ ଥିଲେ। ବର୍ତ୍ତମାନ ବ୍ୟାଙ୍କରୁ ତାଙ୍କୁ ଟଙ୍କା ମିଳୁଛି। ବ୍ୟାଙ୍କକୁ ଯାଇ ଜଣେ ଜନ୍ମାନ୍ଧ ଟଙ୍କା ଉଠାଇ ପେଟ ପୋଷିବା କାଠିକର ପାଠ। ବାପା ପୁଅକୁ କାନ୍ଧରେ ହିତସରା ଗାଁ ରୁ ବାଟଗାଁ ଧରି ଆସି ସେଠୁ ନାକଟିଦେଉଳ ବ୍ୟାଙ୍କକୁ ଆସିଥାନ୍ତି। ଜଣେ ଭେଣ୍ଡିଆ ପୁଅକୁ ଆଣିବା କେତେ କଷ୍ଟ ତାହା ବାପା ଛଡା କିଏ ଜାଣିବ?

ନାକଟିଦେଉଳ ବ୍ୟାଙ୍କକୁ ପୁଅକୁ ଧରି ଆସି ଭତ୍ତା ନେବା ବହୁତ କଷ୍ଟ ବୋଲି ତାର ବାପା ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଥିଲେ। ନାକଟିଦେଉଳ ବ୍ୟାଙ୍କରୁ ଟଙ୍କା ନ ଉଠିବାରୁ ରେଢ଼ାଖୋଲ ବ୍ୟାଙ୍କ ଯିବାକୁ ପଡିବ ବୋଲି ବ୍ୟାଙ୍କ କର୍ତ୍ତୁପକ୍ଷ କହିବାରୁ ଏଇ ଦୁଇ ଦିନ ତଳେ ସୁମନ୍ତ ଭୋଇ ନିଜ ଜନ୍ମାନ୍ଧ ପୁଅକୁ ବସରେ ରେଢ଼ାଖୋଲ ଆସି ସେଠୁ ନିଜ କାନ୍ଧରେ ପୁଅକୁ ଧରି ରେଢ଼ାଖୋଲ ଷ୍ଟେଟ ବ୍ୟାଙ୍କକୁ ଯାଇ କେୱାସି କରି ଫେରି ଆସିଥିଲେ। ଏଭଳି ଦୃଶ୍ୟକୁ ରେଢ଼ାଖୋଲ ସହରରେ କଏଦ କରିଥିଲେ ଆମ ପ୍ରତିନିଧି।

ସରକାର ଭତ୍ତା ଦେଉଛନ୍ତି ହେଲେ ଜଣେ ଜନ୍ମାନ୍ଧକୁ ପଞ୍ଚାୟତ କର୍ତ୍ତୁପକ୍ଷ କାହିଁକି ନଗଦ ଟଙ୍କା ନଦେଇ ହଇରାଣ କରୁଛନ୍ତି ତାହା ଆଦୌ ବୁଝି ହେଉନି। ସଚଳ ବ୍ୟକ୍ତି ପଞ୍ଚାୟତରୁ ଭତ୍ତା ପାଉଥିବା ବେଳେ ଜଣେ ଅନ୍ଧ ବ୍ୟକ୍ତି ବ୍ୟାଙ୍କକୁ ଯାଇ ଭତ୍ତା ଉଠାଇବା ପଛରେ କଣ କାରଣ ରହିଛି ବୁଝା ପଡୁନାହିଁ। ତାଙ୍କୁ ମଧ୍ୟ ଟ୍ରାଏସାଇକେଲର ବ୍ୟବସ୍ଥା ହୋଇ ନାହିଁ। ଏପରିକି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତାଙ୍କୁ ପଂଚାୟତରୁ କେମିତି ଭତ୍ତା ମିଳିବ ସରକାର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ନାକଟିଦେଉଳ ବ୍ଲକ ବାଟଗାଁ ପଂଚାୟତ ଭିନ୍ନକ୍ଷମ ପୁଅ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026
Latest News

ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା

August 17, 2026

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.