ଚଳିତ ଆଶେସ୍ ସିରିଜ୍ର ତୃତୀୟ ଟେଷ୍ଟରେ ଇଂଲଣ୍ଡ ଚମକପ୍ରଦ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବର୍ତ୍ତମାନ ସିରିଜ୍ 1-1ରେ ପହଞ୍ଚିଛି । ପ୍ରଥମ ଇନିଂସରେ ମାତ୍ର 67 ରନ୍ରେ ଅଲ୍ଆଉଟ୍ ହୋଇଥିବା ଇଂଲଣ୍ଡ 359 ରନ୍ର ପିଛା କରୁଥିବା ବେଳେ 9 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । 359 ରନ୍ର ପିଛା କରି 286 ରନ୍ରେ ନବମ ଓ୍ବିକେଟ୍ ହରାଇବା ପରେ ବେନ୍ ଷ୍ଟୋକ୍ସ ଅନ୍ତିମ ଓ୍ବିକେଟ୍ରେ ଜ୍ୟାକ୍ ଲିଚ୍(1) ଙ୍କ ସହିତ 76 ରନ୍ର ଭାଗିଦାରୀ କରି ଦଳକୁ ବିଜୟୀ କରାଇଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ 219 ବଲ୍ର ସମ୍ମୁଖୀନ ହୋଇ 135 ରନ୍ ସଂଗ୍ରହ କରିଥିଲେ । ଷ୍ଟୋକ୍ସଙ୍କ ଇନିଂସରେ 11ଟି ଚୌକା ଏବଂ 8ଟି ଛକ୍କା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍ 77, ଜେ ଡେନ୍ଲି 50 ଏବଂ ଜନି ବାୟେରେଷ୍ଟୋ36 ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍ ସର୍ବାଧିକ 4ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ନାଥାନ ଲିୟନ 2ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ବେନ୍ ଷ୍ଟୋକ୍ସଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।