କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୁଜାଙ୍ଗୀ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଅଟୋ ଏବଂ ସଦର ପୋଲିସ୍ ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିଛି। ଅଟୋକୁ ବଞ୍ଚେଇବାକୁ ଯାଇ ପୋଲିସ୍ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୋଲିସ୍ ଗାଡ଼ିଟି ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ଗାଡ଼ିରେ ବସିଥିବା ପୋଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ପୋଲିସ୍ କର୍ମଚାରୀମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ଖବର ପାଇବା ପରେ ଜିଲ୍ଲାର ଆଦିବାସୀ ନେତା ଲମ୍ବୋଦର କହଁର ମେଡିକାଲକୁ ଯାଇ ଆହାତ ମାନଙ୍କ ସହିତ ଘଟଣା ବିଷୟରେ ପଚାରି ବୁଝିବା ସହିତ ଆରୋଗ୍ୟ କାମନା କରିଛନ୍ତି।


