ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଗୋପାଳପୁର ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ାଉ କରି ପୋଲିସ ୧୭୬ଟି ପ୍ୟାକେଟ୍ରେ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗୋପାଳପୁର ଅଞ୍ଚଳର ଏକ ଭଡ଼ା ଘରେ ବେଆଇନ ଭାବେ ବହୁ ପରିମାଣର ଗଞ୍ଜେଇ ମହଜୁଦ୍ ରଖାଯାଇ ବ୍ୟବସାୟ ଚାଲିଥିବା ନେଇ ପେଣ୍ଠକଟା ମେରାଇନ ଥାନା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସମ୍ପୃକ୍ତ ସ୍ଥାନରେ ହଠାତ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘର ଭିତରୁ ୧୭୬ଟି ପ୍ୟାକେଟ୍ରେ ରଖାଯାଇଥିବା ମୋଟ୍ ୧ କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ଗଞ୍ଜେଇ କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଓ ପଚରାଉଚରା ଜାରି ରଖିଛି।


