Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ
ଆଜିର ଖବର

ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ନାମ ପଞ୍ଜୀକରଣ

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Record number of farmers in the state register for paddy procurement.
Record number of farmers in the state register for paddy procurement.

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ଗତବର୍ଷ ଧାନ ବିକ୍ରି ପାଇଁ ୧୯ ଲକ୍ଷରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ଏଥର ସେହି ତୁଳନାରେ ଚାଷୀଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି।

ଚାଷୀମାନଙ୍କୁ ପଞ୍ଜୀକରଣ ପ୍ରକ୍ରିୟାରେ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ପଞ୍ଜୀକରଣର ସମୟସୀମାକୁ ୭ ଦିନ ବୃଦ୍ଧି କରିଥିଲେ। ପୂର୍ବରୁ ଆଗଷ୍ଟ ୩୧ ତାରିଖ ଶେଷ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହାକୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ବର୍ଦ୍ଧିତ ସମୟ ମଧ୍ୟରେ ଅନେକ ଚାଷୀ ନିଜର ନାମ ପଞ୍ଜୀକରଣ କରିପାରିଛନ୍ତି। ତେବେ ପଞ୍ଜୀକରଣର ଅବଧିକୁ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିବା ପରେ ଏହି ପ୍ରକ୍ରିୟା ଶେଷ ହୋଇଛି। ନିକଟରେ ଘଟିଥିବା ବନ୍ୟା ପରିସ୍ଥିତି ହେତୁ ପଞ୍ଜୀକରଣ କାର୍ଯ୍ୟରେ କିଛିଟା ବିଳମ୍ବ ଘଟିଥିଲା, ଯାହା ପାଇଁ ସରକାର ଆବଶ୍ୟକୀୟ ସମୟସୀମା ବୃଦ୍ଧି କରିଥିଲେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ପଞ୍ଜୀକରଣ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନବରଙ୍ଗପୁର ଆଦି ସ୍ଥାନରେ ଚାଷୀମାନେ ନିଜର ନିତ୍ୟଦିନିଆ କାମଧନ୍ଦା ଛାଡ଼ି ଦୂରଦୂରାନ୍ତରୁ ଆସି ସେବା ସମବାୟ ସମିତି କେନ୍ଦ୍ରଗୁଡ଼ିକରେ ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ତିନି ତିନି ଦିନ ଧରି କେନ୍ଦ୍ରକୁ ଆସି ମଧ୍ୟ ପଞ୍ଜୀକରଣ କରିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସମୟସୀମା ବୃଦ୍ଧି ପାଇବା ପରେ ସମସ୍ତ ପ୍ରକ୍ରିୟା ସୁଚାରୁରୂପେ ସମ୍ପାଦିତ ହୋଇଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ସାମିଲ ହୋଇଥିବାରୁ ଆଗାମୀ ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ସୁରୁଖୁରୁରେ ପରିଚାଳନା କରିବା ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ଚାଷୀପଞ୍ଜୀକରଣ ଧାନବିକ୍ରି
Share. Facebook Twitter LinkedIn Email WhatsApp Copy Link

Related Posts

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026
Latest News

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.