ଭୁବନେଶ୍ଵର: ପାରାଦୀପ ବନ୍ଦର ଜାହାଜ ପରିଚାଳନା କ୍ଷେତ୍ରରେ ଆଜି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଥମ ଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ କ୍ୟାପସାଇଜ୍ ଜାହାଜ ଏମ୍ଭି ମିନେରାଲ୍ କ୍ୱାଙ୍ଗୟାଙ୍ଗ ସଫଳତାର ସହ ୱେଷ୍ଟର୍ଣ୍ଣ ଡକ୍-୧ରେ ଲାଗିଛି। ୨୯୨ ମିଟର ଲମ୍ବ ଏବଂ ୪୫ ମିଟର ଓସାର ବିଶିଷ୍ଟ ଏହି ଜାହାଜ ଅଷ୍ଟ୍ରେଲିଆର ହେ ପଏଣ୍ଟରୁ ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଇଲା ନେଇ ଗତକାଲି ପାରାଦୀପରେ ପହଞ୍ଚିଥିଲା।
ଏହି ସଫଳତା ଦ୍ୱାରା ବନ୍ଦରରେ ଶିଳ୍ପ ସଂସ୍ଥାଗୁଡ଼ିକର ମାଲ୍ ପରିବହନ ବ୍ୟବସ୍ଥା ଅଧିକ ସୁଗମ ହେବ। ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।


