ପଞ୍ଚଭୂତରେ ଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର । ଦିଲ୍ଲୀ ନିଗମବୋଧ ଘାଟରେ ଜେଟ୍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁତ୍ର ରୋହନ ମୁଖାଗ୍ନି ଦେଇଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅରୁଣ ଜେଟ୍ଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ନିଗମଘାଟଠାରେ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେଡ଼ିର ବହୁ ତୁଙ୍ଗ ନେତାମାନେ ଅନ୍ତିମ ଦର୍ଶନ କରିଥିଲେ । ଗତ କାଲି ୧୨ଟା୦୭ ମିନିଟ୍ରେ ଅରୁଣ୍ ଜେଟ୍ଲୀଙ୍କ ବିୟୋଗ ଘଟିଥିଲା । ବିଜେପିର ସଂକଟମୋଚକ ଭାବେ ଅରୁଣ ଜେଟ୍ଲୀ ବିଜେପି ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ୨୦୧୪ ବିଜେପି ସରକାରର ଅର୍ଥ ମନ୍ତ୍ରାଳୟ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଥିଲେ ଅରୁଣ ଜେଟ୍ଲୀ ।