Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ବଡ଼ ନିଷ୍ପତ୍ତି: ବାତିଲ ହେଲା ୪୪ ନିଯୁକ୍ତି ପରୀକ୍ଷା, JSSC-CGL ମଧ୍ୟ ରଦ୍ଦ
ଆଜିର ଖବର

ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ମଧ୍ୟରେ ବଡ଼ ନିଷ୍ପତ୍ତି: ବାତିଲ ହେଲା ୪୪ ନିଯୁକ୍ତି ପରୀକ୍ଷା, JSSC-CGL ମଧ୍ୟ ରଦ୍ଦ

August 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି: ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ସରକାର ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ରାତିରେ ସରକାର ୪୪ଟି ନିଯୁକ୍ତି ପରୀକ୍ଷାକୁ ବାତିଲ କରିବା ନେଇ ତାଲିକା ପ୍ରକାଶ କରିଛନ୍ତି। ଆଠଟି ପୃଥକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଜାରି ହୋଇଛି। ୨୦୧୪ରୁ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC) ଏବଂ ଆଉଟସୋର୍ସିଂ ଏଜେନ୍ସି TSR Data Processing Private Limited (TDPL) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷା ଏହି ତାଲିକାରେ ରହିଛି।

ବାତିଲ ହୋଇଥିବା ପରୀକ୍ଷା ମଧ୍ୟରେ ଡ୍ରଗ୍ସ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ପ୍ରଫେସର, ଡେପୁଟି କଲେକ୍ଟର, ଡେଣ୍ଟିଷ୍ଟ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ସିଭିଲ୍ ଜଜ୍, ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଏବଂ ଫରେଷ୍ଟ ରେଞ୍ଜ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ନିଯୁକ୍ତି ପରୀକ୍ଷା ରହିଛି। ଏହାଛଡ଼ା ସରକାରୀ ପଲିଟେକ୍ନିକ୍‌ର ଅଧ୍ୟାପକ, ବରିଷ୍ଠ ବୈଜ୍ଞାନିକ ଅଧିକାରୀ, ସହକାରୀ ବନ ସଂରକ୍ଷକ ସମେତ ଅନେକ ପ୍ରଶାସନିକ ଓ ବୈଷୟିକ ପଦବୀର ପରୀକ୍ଷା ମଧ୍ୟ ରଦ୍ଦ ହୋଇଛି।

ଛାତ୍ରମାନଙ୍କ ଦୀର୍ଘଦିନର ଆନ୍ଦୋଳନ ପରେ ଝାଡ଼ଖଣ୍ଡ ସରକାର ସୋମବାର କ୍ୟାବିନେଟ୍ ବୈଠକରେ JSSC-ସମ୍ମିଳିତ ସ୍ନାତକ ସ୍ତର (CGL) ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହ TDPL ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଏବଂ ପ୍ରକାଶିତ ଫଳାଫଳକୁ ମଧ୍ୟ ବାତିଲ କରାଯାଇଛି।

JPSC ଓ JSSCରେ ଅନିୟମିତତା ସମ୍ପର୍କିତ ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ JPSC ଓ JSSC ମଧ୍ୟରେ ଏକ ଆଭ୍ୟନ୍ତରୀଣ ସତର୍କତା ସେଲ୍ ଗଠନ କରାଯିବ।

JPSC ଏବଂ JSSCରେ ଆବଶ୍ୟକ ସଂସ୍କାର ପାଇଁ ବରିଷ୍ଠ IAS ଅଧିକାରୀ ଅମିତାଭ କୌଶଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କମିଟି ଦୁଇ ମାସ ମଧ୍ୟରେ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ।

୪୪ଟି ପରୀକ୍ଷା ବାତିଲ ଓ JSSC-CGL ରଦ୍ଦ ପରେ ଏବେ ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାର ସ୍ୱଚ୍ଛତା, ପରୀକ୍ଷା ପରିଚାଳନା ଏବଂ ନୂଆ ନିଯୁକ୍ତି ପ୍ରକ୍ରିୟା ନେଇ ସରକାରଙ୍କ ଉପରେ ଦାୟିତ୍ୱ ଆହୁରି ବଢ଼ିଛି।

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ ନିଯୁକ୍ତି ପରୀକ୍ଷା ବାତିଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନ୍ଦରଗଡ଼ରେ କାର୍‌ ଭିତରୁ ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗରେ ଥାନା ଘେରାଉ

October 1, 2026

ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅନ୍ତର୍ଗତ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ଶ୍ରମଦାନ

October 1, 2026

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026
Latest News

ସୁନ୍ଦରଗଡ଼ରେ କାର୍‌ ଭିତରୁ ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗରେ ଥାନା ଘେରାଉ

October 1, 2026

ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅନ୍ତର୍ଗତ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ଶ୍ରମଦାନ

October 1, 2026

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.