ନୂଆଦିଲ୍ଲୀ: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପନ୍ଦର ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ଡନ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୱାର୍ଡରେ ୧୬ ଜଣ ଶିଶୁ ଥିଲେ, ଯାହା ମଧ୍ୟରୁ ଡାକ୍ତର କେବଳ ଜଣଙ୍କୁ ବଞ୍ଚାଇ ପାରିଥିଲେ।
ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ମୁଖପାତ୍ର ଡକ୍ଟର ଅନିଜା ଜଲିଲ୍ କହିଛନ୍ତି ଯେ, କିଛି ଶିଶୁଙ୍କୁ ରାତିରେ ଡିସଚାର୍ଜ କରାଯାଇଥିଲା। ତେଣୁ ପିଲାଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ସେ କହିଛନ୍ତି ଯେ, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ସକାଳ ପ୍ରାୟ ୭ଟାରେ ନିଆଁ ଲାଗିଥିଲା। ନିଆଁ ଲିଭାଇ ଦିଆଯାଇଛି, କିନ୍ତୁ କୁଲିଂ ପ୍ରକ୍ରିୟାରେ କିଛି ସମୟ ଲାଗିବ।


