Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ
ଆଜିର ଖବର

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
BRICS Youth Ministers’ Meeting 2026 Concludes in Visakhapatnam; Joint Statement Adopted
BRICS Youth Ministers’ Meeting 2026 Concludes in Visakhapatnam; Joint Statement Adopted

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୨ ଅଗଷ୍ଟ, ୨୦୨୬ ଶନିବାର ଦିନ ବିଶାଖାପାଟଣାଠାରେ ସଫଳତାର ସହ ଶେଷ ହୋଇଯାଇଛି।

ଏହି ବୈଠକରେ ମାନ୍ୟବର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ସହ ମାନ୍ୟବର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ ଏବଂ ଯୁବ ବ୍ୟାପାର ବିଭାଗର ସଚିବ ସୁନୀଲ ପାଲିୱାଲ ଅଧ୍ୟକ୍ଷତା କରିଥିଲେ।

ମନ୍ତ୍ରୀସ୍ତରୀୟ ବୈଠକରେ ହୋଇଥିବା ଆଲୋଚନା ବ୍ରିକ୍ସ ଯୁବ ସମ୍ମିଳନୀ ଏବଂ ବ୍ରିକ୍ସ ଯୁବ ପରିଷଦ ବୈଠକର ଫଳାଫଳକୁ ଆଧାର କରି ଆଗକୁ ବଢ଼ିଥିଲା। ଏହି ବୈଠକଗୁଡ଼ିକରୁ ବାହାରିଥିବା ସୁପାରିଶ ଓ ଦୃଷ୍ଟିକୋଣ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ପ୍ରଦାନ କରିଥିଲା।

ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଡ. ମନସୁଖ ମାଣ୍ଡଭିୟ କହିଥିଲେ, “ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ୨୦୪୭ ମସିହା ପାଇଁ ଏକ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛୁ, ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ଭିଜନ୍‌କୁ ସାକାର କରିବା ଏବଂ ଦେଶକୁ ଆଗେଇ ନେବା ପାଇଁ କୌଣସି ରାଜନୈତିକ ପୃଷ୍ଠଭୂମି ନଥିବା ୧ ଲକ୍ଷ ଯୁବ ନେତାଙ୍କୁ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।”

“ତେଣୁ, ଆମେ ଏହି ମନୋଭାବକୁ ଗ୍ରହଣ କରି ଅନେକ ପଦକ୍ଷେପ ଆରମ୍ଭ କରିଛୁ। ସ୍ୱେଚ୍ଛାସେବା, ଶିକ୍ଷା, ନେତୃତ୍ୱ ଏବଂ ନାଗରିକ ସହଭାଗିତା ପାଇଁ  ‘ମାଇଁ ଭାରତ’ (MY Bharat)କୁ ଆମେ ଏକ ୱାନ୍-ଷ୍ଟପ୍ ପ୍ଲାଟଫର୍ମ ଭାବରେ ପ୍ରତିଷ୍ଠିତ କରିଛୁ। ଆଜି ୨ କୋଟି ୫୦ ଲକ୍ଷରୁ ଅଧିକ ଯୁବବର୍ଗ ଏହି ପ୍ଲାଟଫର୍ମରେ ପଞ୍ଜିକୃତ ହୋଇ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି,” ବୋଲି ଡ. ମାଣ୍ଡଭିୟ କହିଥିଲେ।

ଏହି ଆଲୋଚନା ଓ କାର୍ଯ୍ୟକ୍ରମରେ ବ୍ରିକ୍ସ ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ଯୁବ ପ୍ରତିନିଧି, ଯୁବ ନେତା, ନୀତି ନିର୍ଦ୍ଧାରକ ଏବଂ ବରିଷ୍ଠ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଯୁବବର୍ଗଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା, ଅଭିଜ୍ଞତା ଆଦାନପ୍ରଦାନ ଏବଂ ସହଯୋଗଭିତ୍ତିକ ମିଳିତ ପଦକ୍ଷେପ ପାଇଁ ଏହି କାର୍ଯ୍ୟକ୍ରମଗୁଡ଼ିକ ମଞ୍ଚ ପ୍ରଦାନ କରିଥିଲା।

ଡ. ମାଣ୍ଡଭିୟ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଯୁବବର୍ଗଙ୍କ ସହ ଭାଗୀଦାରି କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି ଯେ, ଯୁବବର୍ଗଙ୍କୁ କେବଳ ହିତାଧିକାରୀ ଭାବରେ ନୁହେଁ, ବରଂ ଆମର ସାମୂହିକ ଭବିଷ୍ୟତ ଗଠନ ଦିଗରେ ମଧ୍ୟ ସକ୍ରିୟ ଅଂଶୀଦାର ଭାବେ ସ୍ୱୀକୃତି ଦିଆଯିବା ଆବଶ୍ୟକ। ଆସନ୍ତୁ, ଆମେ ଯୁବପିଢ଼ିଙ୍କ ଅଂଶଗ୍ରହଣରୁ ଯୁବପିଢ଼ିଙ୍କ ସହଭାଗୀତା; ପରାମର୍ଶରୁ ସହ-ସୃଜନ; ଯୁବବର୍ଗଙ୍କ ପାଇଁ କାର୍ଯ୍ୟକ୍ରମରୁ ଯୁବବର୍ଗଙ୍କ ସହଯୋଗରେ ଗଠିତ ମଞ୍ଚ ଆଡ଼କୁ ଆଗକୁ ବଢ଼ିବା। ଆସନ୍ତୁ, ଆମେ ସମସ୍ତେ ମିଶି ଏଭଳି ଏକ ବ୍ରିକ୍ସ ଗଠନ ଜାରି ରଖିବା, ଯେଉଁଠାରେ ଯୁବବର୍ଗ କେବଳ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉନାହାନ୍ତି – ବରଂ ସେମାନେ ସକ୍ରିୟ ଭାବେ ଭବିଷ୍ୟତ ଗଠନ କରୁଛନ୍ତି।”

ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକର ଅଂଶ ସ୍ୱରୂପ, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ‘ଏକ ପେଡ୍‌ ମା କେ ନାମ’ ଶୀର୍ଷକ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରତ୍ୟେକ ପ୍ରତିନିଧି ନିଜ ନିଜ ମା’ଙ୍କ ସମ୍ମାନରେ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ। କୃତଜ୍ଞତାର ଏକ ପ୍ରତୀକାତ୍ମକ ଓ ହୃଦୟସ୍ପର୍ଶୀ ପ୍ରତିଫଳନ ଭାବରେ ଏହି ପଦକ୍ଷେପକୁ ଆଗନ୍ତୁକ ପରିଦର୍ଶକ ପ୍ରତିନିଧି ଦଳଗୁଡ଼ିକ ବହୂଳ ଭାବେ ପ୍ରଶଂସା କରିଥିଲେ।

ପ୍ରତିନିଧିମାନେ ବିଶାଖାପାଟଣା ନିକଟରେ ଅବସ୍ଥିତ ଭାରତର ଏକ ପ୍ରମୁଖ ଐତିହ୍ୟସ୍ଥଳୀ ଐତିହାସିକ ତୋଟଲାକୋଣ୍ଡା ବୌଦ୍ଧ ମଠ ମଧ୍ୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ପ୍ରତିନିଧିମାନଙ୍କୁ ଭାରତର ସମୃଦ୍ଧ ସଭ୍ୟତାଗତ ଐତିହ୍ୟ ତଥା ଶାନ୍ତି, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ଦୀର୍ଘସ୍ଥାୟୀ ପରମ୍ପରା ସମ୍ପର୍କରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା। ଏହି ପରିଦର୍ଶନକୁ ବିଶିଷ୍ଟ ପରିଦର୍ଶକମାନେ ବେଶ୍‌ ପ୍ରଶଂସା କରିଥିଲେ ଏବଂ ଏହା ସାମଗ୍ରିକ କାର୍ଯ୍ୟକ୍ରମରେ ଏକ ସମୃଦ୍ଧ ସାଂସ୍କୃତିକ ଦିଗ ଯୋଡ଼ିବା ସହ ବ୍ରିକ୍ସ ଦେଶଗୁଡ଼ିକର ଯୁବବର୍ଗଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ପାରସ୍ପରିକ ବୁଝାମଣାକୁ ଆହୁରି ସୁଦୃଢ଼ କରିଥିଲା।

ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକ ଯୁବବର୍ଗଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମାପନୀ ପର୍ଯ୍ୟାୟ ଭାବେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ୨୦୨୬ ମସିହା ଅଗଷ୍ଟ ମାସ ୧୯-୨୦ ତାରିଖରେ ଗୁଜରାଟର ଗାନ୍ଧୀନଗରରେ ବ୍ରିକ୍ସ ଯୁବ ସମ୍ମିଳନୀ ଏବଂ ବ୍ରିକ୍ସ ଯୁବ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ ଯୁବ ସହଯୋଗ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା, ନୀତିଗତ ଦୃଷ୍ଟିକୋଣର ଆଦାନପ୍ରଦାନ ଏବଂ ସ୍ଥାୟୀ ଓ ସମାବେଶୀ ବିକାଶରେ ଯୁବବର୍ଗଙ୍କ ଭୂମିକାକୁ ଆଗକୁ ବଢ଼ାଇବା ପାଇଁ ପ୍ରାଥମିକତା ଉପରେ ଆଲୋଚନା କରିଥିଲେ।

ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକର ଏକ ପ୍ରମୁଖ ଫଳାଫଳ ହେଉଛି ମିଳିତ ବିବୃତି ଗ୍ରହଣ। ଏହି ମିଳିତ ବିବୃତିରେ ଯୁବ ସହଯୋଗକୁ ସୁଦୃଢ଼ କରିବା ଏବଂ ବିକାଶ ପ୍ରକ୍ରିୟାରେ ଯୁବବର୍ଗଙ୍କ ସାର୍ଥକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ନେଇ ବ୍ରିକ୍ସ ଦେଶଗୁଡ଼ିକର ସାମୂହିକ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା। ମିଳିତ ବିବୃତିରେ ‘‘ଶିକ୍ଷା, ତାଲିମ ଓ ଦକ୍ଷତା, ଯୁବ ଉଦ୍ୟୋଗିତା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସାମାଜିକ ଓ ସାଂସ୍କୃତିକ ଅଂଶଗ୍ରହଣ, ସାମାଜିକ କାର୍ଯ୍ୟ ଓ ସ୍ୱେଚ୍ଛାସେବା, ବିକାଶ, ଦାରିଦ୍ର୍ୟ, କ୍ଷୁଧା ଓ ଅସମାନତା ଦୂରୀକରଣ, ସ୍ୱାସ୍ଥ୍ୟ, ଯୁବବର୍ଗ ଓ କ୍ରୀଡ଼ା, ଯୁବବର୍ଗ, ପରିବେଶ ଓ ସ୍ଥାୟିତ୍ୱ, ଆନ୍ତଃଧର୍ମୀୟ ଯୁବ ଆଲୋଚନା, ଯୁବ ବିନିମୟ ଏବଂ ଯୁବ ସମାବେଶୀକରଣ’’ ଭଳି ବିଷୟଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।

ମନ୍ତ୍ରୀମାନଙ୍କ ବୈଠକରେ ଆଲୋଚନାର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ଥିଲା ଯୁବବର୍ଗଙ୍କ ଦକ୍ଷତା ବିକଶିତ କରିବା, ନିଷ୍ପତ୍ତି ଗ୍ରହଣରେ ସାର୍ଥକ ଭାବେ ଅଂଶଗ୍ରହଣ କରିବା ଏବଂ ସମସାମୟିକ ଯୁବ ସମସ୍ୟାର ସମାଧାନରେ ଯୋଗଦାନ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଗୁରୁତ୍ୱ। ଏହା ସହିତ, ଯୁବବର୍ଗଙ୍କ ନେତୃତ୍ୱାଧୀନ ପଦକ୍ଷେପକୁ ସୁଦୃଢ଼ କରିବା, ନବସୃଜନ ଓ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ସାଧାରଣ ସ୍ୱାର୍ଥ ସମ୍ପର୍କିତ ବିଷୟରେ ଅଭିଜ୍ଞତା ଆଦାନପ୍ରଦାନ ଓ ମତାମତ ଆଦାନପ୍ରଦାନ ମାଧ୍ୟମରେ ଯୁବବର୍ଗଙ୍କ ମଧ୍ୟରେ ସୀମାପାର ସହଯୋଗର ସୁଯୋଗ ବୃଦ୍ଧି କରିବାର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକର ସଫଳ ସମାପ୍ତି ସହିତ ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ମିଳିତ ବିବୃତି ଗ୍ରହଣ କରାଯିବା ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଯୁବ ସହଯୋଗକୁ ଆଗକୁ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହୋଇଛି।

ବ୍ରିକ୍ସ ଯୁବ ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକ ଭାଗୀଦାରିକୁ ସୁଦୃଢ଼ କରିବା, ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ସହିତ ବ୍ରିକ୍ସ ଦେଶଗୁଡ଼ିକର ଯୁବବର୍ଗ ଓ ବିଭିନ୍ନ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ନିରନ୍ତର ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି।

ଭାରତର ୨୦୨୬ ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଅନୁଷ୍ଠିତ ଯୁବ ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକରେ ଶ୍ରେଷ୍ଠ ପଦ୍ଧତି, ଜାତୀୟ ପ୍ରାଥମିକତା ଏବଂ ମିଳିତ ପଦକ୍ଷେପର ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦେଇ ଯୁବ ସହଯୋଗକୁ ସୁଦୃଢ଼ କରିବାର ପ୍ରୟାସ କରାଯାଇଛି। ଏହା ୨୦୨୬ ପାଇଁ ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ବ୍ୟାପକ ବିଷୟବସ୍ତୁ “ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟିତ୍ୱ ପାଇଁ ନିର୍ମାଣ” ସହ ସମନ୍ୱିତ।

ଭାରତର ୨୦୨୬ ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ବ୍ରିକ୍ସ ଯୁବ କାର୍ଯ୍ୟକଳାପ କ୍ୟାଲେଣ୍ଡରର ଅଂଶ ଭାବେ ବ୍ରିକ୍ସ ଯୁବ ସମ୍ମିଳନୀ, ବ୍ରିକ୍ସ ଯୁବ ପରିଷଦ ବୈଠକ ଏବଂ ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ୨୦୨୬ ଅଗଷ୍ଟ ୨୨ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକ ସଫଳତାର ସହ ଆୟୋଜନ କରାଯାଇଥିଲା।

ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଏହାର ସମାପ୍ତି ଆଡ଼କୁ ଅଗ୍ରସର ହେଉଥିବା ବେଳେ, ଏହି କାର୍ଯ୍ୟକ୍ରମଗୁଡ଼ିକର ଫଳାଫଳ ନିରନ୍ତର ସହଯୋଗ ପାଇଁ ଏକ ଦୃଢ଼ ଭିତ୍ତି ପ୍ରଦାନ କରୁଛି। ଏଥିସହିତ ଅଧିକ ସ୍ଥିର, ନବସୃଜନଶୀଳ, ସମାବେଶୀ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ସାମର୍ଥ୍ୟକୁ ଉପଯୋଗ କରିବା ନେଇ ବ୍ରିକ୍ସ ଦେଶଗୁଡ଼ିକର ସାମୂହିକ ପ୍ରତିବଦ୍ଧତାକୁ ଏହା ପୁନଃ ଦୃଢ଼ କରୁଛି।

ବ୍ରିକ୍ସ ଯୁବ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଡ. ମନସୁଖ ମାଣ୍ଡଭିୟ ଦକ୍ଷିଣ ଆଫ୍ରିକା ଓ ସଂଯୁକ୍ତ ଆରବ ଏମିରେଟ୍ସର ତାଙ୍କ ସମପଦସ୍ଥ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ। ଯୁବ ବ୍ୟାପାର ଓ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା, ବିଶେଷକରି ଦକ୍ଷତା ବିକାଶ, ଯୁବ ଉଦ୍ୟୋଗିତା ଏବଂ ଯୁବ ସହଭାଗିତା ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଏହି ଆଲୋଚନା କେନ୍ଦ୍ରିତ ଥିଲା।

ଯୁବ ଓ କ୍ରୀଡ଼ା କ୍ଷେତ୍ରରେ ଭାରତ ଏବଂ ସମ୍ପୃକ୍ତ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବିନିମୟ କାର୍ଯ୍ୟକ୍ରମ, କ୍ଷମତା-ନିର୍ମାଣ ପଦକ୍ଷେପ ଏବଂ ଅନୁଷ୍ଠାନିକ ଢାଞ୍ଚା ମାଧ୍ୟମରେ ଅଧିକ ଗଭୀର ସହଯୋଗର ବିଭିନ୍ନ ସୁଯୋଗ ଉପରେ ସମସ୍ତ ପକ୍ଷ ଆଲୋଚନା କରିଥିଲେ।

‘ଏକ ପେଡ୍‌ ମାଁ କେ ନାମ’ ଡ. ମନସୁଖ ମାଣ୍ଡଭିୟ ବିଶାଖାପାଟଣା ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ରକ୍ଷା ନିଖିଲ ଖଡସେ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026
Latest News

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.