Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା
ଆଜିର ଖବର

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pravati Parida attends diaspora meet at Odisha Parab
Pravati Parida attends diaspora meet at Odisha Parab

ବାରଣାସୀ/ଭୁବନେଶ୍ବର: ବାରଣାସୀଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ ଅବସରରେ ଏକ ‘ଓଡ଼ିଆ ପ୍ରବାସୀ ମିଳନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରଣାସୀରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ, ସାଂସ୍କୃତିକ ବ୍ୟକ୍ତିତ୍ୱ, ପେଶାଦାର, ଅଧ୍ୟାପକ ଓ ଉଦ୍ୟୋଗୀମାନେ ଏକାଠି ହୋଇ ଓଡ଼ିଶା ସହିତ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ଯୋଗସୂତ୍ରକୁ ଆହୁରି ମଜବୁତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ, ନିୟୋଜନ ଓ ସମନ୍ୱୟ ମନ୍ତ୍ରୀ ଅନିଲ ରାଜଭର; ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ (ଆଇ.ଏ.ଏସ୍.); ପଦ୍ମଶ୍ରୀ ଶ୍ରୀଭାଷ ଚନ୍ଦ୍ର ସୁପକାର; ବାରଣାସୀ ଓଡ଼ିଆ ସମାଜର ସଭାପତି ପ୍ରଫେସର ଗୋପବନ୍ଧୁ ମିଶ୍ର ଏବଂ ଫିକି (FICCI) ଉତ୍ତର ପ୍ରଦେଶ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ପ୍ରତୀକ ହୀରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

‘ଓଡ଼ିଶା ପରବ ୨୦୨୬’ର ଦ୍ଵିତୀୟ ଦିନରେ ‘ଟୁରିଜମ୍ ଇନଭେଷ୍ଟର’ ଏବଂ ‘ବିଜନେସ୍-ଟୁ-ଗଭର୍ଣ୍ଣମେଣ୍ଟ (B2G)’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହା ସରକାରୀ ପ୍ରତିନିଧି, ନିବେଶକ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଓ ପୁଞ୍ଜିନିବେଶର ସୁଯୋଗ ଆକଳନ କରିବା ପାଇଁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିଥିଲା।

ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ‘ଟୁରିଜମ୍ ରୋଡ୍ ଶୋ’ରେ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ପୁରୀ, କୋଣାର୍କ, ରତ୍ନଗିରି, ଉଦୟଗିରି, ଲଳିତଗିରି, ହୀରାକୁଦ, ଚିଲିକା, ଭିତରକନିକା ଏବଂ ଶିମିଳିପାଳ ଭଳି ୧୫ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଉପରେ ଆଲୋକପାତ କରାଯାଇଥିଲା। ଏହାବ୍ୟତୀତ ଇକୋ-ଟୁରିଜମ୍, ବନ୍ୟପ୍ରାଣୀ, ସାହସିକ ଓ ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସହ ‘ମାଇସ୍’ (MICE) ପର୍ଯ୍ୟଟନର ସମ୍ଭାବନା ଏବଂ ନିବେଶକଙ୍କ ପାଇଁ ଉପଲବ୍ଧ ପ୍ରୋତ୍ସାହନ ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା।

ଏହି ଆୟୋଜନ ‘ଓଡ଼ିଶା ଭିଜନ୍ ୨୦୩୬’ ଏବଂ ‘ଓଡ଼ିଶା ଭିଜନ୍ ୨୦୪୭’ର ବ୍ୟାପକ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି, ଯେଉଁଥିରେ ପର୍ଯ୍ୟଟନକୁ ଏକ ସମୃଦ୍ଧ, ସମାବେଶୀ, ସୁସ୍ଥିର ଓ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଓଡ଼ିଶା ଗଠନର ପ୍ରମୁଖ ମାଧ୍ୟମ ଭାବେ ସ୍ଥାନ ଦିଆଯାଇଛି।

'ଓଡ଼ିଶା ପରବ' Odisha Parab Pravati Parida ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରାଣସୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.