Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି
ଆଜିର ଖବର

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପବିତ୍ର ଜନ୍ମାଷ୍ଟମୀ ପୂର୍ବଦିନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଗୁରୁବାର ମାଜଣା, ଜେଉଟ ଭୋଗ ଓ ନିଆରା ଗର୍ଭଉଦକ ବନ୍ଦାପନା ଆଦି ସ୍ୱତନ୍ତ୍ର ଗୁପ୍ତନୀତି ଅନୁଷ୍ଠିତ ହେବାକୁ ଯାଉଛି। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହେଉଥିବାରୁ ଏହାର ପୂର୍ବ ସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଏହିସବୁ ଦେବନୀତି ସମ୍ପାଦନ କରାଯାଇଥାଏ।

ଏହି ବିଶେଷ ସେବା ପାଇଁ ଆଜି ସନ୍ଧ୍ୟା ଆଳତି ବେଶରେ ତିନି ଠାକୁରଙ୍କୁ ଛଅ ମୂର୍ତ୍ତି ସୁନା ଅଳଙ୍କାର ଲାଗି କରାଯିବ। ଏହାପରେ ଶ୍ରୀମନ୍ଦିରରେ ପାଣି ପଡ଼ି ଟେରା ବନ୍ଧାଯିବା ସହ ସନ୍ଧ୍ୟା ଧୂପ ଛେକ ଛାମୁକୁ ଅଣାଯିବ। ସନ୍ଧ୍ୟା ଧୂପ ପୂଜା ଶେଷ ହେବା ପରେ ଭିତରେ ପାଣି ପକାଇ ଧୋପଖାଳ ନୀତି କରାଯିବ ଏବଂ ଏହାପରେ ଜୟବିଜୟ ଦ୍ୱାରକୁ ବନ୍ଦ କରାଯିବ। ଜୟବିଜୟ ଦ୍ୱାର ବନ୍ଦ ହେବା ପରେ ଅଣସର ପିଣ୍ଡିଠାରେ ଟେରା ବନ୍ଧାଯାଇ ଜେଉଟ ଭୋଗ ଲାଗି ପ୍ରସ୍ତୁତି କରାଯିବ। ଶ୍ରୀମନ୍ଦିର ରୋଷଘରୁ ଶାଗ, ବିଭିନ୍ନ ତରକାରୀ, ପିଠା, ଝିଲି, ଓରିଆ ଓ ଖିରି ଆଦି ନାନାଦି ବ୍ୟଞ୍ଜନ ଅଣାଯାଇ ଅଣସର ପିଣ୍ଡିରେ ରଖାଯିବ। ପରମ୍ପରା ଅନୁଯାୟୀ, ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ନିମନ୍ତେ ଏହି ସ୍ୱାଦିଷ୍ଟ ଜେଉଟ ପ୍ରସାଦ ଲାଗି କରାଯାଇଥାଏ। ପ୍ରଥମେ ମୁଦିରସ୍ତ ସେବାୟତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସେବାୟତମାନେ ପଞ୍ଚ ଉପଚାର ବା ପଞ୍ଛାକ୍ଷର ମନ୍ତ୍ରରେ ପୂଜାର୍ଚ୍ଚନା କରିବେ। ସେହିପରି ପୂଜା ଶେଷ ହୋଇ ପାଣି ପଡ଼ିବା ଓ ଧୋପଖାଳ ନୀତି ସମ୍ପାଦିତ ହେବା ପରେ ପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିବେ। ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅତିରିକ୍ତ ବନ୍ଦାପନା କରାଯାଏ, ଯାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହା ମହାପ୍ରଭୁଙ୍କର ଏକ ନିଗୂଢ଼ ଓ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026
Latest News

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026

ଡ୍ରାଇଭିଂ ଲାଇସେନ୍ସ ଉପରେ ସରକାରଙ୍କ କଡ଼ା ନିୟମ: ଏବେ କଟିବ ପଏଣ୍ଟ, ବାତିଲ ହେବ ଲାଇସେନ୍ସ

September 3, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ‘ଅମ୍ଳାନ’ ଅଭିଯାନ: ଛାତ୍ରୀମାନଙ୍କର ହେମୋଗ୍ଲୋବିନ୍ ପରୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.