Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ
ଆଜିର ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Servitors performing rituals and offering 'Aarti' to Lord Madanamohana at Puri Srimandir on the occasion of Kaliyadalan Besha.
Servitors performing rituals and offering 'Aarti' to Lord Madanamohana at Puri Srimandir on the occasion of Kaliyadalan Besha.

ଭୁବନେଶ୍ବର: ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପ୍ରସିଦ୍ଧ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନ ଧୂପ ପରେ ଏହି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ପରିସର ଚଳଚଞ୍ଚଳ ହୋଇପଡ଼ିଥିଲା। ଗତକାଲି ମହାପ୍ରଭୁଙ୍କ ବଣଭୋଜି ବେଶ ଓ କୋଳିବିକା ନୀତି ଦର୍ଶନ କରିଥିବା ଭକ୍ତମାନେ ଆଜିର ଏହି କାଳୀୟଦଳନ ବେଶ ଦେଖିବା ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ମଧ୍ୟାହ୍ନ ଧୂପ ବଢ଼ିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ଠାକୁରମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ବନ୍ଦାପନା ଓ ଶୀତଳ ଭୋଗ ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମ୍ପନ୍ନ ହୋଇଥିଲା। ପରେ ବାହୁଡ଼ା ବିଜେ କରି ଜୟବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢ଼ିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଥିଲେ। ଏହାପରେ ରତ୍ନସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯାଇଥିଲା।

ଏହି ବେଶ ପାଇଁ କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ବର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥିଲା। ସର୍ପର ଫେଣିଆ ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଇଥିଲା। ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହୋଇଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ଦୁଇ ପାର୍ଶ୍ୱରେ ଗୋଟିଏ ଲେଖାଏଁ କାଷ୍ଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥିଲା। ବେଶ ବଢ଼ି ସନ୍ଧ୍ୟାଧୂପ ପାଣି ପଡ଼ିବା ପରେ ଜଗନ୍ନାଥ ବଲ୍ଲଭ ମଠରୁ ଆସିଥିବା ବଡ଼ ଆମୃତ ଲଡୁ ପାଳିଆ ଖୁଆଠାରୁ ନେଇ ପୁଷ୍ପାଳକେ ଶ୍ରୀହସ୍ତରେ ଲାଗି କରିଥିଲେ। ସନ୍ଧ୍ୟାଧୂପ ପରେ ଆଜ୍ଞାମାଳ ଲାଗି ହୋଇ ମଦନମୋହନ ଜଗମୋହନରେ ଥିବା ଖଟରେ ବିଜେ କରିଥିଲେ। ସେଠାରେ କୁଣ୍ଢାଇବେଣ୍ଟ ସାହି ଲୋକେ ଧେନୁକାସୁର ବଧ ଲୀଳା କରିବା ପରେ ଭୋଗ ଓ ବନ୍ଦାପନା ଶେଷ ହୋଇ ଠାକୁର ଦକ୍ଷିଣ ଘରକୁ ବିଜେ କରିଥିଲେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ସେବାୟତ ଓ ଗବେଷକମାନେ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତାକାଲି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଓ ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି।

କାଳୀୟଦଳନ ବେଶ ଧେନୁକାସୁର ବଧ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026
Latest News

ଦଶାହ ଭୋଜି ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ଅନାଥ ହେଲେ ଦୁଇ ଶିଶୁ

October 11, 2026

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.