Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ବଡ଼ ମେଡିକାଲରେ ଆର୍ଥିକ ହେରଫେର ଅଭିଯୋଗ : ଡାଟା ଏଣ୍ଟ୍ରି ଅପରେଟର ଗିରଫ
ଆଜିର ଖବର

କଟକ ବଡ଼ ମେଡିକାଲରେ ଆର୍ଥିକ ହେରଫେର ଅଭିଯୋଗ : ଡାଟା ଏଣ୍ଟ୍ରି ଅପରେଟର ଗିରଫ

August 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: କଟକ ବଡ଼ ମେଡିକାଲରେ ସାମ୍ନାକୁ ଆସିଛି ବଡ଼ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ପ୍ରଦାନରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ପରେ ମଙ୍ଗଳାବାଗ ପୋଲିସ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, କଟକ ବଡ଼ ମେଡିକାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୧୦ ବର୍ଷ ମଧ୍ୟରେ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିଶେଷକରି ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍‌ ଓ ମାଟର୍ନିଟି ଲିଭ୍‌ ଭଳି ବିଭିନ୍ନ ଖର୍ଚ୍ଚ ବାବଦରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆସିଛି।

ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଆର୍ଥିକ କାରବାରରେ ଆଉ କେତେଜଣ ସାମିଲ ଅଛନ୍ତି, ତାହା ଏବେ ତଦନ୍ତର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଏହି ଆର୍ଥିକ ଅନିୟମିତତା କିପରି ହୋଇଥିଲା, କେଉଁ ପ୍ରକ୍ରିୟାରେ ଟଙ୍କା ଉଠାଯାଇଥିଲା ଏବଂ ଏଥିରେ ଆଉ କେଉଁ କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ଼ କରୁଛି। ଏହା ସହ ହେରଫେର ହୋଇଥିବା ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି କିମ୍ବା କାହା ଖାତାକୁ ଯାଇଛି, ତାହା ମଧ୍ୟ ତଦନ୍ତ କରାଯାଉଛି।

ଘଟଣାରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଗିରଫ ପରେ ଏହି ଆର୍ଥିକ ହେରଫେରର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ତଦନ୍ତ ଶେଷ ହେଲେ ସ୍ପଷ୍ଟ ହେବ।

କଟକ ବଡ଼ ମେଡିକାଲରେ ଆର୍ଥିକ ହେରଫେର ଡାଟା ଏଣ୍ଟ୍ରି ଅପରେଟର ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026
Latest News

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.