Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
ଆଜିର ଖବର

‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

August 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପୁଲିସକୁ ନୂଆ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ପୁଲିସ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ‘ସ୍ମାର୍ଟ ପୁଲିସିଂ’ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ମହିଳା ବିରୋଧୀ ହିଂସା, ସଂଗଠିତ ଅପରାଧ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି ଆପଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ବିରୋଧୀ ଅପରାଧରେ ବର୍ତ୍ତମାନର ପ୍ରାୟ ୪୦ ପ୍ରତିଶତ ଦଣ୍ଡବିଧାନ ହାରକୁ ଅତି କମ୍‌ରେ ୭୫ ପ୍ରତିଶତକୁ ବଢ଼ାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଶା କାରବାରର ମୂଳ ସିଣ୍ଡିକେଟ୍‌ ଓ ଆର୍ଥିକ ନେଟୱର୍କ ଧ୍ୱଂସ ପାଇଁ ପୁଲିସକୁ କଠୋର ଅଭିଯାନ ଚଳାଇବାକୁ ମଧ୍ୟ ନିର୍ଦ୍ଦେଶ।

ପାର୍ବଣ ଋତୁ ପୂର୍ବରୁ ବେଆଇନ ଚାନ୍ଦା ଆଦାୟ ଓ ଦାଦାବଟି ରୋକିବାକୁ  ଅଭିଯାନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ସର୍ବୋପରି ଥାନାକୁ ଆସୁଥିବା ସାଧାରଣ ଲୋକଙ୍କ ସହ ପୁଲିସ ସହାନୁଭୂତିଶୀଳ ଓ ଭଦ୍ର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ତଟ ସୁରକ୍ଷାରେ ଡ୍ରୋନ୍‌ ଓ ବୋଟ୍‌ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି । ୫୭୫ କିମି ତଟରେଖାର ସୁରକ୍ଷା ପାଇଁ ଡ୍ରୋନ୍‌, ଇଣ୍ଟରସେପ୍ଟର ବୋଟ୍‌, ATV ଓ ପୂର୍ବତନ ସେନାକର୍ମୀଙ୍କୁ ନିୟୋଜନ କରାଯିବା ନେଇ ସୂଚନା ଦେଇଛନ୍ତି ।

ସାଇବର ଠକେଇ ଉପରେ କଡା ନଜର ମଧ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିଟାଲ ସର୍ଭେଲାନ୍ସ ସୁଦୃଢ଼ କରିବା ସହ ଡାର୍କ ୱେବ୍‌ ଉପରେ କଡ଼ା ନଜର ରଖାଯିବ। ଆହୁରି ମଧ୍ୟ NATGRID ଓ CCTNS ଜରିଆରେ ଗୁଇନ୍ଦା ବ୍ୟବସ୍ଥା ସୁଦୃଢ଼ କରାଯିବ। ଥାନା ଆଧୁନିକୀକରଣ ପାଇଁ ସ୍ୱତନ୍ତ୍ର ତଦନ୍ତ ପାଣ୍ଠି ମଞ୍ଜୁର ହୋଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ।

CCTNS NATGRID ନିଶାମୁକ୍ତ ଓଡ଼ିଶା’ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

ବୃହତ୍ ଶିଳ୍ପ ପ୍ରକଳ୍ପ ନେଇ ସରକାରଙ୍କ ସମୀକ୍ଷା

August 29, 2026

ଯାତ୍ରୀଙ୍କ ପକେଟ୍‌ରେ ପଡ଼ିବ ମହଙ୍ଗା ଭାର, ଭଡ଼ା ବଢ଼ାଇବାକୁ ଦାବି

August 29, 2026

ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

August 29, 2026

ବ୍ୟାନ ହେଲା ଏଭରେଷ୍ଟ ହିଙ୍ଗ୍: FSSAI ପରୀକ୍ଷାରେ ବିଫଳ ହେଲା ନମୁନା 

August 29, 2026
Latest News

‘ନିଶାମୁକ୍ତ ଓଡ଼ିଶା’ରୁ ସୁରକ୍ଷିତ ଓଡ଼ିଶା: ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

August 29, 2026

ବୃହତ୍ ଶିଳ୍ପ ପ୍ରକଳ୍ପ ନେଇ ସରକାରଙ୍କ ସମୀକ୍ଷା

August 29, 2026

ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ: ନୋଟିସ ଜାରି କଲା FSSAI 

August 29, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026

ଯାତ୍ରୀଙ୍କ ପକେଟ୍‌ରେ ପଡ଼ିବ ମହଙ୍ଗା ଭାର, ଭଡ଼ା ବଢ଼ାଇବାକୁ ଦାବି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.