Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ
ଆଜିର ଖବର

ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏକ୍ସପ୍ରେସ ଟ୍ରେନ
ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

ଭୁବନେଶ୍ୱର: ଯାତ୍ରୀଙ୍କ ସମ୍ଭାବ୍ୟ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନରେ ସାମୟିକ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯାଉଛି। ଏହା ଦ୍ୱାରା ଯାତ୍ରୀଙ୍କ ପାଇଁ ଅତିରିକ୍ତ ଆସନ/ଶଯ୍ୟା ଉପଲବ୍ଧ ହେବା ସହ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାରେ ସହାୟତା ମିଳିବ।

ଏହି କ୍ରମରେ, ଟ୍ରେନ୍ ନମ୍ବର ୧୮୪୬୩ ଭୁବନେଶ୍ୱର–କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୬୪ କେଏସଆର ବେଙ୍ଗାଲୁରୁ–ଭୁବନେଶ୍ୱରରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ସେହିପରି, ଟ୍ରେନ୍ ନମ୍ବର ୧୨୮୧୯ ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୨୮୨୦ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱରରେ ସେପ୍ଟେମ୍ବର ୪ରୁ ଅକ୍ଟୋବର ୨, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଏହା ବ୍ୟତୀତ, ଟ୍ରେନ୍ ନମ୍ବର ୨୨୮୭୯ ଭୁବନେଶ୍ୱର–ତିରୁପତିରେ ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୨୬, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୨୮୮୦ ତିରୁପତି–ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୨୭, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଆଞ୍ଚଳିକ ଟ୍ରେନଗୁଡ଼ିକରେ ବଢ଼ୁଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ୍ ନମ୍ବର ୧୮୩୦୧ ସମ୍ବଲପୁର–ରାୟଗଡ଼ା ଏବଂ ୧୮୩୦୨ ରାୟଗଡ଼ା–ସମ୍ବଲପୁରରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ସେହିପରି, ଟ୍ରେନ୍ ନମ୍ବର ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର–ଭୁବନେଶ୍ୱରରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଆହୁରି, ଟ୍ରେନ୍ ନମ୍ବର ୧୮୪୧୭ ପୁରୀ–ଗୁଣୁପୁର ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୧୮ ଗୁଣୁପୁର–ପୁରୀ ଏକ୍ସପ୍ରେସରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ।

ଟ୍ରେନ୍ ନମ୍ବର ୨୦୮୩୨ ସମ୍ବଲପୁର–ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୨୯, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୦୮୩୧ ଶାଲିମାର–ସମ୍ବଲପୁରରେ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ।

ସେହିପରି, ଟ୍ରେନ୍ ନମ୍ବର ୨୦୪୭୧ ଶ୍ରୀଗଙ୍ଗାନଗର–ପୁରୀ ଏକ୍ସପ୍ରେସରେ ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୨୭, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୦୪୭୨ ପୁରୀ–ଶ୍ରୀଗଙ୍ଗାନଗର ଏକ୍ସପ୍ରେସରେ ସେପ୍ଟେମ୍ବର ୯ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଏହା ସହିତ, ଟ୍ରେନ୍ ନମ୍ବର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକରେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱରରେ ସେପ୍ଟେମ୍ବର ୨ରୁ ଅକ୍ଟୋବର ୧, ୨୦୨୬ ପର୍ଯ୍ୟନ୍ତ ଦୁଇଟି ଅଣସଂରକ୍ଷିତ ସାଧାରଣ କୋଚ୍ ସଂଯୋଗ କରାଯିବ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଯାତ୍ରୀମାନଙ୍କୁ ଅଧିକ ବର୍ଥ ସୁବିଧା ଯୋଗାଇବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରୀଙ୍କ ଚାପକୁ ସମ୍ଭାଳିବାରେ ସହାୟକ ହେବ।

ଅତିରିକ୍ତ କୋଚ୍ ସଂଯୋଗ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.