Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବିଭୋର ହେଲେ ଜାପାନୀ ମହିଳା
ଆଜିର ଖବର

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବିଭୋର ହେଲେ ଜାପାନୀ ମହିଳା

September 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବିଭୋର ହେଲେ ଜାପାନୀ ମହିଳା
ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବିଭୋର ହେଲେ ଜାପାନୀ ମହିଳା

ଭୁବନେଶ୍ବର: ପବିତ୍ର ଧାମ ପୁରୀସ୍ଥିତ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରରେ ମଧ୍ୟ ଏହି ପବିତ୍ର ରକ୍ଷାବନ୍ଧନ ଉତ୍ସବ ଏକ ଅନନ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି, ଯେଉଁଥିରେ ଓଡ଼ିଆ ସଂସ୍କୃତି ସହ ଜାପାନୀ ପରମ୍ପରାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଛି। ଏହି ସାଂସ୍କୃତିକ ମିଳନ ପର୍ବରେ ଜାପାନରୁ ଆସିଥିବା ମହିଳା ପର୍ଯ୍ୟଟକମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ସାମିଲ ହୋଇଥିଲେ। ପ୍ରଥମେ ସେମାନେ ସେଣ୍ଟରରେ ବିରାଜମାନ ଥିବା ସର୍ବଶକ୍ତିମାନ ଶ୍ରୀଜୀଉଙ୍କ ପାଖରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ସେମାନେ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ଭାରତୀୟ ସଦସ୍ୟଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କ ସୁଖ, ସମୃଦ୍ଧି ଓ ସୁରକ୍ଷା କାମନା କରିଥିଲେ।

ଏହି ସ୍ମରଣୀୟ ଅବସରରେ ସଭାପତି ଶ୍ରୀମନ୍ତ କୁମାର ଦାଶ ବିଦେଶୀ ମହିଳାମାନଙ୍କୁ ଓଡ଼ିଶାର ଏହି ମହାନ ପରମ୍ପରା, ସାଂସ୍କୃତିକ ଗୁରୁତ୍ୱ ଏବଂ ରକ୍ଷାବନ୍ଧନ ପଛରେ ଥିବା ଭାଇ-ଭଉଣୀଙ୍କ ଅତୁଟ ଭଲପାଇବାର କାହାଣୀ ସମ୍ପର୍କରେ ଜାପାନୀ ଭାଷାରେ ଅନୁବାଦ କରି ବୁଝାଇଥିଲେ। ଓଡ଼ିଆ ସଂସ୍କୃତିର ଏହି ମହାନ ଓ ଭାବପୂର୍ଣ୍ଣ ଆଦର୍ଶ ବିଷୟରେ ଜାଣିବା ପରେ ଜାପାନୀ ମହିଳାମାନେ ଅତ୍ୟନ୍ତ ପ୍ରଭାବିତ ଓ ଆନନ୍ଦିତ ହୋଇଥିଲେ। କେବଳ ରକ୍ଷାବନ୍ଧନ ନୁହେଁ, ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀରେ ଜାପାନୀ ପର୍ଯ୍ୟଟକମାନେ ଆଗ୍ରହର ସହ ସାମିଲ ହୋଇ ପାଳନ କରିଥାନ୍ତି। ଏଭଳି ପ୍ରୟାସ ଦ୍ୱାରା ଓଡ଼ିଶାର ଅନନ୍ୟ କଳା, ମହାନ ସଂସ୍କୃତି ଏବଂ ପର୍ଯ୍ୟଟନର ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଶ୍ରୀ ଦାଶ ନିଜ ମତ ପ୍ରକାଶ କରିଛନ୍ତି।

ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ଓଡିଆ ସ଼ଂସ୍କୃତି ପବିତ୍ର ଧାମ ପୁରୀ ପବିତ୍ର ରକ୍ଷାବନ୍ଧନ ପରମ୍ପରା
Share. Facebook Twitter LinkedIn Email WhatsApp Copy Link

Related Posts

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026

ଭାରତ ଠାରୁ ପାକିସ୍ତାନର ଶୋଚନୀୟ ପରାଜୟ: ଧୂଳି ଚଟାଇଲେ ଦେଶର ଝିଅ

September 21, 2026
Latest News

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026

ଭାରତ ଠାରୁ ପାକିସ୍ତାନର ଶୋଚନୀୟ ପରାଜୟ: ଧୂଳି ଚଟାଇଲେ ଦେଶର ଝିଅ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.