Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ
ଆଜିର ଖବର

ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ
ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ ଉପ ଜିଲ୍ଲାପାଳ ଖୋର୍ଦ୍ଧା ତଥା ପରିଚାଳନା ପରିଷଦର ସଭାପତି ସଂକଳ୍ପ ସ୍ୱସ୍ତିକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ଚିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୁତିଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି,ବିଶିଷ୍ଟ ଶିକ୍ଷାବିତ୍, କିଟ୍ ଓ କିସ୍ ର ଉପଦେଷ୍ଟା ତଥା ‘ବିଶ୍ୱମୁକ୍ତି’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଡ଼ଃ ଶଶାଙ୍କ ଶେଖର ଚୂଡ଼ାମଣି ମୁଖ୍ୟବକ୍ତା, ଖୋର୍ଦ୍ଧା ଡ଼େପୁଟି ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି ସମ୍ମାନିତ ଅତିଥି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ ଯୋଗଦେଇଥିଲେ।

ଆଗାମୀ ଦଶବର୍ଷ ମଧ୍ୟରେ ମହାବିଦ୍ୟାଳୟକୁ ଏକ ଅଗ୍ରଣୀ, ଆଦର୍ଶ ଓ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ଦିଗରେ ଏକ ସୁଦୃଢ଼ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ୪୬ ବର୍ଷର ଗୌରବମୟ ଯାତ୍ରାରେ ବାଲୁଗାଁ ମହାବିଦ୍ୟାଳୟ ଚିଲିକା ଅଞ୍ଚଳର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛି। ଛାତ୍ରଛାତ୍ରୀଙ୍କୁ ଜ୍ଞାନ, ଦକ୍ଷତା ଓ ମୂଲ୍ୟବୋଧରେ ସମୃଦ୍ଧ କରି ସମାଜ ଗଠନରେ ମହାବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ ବୋଲି କହିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାସ, ପୂର୍ବତନ ଅଧ୍ୟକ୍ଷା ଡଃ ରଜନୀରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ କଳାର ଟପ୍ପର ଶ୍ରୀତମ ଘୋଷ, ବିଜ୍ଞାନର ଟପ୍ପର ରାଧାକାନ୍ତ ମାନସିଂହ, ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା-୨୦୨୬ରେ ଦର୍ଶନଶାସ୍ତ୍ର ବିଷୟରେ ୫ମ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଶିବ ମହାରଣା, ଶ୍ରେଷ୍ଠ କଳା ସ୍ନାତକ ଗାୟତ୍ରୀ ମହାରଣା, ଶ୍ରେଷ୍ଠ ବିଜ୍ଞାନ ସ୍ନାତକ ସନ୍ଦୀପ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସ୍ନାତକ ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି), ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ଯୁବ ରେଡକ୍ରସର ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଉକ୍ତ ଉତ୍ସବରେ ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରବୀଣ କୁମାର ଜେନା ଧନ୍ୟବାଦ୍ ଜ୍ଞାପନ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

‘ବିଶ୍ୱମୁକ୍ତି’ ପତ୍ରିକା ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଡ଼ଃ ଶଶାଙ୍କ ଶେଖର ଚୂଡ଼ାମଣି ଡ଼ାଃ ବିଭୁତିଭୂଷଣ ହରିଚନ୍ଦନ ପ୍ରତିଷ୍ଠା ଉତ୍ସବ ବାଲୁଗାଁ ମହାବିଦ୍ୟାଳୟ ସଂକଳ୍ପ ସ୍ୱସ୍ତିକ ସାହୁ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଚିତାବାଘ ଶିକାର ଯୋଜନା ପଣ୍ଡ : ଦୁଇ ଶିକାରୀ ଗିରଫ

November 12, 2026

ଭୟଙ୍କର ବିସ୍ଫୋରଣରେ ଥରିଲା ଖଲ୍ଲିକୋଟ! ଭାଙ୍ଗିଲା ଘରକାନ୍ଥ, ଉପୁଡ଼ିଲା ଲୁହା ଗେଟ୍‌, ୨ ଆହତ

November 12, 2026

ମାତ୍ର ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ପୁରୀ! ୬ ଲେନ୍‌ ହେବ NH-୩୧୬, ବଦଳିବ ଯାତାୟାତର ଚିତ୍ର

November 12, 2026

ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍‌ଚର ସହ ଐତିହାସିକ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ

November 12, 2026
Latest News

ଏଲ୍‌ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ

November 12, 2026

ଚିତାବାଘ ଶିକାର ଯୋଜନା ପଣ୍ଡ : ଦୁଇ ଶିକାରୀ ଗିରଫ

November 12, 2026

୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ

November 12, 2026

ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ବାଂଲାଦେଶରେ ତୀବ୍ର ଉତ୍ତେଜନା: ୨୧ଟି ଜିଲ୍ଲାରେ ହିଂସା, ପୋଡ଼ାଜଳା

November 12, 2026

ଭୟଙ୍କର ବିସ୍ଫୋରଣରେ ଥରିଲା ଖଲ୍ଲିକୋଟ! ଭାଙ୍ଗିଲା ଘରକାନ୍ଥ, ଉପୁଡ଼ିଲା ଲୁହା ଗେଟ୍‌, ୨ ଆହତ

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.