Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ
ଆଜିର ଖବର

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଟ୍‌ ପରୀକ୍ଷା
୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା। ଏଥିପାଇଁ ପରୀକ୍ଷାର୍ଥୀମାନେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ଆଡମିଟ୍ କାର୍ଡ ହାସଲ କରିପାରିବେ। ଆଡମିଟ୍ କାର୍ଡ ସୋମବାର ଠାରୁ ଉପଲବ୍ଧ ହେବାର ଥିଲା। କିନ୍ତୁ ନ୍ୟାଶନାଲ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନେନ୍ସ ବା ଏନବିଇଏମଏସ୍ ପକ୍ଷରୁ ନିଟ୍‌- ପିଜି ୨୦୨୬ ପରୀକ୍ଷାର ଆଡମିଟ୍ କାର୍ଡ ଉପଲବ୍ଧତାକୁ ଘୁଞ୍ଚାଇ ଦିଆଯାଇଛି।

ସୋମବାର ଜାରି ନୂଆ ସୂଚନା ଅନୁଯାୟୀ, ଏବେ ପରୀକ୍ଷାର୍ଥୀମାନେ ଆଜି ଅର୍ଥାତ ଅଗଷ୍ଟ ୨୫ ତାରିଖରୁ ଆଡମିଟ୍ କାର୍ଡ ହାସଲ କରିପାରିବେ। ଆସାମ ଓ ମେଘାଳୟ ପକ୍ଷରୁ ଆସିଥିବା ଅନୁରୋଧ ଏବଂ ଟାଳି ହେଉ ନଥିବା ପରିସ୍ଥିତି ଯୋଗୁ ଆଡମିଡ୍ କାର୍ଡ ରିଲିଜିକୁ ଗୋଟିଏ ଦିନ ଘୁଞ୍ଚା ଯାଇଥିବା ନୋଟିସରେ କୁହାଯାଇଛି। ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ପ୍ରାର୍ଥୀମାନେ ଏନବିଇଏମଏସ୍ ପୋର୍ଟାଲ ମାଧ୍ୟମରେ ନିଜର ହଲ୍ ସମ୍ପର୍କରେ ତଥ୍ୟ ଆଡମିଡ୍ କାର୍ଡ ଡାଉନଲୋଡ୍ ଜାଣିପାରିବେ ବୋଲି ଏଥିରେ କୁହାଯାଇଛି।

ଅଗଷ୍ଟ ୩୦ରେ ହେବାକୁ ନିଟ୍ ପିଜି ୨୦୨୬ ପରୀକ୍ଷା ପାଇଁ ଅଗଷ୍ଟ ୧୧ ତାରିଖରେ ଗୋଟିଏ ସ୍ଲିପ ଜାରି କରାଯାଇଥିଲା। ଏଥିରେ ପରୀକ୍ଷା ସହରର ସୂଚନା ରହିଥିଲା। ଅର୍ଥାତ ଏହି ସ୍ଲିପ ଜରିଆରେ ଶିକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷାର ସହର ସମ୍ପର୍କରେ ଆଗୁଆ ସୂଚନା ପାଇ ସାରିଛନ୍ତି। ଏବେ ଆଡମିଟ୍ କାର୍ଡରେ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ର ସହିତ ପରୀକ୍ଷା ପାଇଁ ଆବଶ୍ୟକ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ଜାଣିପାରିବେ। ନିଟ୍‌-ପିଜି ପରୀକ୍ଷା ଗୋଟିଏ ସିିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀ ସକାଳ ୯ରୁ ୧୨ଟା ୩୦ ଯାଏ ପରୀକ୍ଷା ଦେବେ। କମ୍ପ୍ୟୁଟର ଆଧାରିତ ମୋଡ୍‌ରେ ଏହି ପରୀକ୍ଷା ହେବ ବୋଲି ନୋଟିସରେ ପୁଣି ସ୍ପଷ୍ଟ କରାଯାଇଛି।

ଏନବିଇଏମଏସ୍ ପକ୍ଷରୁ ପୂର୍ବରୁ ଅଗଷ୍ଟ ୨୭ରୁ ଆଡମିଟ୍ କାର୍ଡ ଜାରି ହେବ ବୋଲି କୁହାଯାଇଥିଲା। କିନ୍ତୁ ପରେ ଏହାକୁ ସଂଶୋଧନ କରି ଅଗଷ୍ଟ ୨୪ରେ ଆଡମିଟ କାର୍ଡ ଜାରି ହେବ ବୋଲି କୁହାଯାଇଥିଲା। କିନ୍ତୁ ପୁଣି ଏହାକୁ ବଦଳା ଯାଇଛି।

ଆଡମିଟ୍ କାର୍ଡ ନିଟ୍ ପିଜି ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ କ୍ରିକେଟ ଦଳ ପାଇଁ ହଙ୍ଗାମା: ଏସୀୟ କ୍ରୀଡ଼ାରେ ଦେଖାଗଲା ନୂଆ ବିବାଦ

September 19, 2026

ବଙ୍ଗଳା ଉପନିର୍ବାଚନରେ ​​ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ୱସ୍ତି: ନୂଆ ମୋଡ଼ ନେଲା ଏହି ଆସନ

September 19, 2026

ଜେସିବି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ

September 19, 2026

“ବଡ଼ ଠକ…”: ମକ୍କା ଚୁକ୍ତି ଉପରେ ପାକିସ୍ତାନକୁ ସମାଲୋଚନା କଲେ ପୂର୍ବତନ ଆମେରିକାର NSA

September 19, 2026
Latest News

ଭାରତୀୟ କ୍ରିକେଟ ଦଳ ପାଇଁ ହଙ୍ଗାମା: ଏସୀୟ କ୍ରୀଡ଼ାରେ ଦେଖାଗଲା ନୂଆ ବିବାଦ

September 19, 2026

ବଙ୍ଗଳା ଉପନିର୍ବାଚନରେ ​​ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ୱସ୍ତି: ନୂଆ ମୋଡ଼ ନେଲା ଏହି ଆସନ

September 19, 2026

ଜେସିବି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ

September 19, 2026

“ବଡ଼ ଠକ…”: ମକ୍କା ଚୁକ୍ତି ଉପରେ ପାକିସ୍ତାନକୁ ସମାଲୋଚନା କଲେ ପୂର୍ବତନ ଆମେରିକାର NSA

September 19, 2026

ଗଣେଶ ଭସାଣି ବେଳେ ଜେନେରେଟରରୁ ନିଆଁ ଲାଗି ୫ ଶିଶୁ ଗୁରୁତର

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.