Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ
ଆଜିର ଖବର

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲ
ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ଏକ ଟିମକୁ ରେଢ଼ାଖୋଲ ପୋଲିସ ଧରିବାରେ ସଫଳ ହୋଇଛି। ପୋଲିସ ଏଥିରେ ସମ୍ପୃକ୍ତି ତ୍ରିବଣପୁର ୧୧ କେଭି ଫିଡର ରେଙ୍ଗାଳୀ ମଠ ନିକଟରୁ ୧୨ ଜଣ ବିଦ୍ୟୁତ ତାର ଚୋରଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ରେଢ଼ାଖୋଲ ଥାନାରେ କେସ୍ ନଂ ୧୫୩/୨୦୨୬ ବିଦ୍ୟୁତ ଆଇନରେ ମାମଲା ରୁଜୁ ହୋଇଛି।

ପୋଲିସ ଏକ ପ୍ରେସ ଇସ୍ତାହାରରେ ଜଣାଇଛି ଯେ, ରେଢ଼ାଖୋଲ ପୋଲିସ କୌଣସି ବିଶ୍ବସ୍ତ ସୁତ୍ରରୁ ଖବର ପାଇ ରେଢ଼ାଖୋଲ IIC ଏକ ଟିମ୍ ଗଠନ କରି ଘଟଣାସ୍ଥଳରେ ଚଢାଉ କରିଥିଲେ। ପୋଲିସକୁ ଦେଖି ଚୋରମାନେ କଟର ଦେଖାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ହେଁ ପୋଲିସ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ୩୦ ବଣ୍ଡଲ ତାର , ୨ଟି କେବୁଲ କଟର, ସହ ମିନି ଟ୍ରକ ଜବତ କରିଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ଓ ମାଷ୍ଟରମାଇଣ୍ଡ ସୁନାପାଲିର ଏମଡି ସିରାଜ ବୋଲି ପୋଲିସ କହିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅମର ଜିତ କିସାନ, ଅନିଲ ସେଠି, ବୁଲୁପାତ୍ର, ଗଗନ ବିଶି, କୃପାସିନ୍ଧୁ ଭୋଇ, ବିଶି କିସାନ, ରସାନନ୍ଦ ଭୋଇ, ସୁଶାନ୍ତ ଛେଣ୍ଡିଆ, ନିରଞ୍ଜସାହୁ, ସୁଧାଂଶୁ ଭୋଇ, ମୋହନ କୁମାର ଯାନୀ ଏବଂ ରଜତ କୁମାର ବିଶି। ରେଢ଼ାଖୋଲ ଥାନାରେ କେସ୍ ନଂ ୧୫୩/ ତା ୨୦/୦୮/୨୦୨୬ ୟୁ /ଏସ – ୩୧୦ (୨) ବିଏନଏସ ୨୦୨୩/୧୩୬ (୧)ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ଆଇନରେ ମାମଲା ରୁଜୁ ହୋଇଛି। ପୋଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଚୋରି ରାକେଟର ପର୍ଦ୍ଦାଫାସ ରେଢାଖୋଲ ରେଢ଼ାଖୋଲ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ! ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର

September 11, 2026

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026
Latest News

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ! ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର

September 11, 2026

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.