Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜିର ଖବର

ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ଏକ ବଳିଷ୍ଠ ଓ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକ ଓ ପାଠ୍ୟକ୍ରମ ମଧ୍ୟରେ ସୀମିତ ନରହି ପିଲାମାନଙ୍କ ବ୍ୟକ୍ତିଗତ ଜୀବନ ସହ ନିବିଡ଼ ଭାବେ ଯୋଡ଼ିହେବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଛନ୍ତି। କୋମଳମତି ଶିଶୁମାନଙ୍କ ଭିତରେ ଥିବା ଶୈଶବ ଯେପରି ହଜି ନଯାଏ, ସେଥିପ୍ରତି ସଜାଗ ରହିବା ଶିକ୍ଷକଙ୍କ ପ୍ରଧାନ କର୍ତ୍ତବ୍ୟ। ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ୧୩୮ତମ ଜୟନ୍ତୀ ତଥା ଗୁରୁ ଦିବସ ପୂର୍ବସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନିଜ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଆଜିକାଲିର ଶିଶୁମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍କ୍ରିନ୍ ଆସକ୍ତି ଏବଂ ଭିଡିଓ ଗେମ୍ ଉପରେ ଅତ୍ୟାଧିକ ନିର୍ଭରଶୀଳତାକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସ୍କ୍ରିନ୍ ସମୟ ଏବେ ଏକ ପ୍ରକାର ନିଶାରେ ପରିଣତ ହୋଇଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ, ପିଲାମାନଙ୍କୁ ଏହି ଆସକ୍ତିରୁ ମୁକ୍ତ କରିବା ପାଇଁ ସେମାନଙ୍କୁ ଖେଳପଡ଼ିଆକୁ ଆଣିବା ଏବଂ ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପରେ ସାମିଲ କରିବା ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବା ଦରକାର। ସେହିପରି କୋମଳମତି ପିଲାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ନିଶାଦ୍ରବ୍ୟ ସେବନ ସମସ୍ୟା ଉପରେ ସେ ଆଲୋକପାତ କରିଛନ୍ତି। ନିଶାଦ୍ରବ୍ୟର କାରବାର ଏବେ କେବଳ ବଡ଼ ବଡ଼ ସହର କିମ୍ବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ସୀମିତ ହୋଇ ରହିନାହିଁ, ବରଂ ଏହା ଗ୍ରାମାଞ୍ଚଳ ଓ ସ୍କୁଲ ସ୍ତରକୁ ମଧ୍ୟ ବ୍ୟାପିବାରେ ଲାଗିଛି। ତେଣୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଆଚରଣଗତ ପରିବର୍ତ୍ତନ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କୁ ବିପଥଗାମୀ ହେବାରୁ ରକ୍ଷା କରିବା ପାଇଁ ସଜାଗ ରହିବାକୁ ସେ ଅନୁରୋଧ କରିଛନ୍ତି।

ଗୁରୁ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ ବିସିସିଆଇ କେବେ ନିଷ୍ପତ୍ତି ନେବ?: ଏହି ଦିନ ହେବ ସ୍ପଷ୍ଟ

September 5, 2026

ଲାଗୁ ହେବ ନାହିଁ କି ୧୦୦ ପ୍ରତିଶତ ଶୁଳ୍କ?: ତେଲ କ୍ରୟ ଉପରେ ଭାରତକୁ ମିଳିପାରେ ରିହାତି

September 5, 2026

ଗୁରୁ ଦିବସ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

September 5, 2026

ମସଜିଦ ଉପରେ ଚାଲିଲା ବୁଲଡୋଜର: ଯୋଗୀ ସରକାରଙ୍କୁ ଏଭଳି ପରାମର୍ଶ ଦେଲେ ମାୟାବତୀ

September 5, 2026
Latest News

ପାଠ୍ୟପୁସ୍ତକ ସୀମାରୁ ବାହାରି ପିଲାଙ୍କ ଜୀବନ ସହ ଯୋଡ଼ି ହୁଅନ୍ତୁ ଶିକ୍ଷକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 5, 2026

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ ବିସିସିଆଇ କେବେ ନିଷ୍ପତ୍ତି ନେବ?: ଏହି ଦିନ ହେବ ସ୍ପଷ୍ଟ

September 5, 2026

ଲାଗୁ ହେବ ନାହିଁ କି ୧୦୦ ପ୍ରତିଶତ ଶୁଳ୍କ?: ତେଲ କ୍ରୟ ଉପରେ ଭାରତକୁ ମିଳିପାରେ ରିହାତି

September 5, 2026

ଗୁରୁ ଦିବସ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

September 5, 2026

ମସଜିଦ ଉପରେ ଚାଲିଲା ବୁଲଡୋଜର: ଯୋଗୀ ସରକାରଙ୍କୁ ଏଭଳି ପରାମର୍ଶ ଦେଲେ ମାୟାବତୀ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.