Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା
ଆଜିର ଖବର

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

August 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

​ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦୀର୍ଘ ସାତ ମାସ ହୋଇ ପଡିରହିଥିବା ରକ୍ତ ଭଣ୍ଡାରକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥାନୀୟ ଜନ ସାଧାରଣ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରେଢ଼ାଖୋଲ ରକ୍ତ ଭଣ୍ଡାର ଦୀର୍ଘ ଦିନ ହେଲା ବନ୍ଦ ରହିବା ଫଳରେ ରୋଗୀମାନେ ରକ୍ତ ପାଇଁ ସମ୍ବଲପୁର, ଅନୁଗୁଳ ଦୌଡିବାକୁ ପଡୁଛି। ବିଶେଷ କରି ଗର୍ଭବତୀ ମହିଳା ଓ ଦୁର୍ଘଟଣାଗ୍ରସ୍ତ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାର ଣା ରେ ବସିଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି।

ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡ଼ିଥିବା ରକ୍ତ ଭଣ୍ଡାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରେଢ଼ାଖୋଲ ମାନ୍ୟବର ଜିଲ୍ଲାପାଳଙ୍କୁ ପୂର୍ବରୁ ଦାବିପତ୍ର ଦିଆଯାଇଥିଲା। ପ୍ରଶାସନକୁ ଅଗଷ୍ଟ ୨୪ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ପାଇଁ ସମୟ ଦିଆଯାଇଥିଲା, ହେଲେ ଦୁଃଖର ବିଷୟ ପ୍ରଶାସନ ରକ୍ତ ଭଣ୍ଡାର ଚାଲୁ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ଆଜି ଜନପ୍ରତିନିଧି ଠାରୁ ଆରମ୍ଭ କରି ଜନସାଧାରଣ ଧାରଣାରେ ବସିଥିଲେ।

ଏପରିକି ​ଲାଇସେନ୍ସ ନବୀକରଣ (Licence Renewal) ଅବହେଳା ଯୋଗୁଁ ରକ୍ତ ଭଣ୍ଡାର ବନ୍ଦ ରହିବା ଫଳରେ ଆମ ଅଞ୍ଚଳର ଗରୀବ ରୋଗୀ, ଗର୍ଭବତୀ ମହିଳା, ଦୁର୍ଘଟଣାଗ୍ରସ୍ତ ଏବଂ ଜରୁରୀକାଳୀନ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଧାରଣାରେ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସମିତିସଭ୍ୟ ପ୍ରବୀଣ କୁମାର ପ୍ରଧାନ, ଯୁବ ନେତା ଉମେଶ ଦେହୁରୀ ପ୍ରମୁଖ ଧାରଣାରେ ବସିଥିଲେ। ଧାରଣା ସ୍ଥଳକୁ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ ପହଂଚି ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗୀତ ହୋଇଥିଲା।

ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ଦାବି ରକ୍ତ ଭଣ୍ଡାର ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ

August 25, 2026

ଶ୍ରାବଣ ମାସରେ ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

August 25, 2026

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026
Latest News

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

August 25, 2026

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ

August 25, 2026

ଶ୍ରାବଣ ମାସରେ ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

August 25, 2026

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.