Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି
ଆଜିର ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

ଭୁବନେଶ୍ବର: ପବିତ୍ର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୂଲ୍ୟ ରତ୍ନ ଅଳଙ୍କାରଗୁଡ଼ିକର ଗଣତିମଣତି ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛତା, ସୁରକ୍ଷା ଓ ସତର୍କତା ସହିତ ଆଗେଇ ଚାଲିଛି। ଦୁଇଦିନିଆ ବିଶେଷ ଗଣତି ପ୍ରକ୍ରିୟାର ପ୍ରଥମ ଦିନରେ ଭିତର ଭଣ୍ଡାରର ପ୍ରାରମ୍ଭିକ ଗଣତି ଏବଂ ସିନ୍ଦୁକଗୁଡ଼ିକର ମାପ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେବା ପରେ ମାନ୍ୟତା ପ୍ରାପ୍ତ ସ୍ୱତନ୍ତ୍ର କାର୍ଯ୍ୟପଦ୍ଧତି ଆଧାରରେ ଗଣତି କାର୍ଯ୍ୟ ଆରମ୍ଭ କରାଯାଉଛି। ରାଜ୍ୟ ସରକାରଙ୍କ ପ୍ରମୁଖ ସୂଚନା ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଗଣନା ପ୍ରକ୍ରିୟା ସମ୍ପାଦିତ ହେଉଥିବା ବେଳେ ଏହାକୁ ଆହୁରି ସୁଗମ ଓ ସୁରକ୍ଷିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅତିରିକ୍ତ କାର୍ଯ୍ୟପଦ୍ଧତି ମଧ୍ୟ ଜାରି କରାଯାଉଛି। ଗଣତି କାର୍ଯ୍ୟ ସକାଳ ୧୧ଟା ୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୫୫ ପର୍ଯ୍ୟନ୍ତ ଦୀର୍ଘ ୭ ଘଣ୍ଟା ୨୫ ମିନିଟ୍ ଧରି ନିରବଚ୍ଛିନ୍ନ ଭାବେ ଚାଲିଥିଲା।

ଗଣତିମଣତି ଶେଷ ହେବା ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଝୋବା କଣ୍ଠିର ସମ୍ପୂର୍ଣ୍ଣ ଗଣତିମଣତି କରାଯାଇ ଭଣ୍ଡାର ମେକାପଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। ଏଥିସହିତ ଭକ୍ତମାନଙ୍କ ଦ୍ୱାରା ଦାନସୂତ୍ରରେ ଆସିଥିବା ଅଳଙ୍କାରଗୁଡ଼ିକର ତାଲିକା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେଗୁଡ଼ିକର ବିଧିବଦ୍ଧ ଗଣନା କରାଯିବ। ଭିତର ରତ୍ନଭଣ୍ଡାରରେ ଥିବା ୭ଟି ପ୍ରମୁଖ କାଠ ବାକ୍ସ ବା ସିନ୍ଦୁକରେ ବହୁ ମୂଲ୍ୟବାନ ସାମଗ୍ରୀ ଓ ଅଳଙ୍କାର ରହିଛି, ଯାହାର ସଠିକ୍ ମାପ ନିଆଯାଇଛି। ଭିତର ଭଣ୍ଡାର ମଧ୍ୟରେ ସ୍ଥାନାଭାବ ହେତୁ ସେଠାରେ ବୃହତ୍ କାସ୍କେଟ୍‌ରେ ଥିବା ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ସମ୍ଭବ ହୋଇପାରୁନାହିଁ। ତେଣୁ ନୂତନ କାର୍ଯ୍ୟପଦ୍ଧତି ଅନୁସାରେ ଏହି ସିନ୍ଦୁକଗୁଡ଼ିକୁ ଖଟଶେଯ ଘରକୁ ଆଣି ରଖାଯାଇଛି।

ଖଟଶେଯ ଘରେ ପ୍ରତ୍ୟେକ ଅଳଙ୍କାରର ସୂକ୍ଷ୍ମ ମାପ, ଗଣତି, ଓଜନ, ଭିଡିଓଗ୍ରାଫି ଏବଂ ଇ-କାଟାଲଗ୍ ପ୍ରସ୍ତୁତି ସମ୍ପନ୍ନ କରାଯିବା ପରେ ପୁନଶ୍ଚ ସେଗୁଡ଼ିକୁ ଭିତର ଭଣ୍ଡାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ। ଏହି କାର୍ଯ୍ୟ ପାଇଁ ୩ଟି ସେଟ୍‌ର ସୁରକ୍ଷିତ କାସ୍କେଟ୍ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ୬ଟି ପୁରୁଣା କାଠ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମ୍‌କୁ ଲାଗିଥିବା ଘରେ ନେଇ ରଖାଯିବ, ଯେଉଁଠାରେ ପୁରୁଣା ସିନ୍ଦୁକଗୁଡ଼ିକୁ ତାଲା ଓ ସିଲ୍ ମାରି ସୁରକ୍ଷିତ ରଖାଯାଇଛି। ୧୯୭୮ ମସିହାରେ କିଛି ଅଳଙ୍କାରର ଓଜନ ହୋଇନଥିବାରୁ ଏଥର ସେଗୁଡ଼ିକର ମଧ୍ୟ ସମ୍ପୂର୍ଣ୍ଣ ଓଜନ ଓ ଗଣତି କରାଯାଉଛି।

ଗୋଟିଏ ଗୋଟିଏ ଅଳଙ୍କାରର ନିରୋଳା ଗଣତି, ଓଜନ ଓ ଭିଡିଓଗ୍ରାଫି ପାଇଁ ଅଧ ଘଣ୍ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ସମୟ ଲାଗୁଛି। ସୁରକ୍ଷା କାର୍ଯ୍ୟକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ଅନ୍ୟ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ମୋତାୟନ କରିଛନ୍ତି। ଭିତର ଭଣ୍ଡାରରେ ମହାପ୍ରଭୁଙ୍କ ବିରଳ ହୀରା, ନୀଳା, ମୋତି, ମାଣିକ୍ୟ ଆଦି ଅତି ମୂଲ୍ୟବାନ ରତ୍ନ ରହିଥିବାରୁ ପ୍ରଶାସନ ପକ୍ଷରୁ ସର୍ବାଧିକ ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କରାଯାଉଛି। ୨୦୨୬ ମେ ୨୫ ରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୭ ଦିନ ଧରି ଚାଲିଥିବା ଏହି ଅଭିଯାନରେ ଏଯାବତ ୮୫ ଘଣ୍ଟା ୨୮ ମିନିଟ୍‌ର ଗଣତି କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ମଧ୍ୟ ଏହି ଗଣତି ପ୍ରକ୍ରିୟା ଜାରି ରହିବ। ତେବେ ଅଳଙ୍କାରଗୁଡ଼ିକର ବିଶାଳତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଗଣତିମଣତି କାର୍ଯ୍ୟ କେବେ ଶେଷ ହେବ, ତାହା ନିର୍ଦ୍ଦିଷ୍ଟ ଭାବେ କହିବା ଏବେ ସମ୍ଭବ ନୁହେଁ ବୋଲି ଡକ୍ଟର ପାଢ଼ୀ ପ୍ରକାଶ କରିଛନ୍ତି।

ଗଣତିମଣତି ପ୍ରକ୍ରିୟା ପ୍ରଭୁ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

September 26, 2026

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ଉଦ୍ଧାର ବେଳେ ଓଲଟିଲା ଦମକଳ ବୋଟ: ନଦୀ ପାରିରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ

September 26, 2026

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

September 26, 2026
Latest News

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

September 26, 2026

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ଉଦ୍ଧାର ବେଳେ ଓଲଟିଲା ଦମକଳ ବୋଟ: ନଦୀ ପାରିରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ

September 26, 2026

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

September 26, 2026

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.