Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର
ଆଜିର ଖବର

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର
ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

ଭୁବନେଶ୍ୱର:

ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ଭାବେ ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭାବ ବିନିମୟ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ଜିଲ୍ଲାର ୫ଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାରମାନେ ଏହି ଦିଲ୍ଲୀ ଗସ୍ତ କରିଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ କଳାକାରମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିକଟରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ତପ୍ତପାଣିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ଆଦିବାସୀ ଓ ଲୋକନୃତ୍ୟ ଦଳଗୁଡ଼ିକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଏହି ପାରମ୍ପରିକ କଳା ପ୍ରଦର୍ଶନରେ ରାଷ୍ଟ୍ରପତି ଅଭିଭୂତ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ।

ରାଷ୍ଟ୍ରପତିଙ୍କ ଏହି ନିମନ୍ତ୍ରଣ କ୍ରମେ ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗିରିର ମା’ ଦଣ୍ଡକାଳୀ ଗ୍ରୁପ୍, ବ୍ରହ୍ମପୁରର ସଂରଚନା ଗ୍ରୁପ୍, ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍, ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ୯୦ରୁ ଊର୍ଦ୍ଧ୍ୱ କଳାକାର ଦିଲ୍ଲୀ ଗସ୍ତ କରିଥିଲେ। କଳାକାରମାନଙ୍କ ସହ ଭାବ ବିନିମୟ ସମୟରେ ମହାମହିମ ରାଷ୍ଟ୍ରପତି ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ କହିଥିଲେ ଯେ, ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ ପ୍ରଚାର କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଯୁବ କଳାକାରମାନେ ମନଦେଇ ପାଠ ପଢ଼ିବା ସହ ନିଜେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ନିଜ ପାଦରେ ନିଜେ ଛିଡ଼ାହୋଇ ସ୍ୱାବଲମ୍ବୀ ହେବା ଏବଂ ବାପା-ମା’ ଓ ଆତ୍ମୀୟ ସ୍ୱଜନଙ୍କ ସୁନାମ ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ। ଗଞ୍ଜାମର ସୌରା ଜନଜାତିର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ମହାମହିମ ରାଷ୍ଟ୍ରପତି ଭୂରି ଭୂରି ପ୍ରଶଂସା କରିଥିଲେ।

କଳାକାରମାନଙ୍କ ପାଇଁ ଏହି ଦିନଟି ଏକ ଅଭୁଲା ଓ ଅବିସ୍ମରଣୀୟ ଅନୁଭୂତି ଆଣିଦେଇଥିଲା। ରାଷ୍ଟ୍ରପତି ଭବନ ପରିଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆଲୋଚନା ଏବଂ ନୂଆଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇଥିବାରୁ କଳାକାରମାନେ ଜିଲ୍ଲା ପ୍ରଶାସନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି। ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ଶ୍ରୀ ଜଗନ୍ନାଥ ନାୟକ ଏହି ଅନୁଭୂତିକୁ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ବୋଲି ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳ ସହିତ ଅତିରିକ୍ତ ଉପଜିଲ୍ଲାପାଳ, ଛତ୍ରପୁର ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ମନୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ।

କଳା ଗଞ୍ଜାମ ଦ୍ରୌପଦୀ ମୁର୍ମୁ ଲୋକ କଳାକାର ସଂସ୍କୃତି ସାଂସ୍କୃତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026
Latest News

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.