Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି
ଆଜିର ଖବର

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ନିବେଶ ଓ ନିଯୁକ୍ତି କ୍ଷେତ୍ରରେ ବଡ଼ ଅଗ୍ରଗତି। ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୧୪ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପରେ ମୋଟ ୨,୭୮୦.୧୦ କୋଟି ଟଙ୍କାର ନିବେଶ ହେବ। ଏହାଦ୍ୱାରା ରାଜ୍ୟରେ ୧୪,୧୦୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା SLSWCA ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରାସାୟନିକ, ମେଡିକାଲ ଡିଭାଇସ୍‌, ଇଲେକ୍ଟ୍ରୋନିକ୍ସ, ଇସ୍ପାତ ଓ ଭିତ୍ତିଭୂମି ଭଳି କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ହଳଦୀରାମ ସ୍ନାକ୍ସ ଫୁଡ୍‌ ୫୦୦ କୋଟି ଟଙ୍କା ନିବେଶରେ ସ୍ନାକ୍ସ ଓ ବେକ୍‌ଡ୍‌ ପ୍ରଡକ୍ଟ ୟୁନିଟ୍‌ ସ୍ଥାପନ କରିବ। ଏହି ପ୍ରକଳ୍ପରୁ ପ୍ରାୟ ୮୦୦ଟି ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ତିୱାନା ନ୍ୟୁଟ୍ରିସନ୍‌ ୧୪୦ କୋଟି ଟଙ୍କାରେ କ୍ୟାଟଲ୍‌ ଫିଡ୍‌ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ।

ବୟନ ଓ ପୋଷାକ କ୍ଷେତ୍ରରେ ସାହାନା କ୍ଲୋଥିଂ ୨୫୧.୪୫ କୋଟି ଟଙ୍କା ନିବେଶରେ ଏକ ୟୁନିଟ୍‌ ସ୍ଥାପନ କରିବ। ଏହା ଦ୍ୱାରା ୫,୧୦୪ଟି ନିଯୁକ୍ତି ସୃଷ୍ଟି ହେବ। ରାସାୟନିକ କ୍ଷେତ୍ରରେ ପ୍ରାସୋଲ୍‌ କେମିକାଲ୍ସ ୪୫୦ କୋଟି ଟଙ୍କା ନିବେଶ କରିବ।

ଖୋର୍ଦ୍ଧାରେ ସିର୍ମା ଏସ୍‌ଜିଏସ୍‌ ଟେକ୍ନୋଲୋଜି ୩୦୦ କୋଟି ଟଙ୍କା ନିବେଶରେ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଆସେମ୍ବଲି ୟୁନିଟ୍‌ ସ୍ଥାପନ କରିବ। ଏହି ପ୍ରକଳ୍ପ ରାଜ୍ୟର ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ କ୍ଷେତ୍ରକୁ ନୂଆ ଗତି ଦେବ।

କେନ୍ଦୁଝରରେ ମେଟାଲ୍‌ସ ଓ ଫେରୋ ଆଲଏଜ୍‌ ପ୍ରକଳ୍ପ ପାଇଁ ୧୬୦ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପରେ ୧,୪୬୦ ନିଯୁକ୍ତି ସୁଯୋଗ ରହିଛି। ଅନୁଗୁଳରେ ଏମ୍‌ସିଏଲ୍‌ ୪୦୫.୩୫ କୋଟି ଟଙ୍କା ନିବେଶରେ ଘରୋଇ ରେଳ ସାଇଡିଂ ବିକଶିତ କରିବ।

SLSWCAରେ ଅନୁମୋଦିତ ଶିଳ୍ପ ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ ହେବ।

ଏହି ୧୪ଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟକୁ ୨,୭୮୦ କୋଟିରୁ ଅଧିକ ନୂଆ ନିବେଶ ଆସିବା ସହ ୧୪ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହା ଓଡ଼ିଶାର ଶିଳ୍ପ ବିକାଶ ଓ ରୋଜଗାର ସୃଷ୍ଟିକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।

investment SLSWCA ଶିଳ୍ପ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026

ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

August 21, 2026
Latest News

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026

ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.