ହୀରକୁଦର ଜଳସ୍ତର 622.17 ଫୁଟରେ ପହଞ୍ଚିଛି । ହୀରାକୁଦର ଉପର ମୁଣ୍ଡରେ ଏବଂ ତଳ ମୁଣ୍ଡରୋ ଲଘୁଚାପ ଜନିତ ବର୍ଷା ଫଳରେ ହୀରାକୁଦର ଜଳସ୍ତର ବିଢିବାରେ ଲାଗିଛି । ଡ୍ୟାମ ଭିତରକୁ 1 ଲକ୍ଷ 98 ହଜାର 859 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମରୁ 22 ହଜାର 114 କ୍ୟୁସେକ ଜଳ ନିଷ୍କାସନ ହେଉଛି । କଟକର ମୁଣ୍ଡୁଳୀ ଠାରେ 90 ହଜାର କ୍ୟୁସେକ ପାଣି ପ୍ରଭାବିତ ହେଉଥିଲା । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣର କ୍ଷମତା 630 ଫୁଟ ଏବଂ ବର୍ତ୍ତମାନ ସମସ୍ତ ଗେଟ୍ ବନ୍ଦ ରହିଛି । ସେହିପରି ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଙ୍କେତ 5.5 ମିଟର ରହିଥିବା ବେଳେ ବର୍ତ୍ତମାନ ଏହା 6.41 ମିଟର ଉଚ୍ଚରେ ପ୍ରବାହିତ ହେଉଛି ।