Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chief Minister Mohan Charan Majhi and Deputy Chief Minister Pravati Parida pay homage alongside Sadhvi Rithambhara during the Bhagavat Katha event in Puri.

ଭୁବନେଶ୍ବର: ପୁରୀଠାରେ ଆୟୋଜିତ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ସାତଦିନିଆ ଭାଗବତ କଥା ସପ୍ତାହ ଆଲୋଚନା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାଧ୍ୱୀଙ୍କଠାରୁ ଆଶୀର୍ବଚନ ଗ୍ରହଣ କରିଛନ୍ତି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ ସ୍ୱାଧ୍ୱୀଙ୍କ ମୁଖନିଃସୃତ ଭାଗବତ କଥା ଶ୍ରବଣ କରି ନିଜର ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀକୁ ଏକ ପ୍ରମୁଖ ଆଧ୍ୟାତ୍ମିକ ରାଜଧାନୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି, ସେଥିମଧ୍ୟରେ ଏଭଳି ଭାଗବତ କଥାର ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ପ୍ରକାଶ କରିଥିଲେ। ଓଡ଼ିଶାର ସଂସ୍କୃତିରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ବିଶେଷ ମାହାତ୍ମ୍ୟ ରହିଛି। ଭାଗବତରେ ସନ୍ନିବିଷ୍ଟ ନୈତିକ ଓ ଆଧ୍ୟାତ୍ମିକ ଚେତନାକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ ଏହିପରି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆୟୋଜନ ସମାଜକୁ ସଠିକ୍ ମାର୍ଗଦର୍ଶନ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଆ ଅସ୍ମିତାର ମୂଳପିଣ୍ଡ ଓଡ଼ିଆ ଭାଗବତ ଏବଂ ପ୍ରତ୍ୟେକ ଗ୍ରାମରେ ଥିବା ଭାଗବତ ଟୁଙ୍ଗିଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ମଧ୍ୟରେ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଏହା ସହିତ ରାମ ଜନ୍ମଭୂମି ଆନ୍ଦୋଳନରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଐତିହାସିକ ଭୂମିକା, ତ୍ୟାଗ ଓ ସଂଘର୍ଷପୂର୍ଣ୍ଣ ଜୀବନ ଦେଶର ବହୁ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଅବସରରେ ପରମଶକ୍ତି ପୀଠ ପକ୍ଷରୁ ରାଜ୍ୟ ସରକାରଙ୍କ ସମ୍ମୁଖରେ ରଖାଯାଇଥିବା ବିବିଧ ପ୍ରସ୍ତାବ ଓ ଦାବିଗୁଡ଼ିକୁ ସରକାର ଗ୍ରହଣ କରିଛନ୍ତି ବୋଲି ସେ ଘୋଷଣା କରିଥିଲେ। ଏହି ଯୋଜନା କ୍ରମରେ ଓଡ଼ିଶାର ବିଭିନ୍ନ ଅନଗ୍ରସର ଓ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାପକ ସେବାକାର୍ଯ୍ୟ ହାତକୁ ନିଆଯିବ। ପରମଶକ୍ତି ପୀଠ ପକ୍ଷରୁ ବାତ୍ସଲ୍ୟ ଗ୍ରାମ, ଗୁରୁକୁଳମ ଓ ସୈନିକ ବିଦ୍ୟାଳୟ ଭଳି ଜନକଲ୍ୟାଣକାରୀ ପ୍ରକଳ୍ପସବୁକୁ ରାଜ୍ୟରେ ଆଗାମୀ ଦିନରେ ବାସ୍ତବ ରୂପରେଖ ଦିଆଯିବ। ସପ୍ତାହବ୍ୟାପୀ ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହି ସ୍ୱାଧ୍ୱୀଙ୍କ ବାଣୀ ଶ୍ରବଣ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।

ପୁରୀ ଭାଗବତ କଥା ସାଧ୍ୱୀ ଋତମ୍ଭରା
Share. Facebook Twitter LinkedIn Email WhatsApp Copy Link

Related Posts

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

September 7, 2026

୨୭୦ ରନ କରି ତିନୋଟି ରେକର୍ଡ ଭାଙ୍ଗିଲେ ଇଶାନ କିଷାନ: ପଛରେ ପଡ଼ିଲେ ଅନେକ ମହାନ ଖେଳାଳି

September 7, 2026

କଟକ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

September 7, 2026
Latest News

ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ

September 7, 2026

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026

ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା: କଂଗ୍ରେସରେ ଯୋଗଦେଲେ ହୀରା ଠାକୁର

September 7, 2026

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

September 7, 2026

୨୭୦ ରନ କରି ତିନୋଟି ରେକର୍ଡ ଭାଙ୍ଗିଲେ ଇଶାନ କିଷାନ: ପଛରେ ପଡ଼ିଲେ ଅନେକ ମହାନ ଖେଳାଳି

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.