Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା
ଆଜିର ଖବର

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆସିବାକୁ ଯାଉଛି। ରାଜ୍ୟରେ ଦଶମ ପାଠ୍ୟକ୍ରମରେ ବ୍ୟାପକ ସଂସ୍କାର ଅଣାଯିବା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏକକ ବୋର୍ଡ ଗଠନ କରାଯିବ। ଆଉ ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଲଗା ଅଲଗା ବୋର୍ଡ ଭାବେ ରହିବେ ନାହିଁ। ସିବିଏସଇ ଢାଞ୍ଚାରେ ଏହି ନୂତନ ଏକକ ବୋର୍ଡ ଅଧୀନରେ ହିଁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରାଯିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗଦେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇଟି ବୋର୍ଡର ମିଶ୍ରଣ ପାଇଁ ବର୍ତ୍ତମାନ ଖସଡ଼ା ଆଇନ (ଡ୍ରାଫ୍ଟ ଆକ୍ଟ) ପ୍ରସ୍ତୁତି ଚାଲିଛି। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ ଏବଂ ନୂତନ କାର୍ଯ୍ୟାଳୟ ସମ୍ପର୍କରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ। ଗୋଟିଏ ବୋର୍ଡ ହେବା ଦ୍ୱାରା ପାଠ୍ୟକ୍ରମ ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନାରେ ରହୁଥିବା ଜଟିଳତା ଦୂର ହେବ। ଏଥିସହିତ ନୂତନ ସିଲାବସ୍ ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞମାନଙ୍କୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିକ୍ଷା ସଂସ୍କାର ମାଧ୍ୟମରେ ମାତୃଭାଷାରେ ଶିକ୍ଷାଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଉଛି। ଚଳିତ ବର୍ଷ ଜାନୁଆରୀରୁ ବିଜ୍ଞାନ ବିଷୟର ଓଡ଼ିଆ ପାଠ୍ୟପୁସ୍ତକ ଉପଲବ୍ଧ କରାଯାଇଥିବା ବେଳେ ଆଗାମୀ ଦିନରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନର ସମସ୍ତ ବିଷୟକୁ ଓଡ଼ିଆ ଭାଷାରେ ପଢ଼ାଯିବ।

ଅନ୍ୟପଟେ, ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରାଯିବ ଏବଂ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସେଠାରେ ମାଗଣା ଶିକ୍ଷା ପ୍ରଦାନ କରାଯିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଯେପରି ଅଯଥା ଅର୍ଥ ଖର୍ଚ୍ଚ ନକରନ୍ତି, ସେଥିପାଇଁ ମାଗଣା ଡିଜିଟାଲ ଶିକ୍ଷା ଯୋଗାଇଦେବାକୁ ସିଏଚଏସଇକୁ ନିର୍ଦ୍ଦେଶ ଦିଆଯିବା ସହ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଯୁକ୍ତ ଦୁଇ ପଢ଼ିବା ସମୟରେ ହିଁ ଛାତ୍ରଛାତ୍ରୀଙ୍କୁ ଆହୁରି ଦକ୍ଷ କରି ଗଢ଼ିତୋଳିବା ଏବଂ ପାଠପଢ଼ା ପରେ ସେମାନଙ୍କୁ ସିଧାସଳଖ କର୍ମନିଯୁକ୍ତି ଯୋଗ୍ୟ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ସଚିବ ପ୍ରକାଶ କରିଛନ୍ତି।

bseodisha CHSEOdisa Odisha Education
Share. Facebook Twitter LinkedIn Email WhatsApp Copy Link

Related Posts

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026
Latest News

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.