ଆଜି ଏବିଭିପି ବାଣପୁର ଶାଖା ତରଫରୁ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା। ଏହାପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଏବିଭିପି ଓଡିଶା ପ୍ରଦେଶର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ବିଦ୍ୟାର୍ଥୀମାନଙ୍କୁ ଅରୁଣ ଜେଟଲୀଙ୍କ ଜୀବନୀ ତଥା ଛାତ୍ର ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଏବିଭିପି ସହ ତାଙ୍କ ସମ୍ପର୍କ ବିଷୟରେ ଅବଗତ କରାଇଥିଲୋ ଏବିଭିପି ନଗର ସମ୍ପାଦକ ବିକାଶ ସେଠି ଓ ସହ ସମ୍ପାଦକ ରାଜକିଶୋର ଦଳାଇ ମଧ୍ୟ ବିଦ୍ୟାର୍ଥୀ ମାନଙ୍କୁ ଅରୁଣ ଜେଟଲୀଙ୍କ ପରି ରାଷ୍ଟ୍ରବାଦ ଓ ଦକ୍ଷ ବ୍ୟକ୍ତି ହେବା ପାଇଁ ଉପଦେଶ ଦେଇଥିଲେ। ପରିଶେଷରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଅନୁରୂପ ଭାବେ ଏବିଭିପି ନାଚୁଣୀ ଶାଖା ତରଫରୁ ମଧ୍ୟ ଛାତ୍ରୀଙ୍କ ଦ୍ବାରା ମହମବତୀ ଲଗାଇ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ବାରିକ୍, ବିପ୍ଳବ ଗୁରୁ, ଅନିଲ୍ ସାହୁ, ଦୀପକ ବେହେରା, ସୁମନ ବରାଳ ଓ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।