Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ଦିବସରେ ଅହୋରାତ୍ର ଧାରଣା: ଗାନ୍ଧିମାର୍ଗରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ
ଆଜିର ଖବର

ତୃତୀୟ ଦିବସରେ ଅହୋରାତ୍ର ଧାରଣା: ଗାନ୍ଧିମାର୍ଗରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ

August 18, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅହୋରାତ୍ର ଧାରଣା
ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ରାଜଧାନୀର ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ତୃତୀୟ ଦିବସରେ ଉପନୀତ। ଗାନ୍ଧୀମାର୍ଗର ଦୃଶ୍ୟ ଯିଏ ଦେଖିବ ମୁହଁରେ ପ୍ରକାଶ କରୁ ବା ନକରୁ ରାଜ୍ୟର ଶିକ୍ଷା ଓ ଶିକ୍ଷକଙ୍କର ପ୍ରକୃତ ମାର୍ମିକ ଛବି ହୃଦୟଙ୍ଗମ କରିପାରିବ। ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ଥାୟିତ୍ୱ ସହିତ ଅନୁଦାନ, ପେନ୍‌ସନ୍‌, ନିଯୁକ୍ତି, ସରକାରୀକରଣ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ଓ ସୁଯୋଗ ପ୍ରଦାନ ପାଇଁ ତିନି ଦିନ ଧରି ଦିନ ରାତି ବର୍ଷାରେ ଭିଜି ବସିରହି ନିଜ ନିଜ ଅଞ୍ଚଳର ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଜନସାଧାରଣଙ୍କ ତରଫରୁ ଗଣତାନ୍ତ୍ରିକ ପଦ୍ଧତିରେ ନ୍ୟାୟ ମାଗୁଛନ୍ତି କିନ୍ତୁ ଆମ ଦୁର୍ଭାଗ୍ୟ ଯେଉଁ ମାନଙ୍କୁ ଭୋଟ୍ ଦେଇ ସରକାର ଗଢ଼ିବାର ସୁଯୋଗ ଦେଲୁ ସେହି ସରକାର ଆଜି ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ନୀରବଦ୍ରଷ୍ଟା ସାଜି ବସି ରହିଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି।

ସୂଚନାଥାଉକି, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ଦିନଠାରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ନ୍ୟାୟିକ ଓ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପେନସନ୍ ପ୍ରଦାନ ନିମନ୍ତେ ଦାବି କରାଯାଉଛି। କିନ୍ତୁ ସରକାର ଉଭୟ ବିଧାନସଭା ଭିତରେ ଓ ବାହାରେ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଘୋର ନୈରାଶ୍ୟ ଓ ମାନସିକ ଯନ୍ତ୍ରଣା ଭିତରଦେଇ ଗତିକରିବା ସହିତ ଶ୍ରେଣୀଗୃହ ଛାଡ଼ି ରାଜରାସ୍ତାରେ ବିଧାନସଭା ସମ୍ମୁଖରେ ଥିବା ଗାନ୍ଧିମାର୍ଗରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି।

ଶିକ୍ଷକ କର୍ମଚାରୀ ମାନଙ୍କର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ଅନୁଦାନ ପ୍ରତ୍ୟାଶୀ ସମସ୍ତ ସ୍କୁଲଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍‌, ଖାଲିଥିବା ପଦବୀ ଗୁଡ଼ିକରେ ନିଯୁକ୍ତି ଓ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା  ଏବଂ ରାଜ୍ୟର ବେସରକାରୀ ଓ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ଦାବି ଅନ୍ତୁର୍ଭୁକ୍ତ ଅଟେ।

ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ପୂର୍ବ ପ୍ରଚଳିତ ଅନୁଦାନ ନୀତିକୁ କାର୍ଯ୍ୟକାରୀ ନକରି କମିଟି ନାମରେ ବିଳମ୍ବ କରୁଛନ୍ତି । ଫଳରେ ଅନୁଦାନ ଯୋଗ୍ୟ ସ୍କୁଲ ଗୁଡ଼ିକ ଅନୁଦାନରୁ ବଞ୍ଚିତ ହେଉଛନ୍ତି । ୩୦ ବର୍ଷ ହେଲା ସେହି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ମାଗଣାରେ ଗୋତି ଶ୍ରମିକ ଭଳି ଖଟୁଛନ୍ତି ଓ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି, ଯାହାକି ବାଧ୍ୟତାମୂଳକ ଶିକ୍ଷା ଆଇନ ୨୦୦୯କୁ ଉଲଙ୍ଘନ କରୁଛି। ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜ ଗୁଡ଼ିକରୁ ୭୦୦୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ, ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଶୂନ୍ୟ ହସ୍ତରେ ଅବସର ନେଇ ନିଜର ମୌଳିକ ଆବଶ୍ୟକତା ପୂରଣ ନକରି ହା ହତାଶା ମଧ୍ୟରେ ଜୀବନ ଅତିବାହିତ କରିବା ସହିତ ଅକାଳରେ ମୃତ୍ୟୁବରଣ କରୁଛନ୍ତି।

ପେନସନ୍ ସମ୍ପର୍କରେ ୧୯୮୧ ପେନ୍‌ସନ ରୁଲ୍‌କୁ ଲାଗୁ କରିବା ପାଇଁ ୧୨.୦୧.୨୦୨୪ରେ ମାନ୍ୟବର ଉଚ୍ଚନ୍ୟାୟଳୟ ଦେଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଅବସର ବେଳେ ଶିକ୍ଷକଟିକୁ ତାର ଉଚିତ ନ୍ୟାୟ ନଦେଇ ତାକୁ ରିକ୍ତ ହସ୍ତରେ ବିଦା କରାଯାଉଛି, ଯାହାକି ଏକ ସାମାଜିକ ଅପରାଧ ଅଟେ। ସମସ୍ୟା ସମାଧାନ ପାଇଁ ସରକାର ସହୃଦୟତାର ସହିତ ବିଚାର କରି ସମସ୍ୟାଗୁଡ଼ିକ ସମାଧାନ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। ଏହା ନକଲେ ଏ ଆନ୍ଦୋଳନ ଥମିବ ନାହିଁ ଆହୁରି ଆଗକୁ ବଢ଼ିବ। ଆଗାମୀ ଦିନରେ ଅଭିଭାବକ, ପରିଚାଳନା କମିଟି ସମସ୍ତେ ଏଥିରେ ସାମିଲ ହେବେ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

ଆଜିର ସାଧାରଣ ସଭାରେ ମାନ୍ୟବର ବିଧାୟକ ଅଶ୍ୱିନୀ ପାତ୍ର, ବିଧାୟକ ବଦ୍ରିନାରାୟଣ ପାତ୍ର, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏବଂ  ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କର ଦାବି ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ସହ ଆଗାମୀ ବିଧାନ ସଭାରେ ଶିକ୍ଷକ ମାନଙ୍କର ଦାବିକୁ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯିବା କଥା କହିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗକୁ ଆସି ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବେ ବୋଲି ସମନ୍ୱୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ଆବାହକ ରଞ୍ଜନ କୁମାର ଦାଶ, ସମନ୍ୱୟ ସମିତିର ସଭାପତି  ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ  ଦୃଢ଼ୋକ୍ତି ଦୃଢ଼ ଦାବି କରିଛନ୍ତି।

ଅହୋରାତ୍ର ଧାରଣା ଗାନ୍ଧିମାର୍ଗ ସମନ୍ୱୟ ସମିତି ସରକାର ନୀରବଦ୍ରଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.