Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଲ୍‌ ଇଞ୍ଜେକସନ୍‌ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
ଆଜିର ଖବର

ଭୁଲ୍‌ ଇଞ୍ଜେକସନ୍‌ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

August 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆପଡ଼ା: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ନୂଆପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକେ ଶବ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଘଟଣାର ତଦନ୍ତ ସହ କ୍ଷତିପୂରଣ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ, କୋମନା ବ୍ଲକ୍‌ ପେଣ୍ଡରାପଦର ଗାଁର ୩୫ ବର୍ଷୀୟା ଲଛନ୍ତି ମାଝୀ ଗତ ୨୫ ତାରିଖରେ ଅସୁସ୍ଥତା କାରଣରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ପରିବାରର ଅଭିଯୋଗ ଅନୁଯାୟୀ, ଇଞ୍ଜେକସନ୍‌ ଦିଆଯିବାର କିଛି ସମୟ ପରେ ଲଛନ୍ତିଙ୍କ ପେଟ ଫୁଲିବା ଆରମ୍ଭ ହୋଇଥିଲା। ଏନେଇ ତାଙ୍କ ସ୍ୱାମୀ ତୁଲସୀ ମାଝୀ ଡାକ୍ତରଙ୍କୁ ଜଣାଇଥିଲେ। ପରେ ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ଲଛନ୍ତିଙ୍କ ମୃତ୍ୟୁ ଘଟିଥିଲା।

ଲଛନ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା ଏବଂ ଭୁଲ୍‌ ଇଞ୍ଜେକସନ୍‌ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଇଞ୍ଜେକସନ୍‌ ଯୋଗୁଁ ହିଁ ମୃତ୍ୟୁ ଘଟିଛି କି ଅନ୍ୟ କୌଣସି କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଆଜି ସକାଳେ ଲଛନ୍ତିଙ୍କ ପରିବାର ଲୋକେ ଶବ ଧରି ସିଡିଏମ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ସିଡିଏମ୍‌ଓ ଡାକ୍ତର ଦ୍ୱାରିକାନାଥ ଶତପଥୀ, ଉପଜିଲ୍ଲାପାଳ, ତହସିଲଦାର ଓ ଥାନା ଅଧିକାରୀ ଗଙ୍ଗାଧର ମେହେର ପ୍ରମୁଖ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଅନ୍ୟପକ୍ଷରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବ।

ଭୁଲ୍‌ ଇଞ୍ଜେକସନ୍‌ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026
Latest News

ଭୁଲ୍‌ ଇଞ୍ଜେକସନ୍‌ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

August 29, 2026

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.