ନିକଟରେ ନିର୍ମାଣ ହୋଇଥିବା ପଳାଶୁଣୀ ଓଇଭରବ୍ରିଜ୍ ହାଇଟେକ୍ ନିକଟରେ ଦବିଯାଇଛି । ନିମ୍ନମାନର କାମ କାରଣରୁ 10 ବର୍ଷ ପୂରଣ ହୋଇନଥିଲେ ମଧ୍ୟ ବ୍ରିଜ୍ଟିର ଅବସ୍ଥା ଶୋଚନୀୟ ହୋଇଛି । ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍। ଖବର ପ୍ରସାର ପରେ ଘଟଣାସ୍ଥଳରେ ଟ୍ରାଫିକ୍ ପୁଲିସ ଓ ଏନଏଚ୍ଏଆଇ ଅଧିକାରୀ ପହଞ୍ଚିଛନ୍ତି। ବ୍ରିଜ୍ ଦବିଥିବା ସ୍ଥାନକୁ କର୍ଡନ କରାଯାଇଛି। ଓଭରବ୍ରିଜ୍ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।