Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ: ଆମେରିକା ଆକ୍ରମଣରେ ୫ ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ
ଆଜିର ଖବର

ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ: ଆମେରିକା ଆକ୍ରମଣରେ ୫ ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ

September 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱାସିଂଟନ୍: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।  ଆମେରିକା ସେନା ଏକ ବଡ଼ ସାମରିକ ଅଭିଯାନ ଚଲାଇ ଇରାନ୍‌ର ୫ଟି ଅଶୋଧିତ ତୈଳ ଟ୍ୟାଙ୍କର୍‌କୁ ଆକ୍ରମଣ କରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଗତ ଦୁଇ ଦିନ ମଧ୍ୟରେ ଇରାନ୍‌ର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍’ (ଆଇଆରଜିସି) ଆମେରିକୀୟ ଯୁଦ୍ଧପୋତ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଚେଷ୍ଟା କରିଥିବାରୁ ଏହାର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକାର କେନ୍ଦ୍ରୀୟ କମାଣ୍ଡ ସ୍ପଷ୍ଟ କରିଛି।

ଆମେରିକା କେନ୍ଦ୍ରୀୟ କମାଣ୍ଡର ସୂଚନା ଅନୁଯାୟୀ, ଆକ୍ରମଣ କରାଯାଇଥିବା ଟ୍ୟାଙ୍କର୍‌ଗୁଡ଼ିକ ମଧ୍ୟରୁ ୪ଟି ଓମାନ ଉପସାଗରରେ  ଏବଂ ଗୋଟିଏ  ଖାର୍ଗ ଦ୍ୱୀପ ନିକଟରେ ରହିଥିଲା। ତେବେ କ୍ଷେପଣାସ୍ତ୍ର ମାଡ଼ ପୂର୍ବରୁ ଆମେରିକୀୟ ସେନା ଟ୍ୟାଙ୍କର୍‌ର କର୍ମଚାରୀମାନଙ୍କୁ ଜାହାଜ ଛାଡ଼ି ପଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆକ୍ରମଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସାମରିକ ଓ ଅର୍ଥନୈତିକ ରଣନୀତିର ଅଂଶବିଶେଷ, ଯାହାଦ୍ୱାରା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍‌ର ଆର୍ଥିକ ସମ୍ବଳ ପ୍ରବାହକୁ ନିରୁତ୍ସାହିତ କରାଯାଇ ପାରିବ।

ଅନ୍ୟପଟେ, ଆମେରିକାର ଏହି ବୃହତ୍ ଆକ୍ରମଣର ଜବାବରେ ଇରାନ୍ ତୁରନ୍ତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେହେରାନ ପକ୍ଷରୁ ଜୋର୍ଡାନରେ ଥିବା ଆମେରିକାର ଅଲ୍‌-ଅଜରାକ୍ ସାମରିକ ଘାଟିକୁ ଲକ୍ଷ୍ୟ କରି ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହାସହ ସମୁଦ୍ରରେ ଥିବା ଆମେରିକୀୟ ଯୁଦ୍ଧପୋତଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ତୀବ୍ର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।

Middle East crisis Tanker Attack US Iran Conflict
Share. Facebook Twitter LinkedIn Email WhatsApp Copy Link

Related Posts

ନକଲି ପିଏମ୍‌ଓ ଅଫିସର ଗିରଫ

September 9, 2026

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

September 9, 2026

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026
Latest News

ମଧ୍ୟପ୍ରାଚ୍ୟରେ ମୁହାଁମୁହିଁ: ଆମେରିକା ଆକ୍ରମଣରେ ୫ ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ

September 9, 2026

ନକଲି ପିଏମ୍‌ଓ ଅଫିସର ଗିରଫ

September 9, 2026

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

September 9, 2026

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.