Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି
ଆଜିର ଖବର

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କ୍ୟାବିନେଟ୍
ପ୍ରଧାନମନ୍ତ୍ରୀ ବିକଶିତ ଗ୍ରାମ ସ୍ୱରାଜ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛି । ଏସବୁ ପ୍ରକଳ୍ପ ଲାଗି ମୋଟ ୧୦,୦୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

ଅରକ୍କୋନମ୍-ରେନିଗୁଣ୍ଟା ତୃତୀୟ ଓ ଚତୁର୍ଥ ଲାଇନ୍‌ -୭୭ କିଲୋମିଟର; ହ୍ୱାଇଟ୍‌ ଫିଲ୍ଡ-ବାଙ୍ଗରପେଟ୍‌ ତୃତୀୟ ଓ ଚତୁର୍ଥ ଲାଇନ୍‌ -୪୭ କିଲୋମିଟର, ହୋସୁର-ଓମାଲୁର ଲାଇନ୍‌ ଦୋହରୀକରଣ – ୧୪୭ କିଲୋମିଟର, ସାଲେମ-କରୁର୍‌-ଦିଣ୍ଡିଗୁଲ୍ ଦୋହରୀକରଣ – ୧୫୯ କିଲୋମିଟର, ସିକନ୍ଦରାବାଦ (ଘାଟକେଶ୍ୱର)- କାଜିପେଟ ଲାଇନ୍‌ ପ୍ରଶସ୍ତିକରଣ – ୧୧୦ କିଲୋମିଟର ।

ବର୍ଦ୍ଧିତ ଲାଇନ୍‌ କ୍ଷମତା ଗମନାଗମନରେ ଉଲ୍ଲେଖନୀୟ ସୁଧାର ଆଣିବ । ଫଳରେ ଭାରତୀୟ ରେଳବାଇର ପରିଚାଳନା ଦକ୍ଷତା ଏବଂ ସେବା ବିଶ୍ୱସନୀୟତାରେ ଉନ୍ନତି ହେବ । ଏହି ବହୁ ଟ୍ରାକିଂ ପ୍ରକଳ୍ପଗୁଡ଼ିକ ରେଳ ଚଳାଚଳକୁ ସୁବ୍ୟବସ୍ଥିତ କରିବା ସହିତ ଭିଡ଼ ହ୍ରାସ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ଦୃଷ୍ଟିକୋଣ ଅନୁରୂପ ଏସବୁ ପ୍ରକଳ୍ପର ଡିଜାଇନ୍‌ କରାଯାଇଛି । ଏଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ବ୍ୟାପକ କ୍ଷେତ୍ରୀୟ ବିକାଶ ମାଧ୍ୟମରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଯଦ୍ଦ୍ୱାରା ସେମାନଙ୍କର ରୋଜଗାର/ସ୍ୱରୋଜଗାର ସୁଯୋଗ ବଢ଼ିବ ।

ଏସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର୍‌ ପ୍ଲାନ୍‌ ଅନୁରୂପ ପ୍ରସ୍ତୁତ କରାଯାଇଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକୀକୃତ ଯୋଜନା ଏବଂ ଅଂଶୀଦାରଙ୍କ ସହ ବିଚାରବିମର୍ଶ ମାଧ୍ୟମରେ ବହୁମୁଖୀ ଯୋଗାଯୋଗ ଓ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା । ଏସବୁ ପ୍ରକଳ୍ପ ଦ୍ୱାରା ଜନସାଧାରଣ, ବସ୍ତୁ ଏବଂ ସେବାର ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ ହେବ ।

ଏହି ପାଞ୍ଚଟି ପ୍ରକଳ୍ପ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲଙ୍ଗାନା ରାଜ୍ୟର ୧୭ଟି ଜିଲ୍ଲାରେ ଦେଇ ବର୍ତ୍ତମାନର ଭାରତୀୟ ରେଳ ନେଟୱର୍କରେ ପ୍ରାୟ ୫୪୦ କିଲୋମିଟର ଲାଇନ୍‌ ଯୋଡିବ । ଅନୁମୋଦିତ ବହୁ-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ପ୍ରାୟ ୫୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୨,୧୨୧ ଗ୍ରାମ ପାଇଁ ରେଳ ଯୋଗାଯୋଗରେ ସୁଧାର ଆଣିବ ।

ଅନୁମୋଦିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ରେଳ ସଂଯୋଗ ଆହୁରି ସୁଗମ ହେବ । ଏସବୁ ମଧ୍ୟରେ ରହିଛି ତିରୁପତି, ସୁବ୍ରମଣ୍ୟମ ସ୍ୱାମୀ ମନ୍ଦିର (ତିରୁତ୍ତାନି) ଶ୍ରୀ ପଦ୍ମାବତୀ ଅମ୍ମାବାରୀ ମନ୍ଦିର (ତିରୁଚନୁର୍‌), କୋଟିଲିଙ୍ଗେଶ୍ୱର ଦେବାଳୟ, ଶ୍ରୀ ସିଦ୍ଧି ବ୍ୟାରବେଶ୍ୱର ସ୍ୱାମୀ ମନ୍ଦିର, ବଙ୍ଗାରୁ ତିରୁପତି, କୋଲାର ଗୋଲ୍ଡ ଫିଲ୍ଡସ୍‌, ହୋଗେନକ୍କଲ ଫଲ୍ସ, ହୋସୁର୍‌ କିଲା, ମେଟ୍ଟୁର୍‌ ନଦୀ ବନ୍ଧ, କୋଡ଼ାଇକନାଲ ହିଲ୍ସ, ସତ୍ୟମଙ୍ଗଲମ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ, ନମକ୍କଲ ଅଞ୍ଜନେୟାର୍‌ ମନ୍ଦିର, ନମକ୍କଲ ଦୁର୍ଗ, କଲ୍ୟାଣ ପଶୁପତିଶ୍ୱର ମନ୍ଦିର, ୟାଦଗିରିଗୁଟ୍ଟା ମନ୍ଦିର, ଭୋଙ୍ଗୀର କିଲା, ସୁରେନ୍ଦ୍ରପୁରୀ, ସ୍ୱର୍ଣ୍ଣଗିରି ମନ୍ଦିର ଆଦି ସାମିଲ ।

ଏହି ପ୍ରକଳ୍ପଗୁଡ଼ିକ କୋଇଲା, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର୍‌, ଅଟୋମୋବାଇଲ, ଶସ୍ୟ, ପେଟ୍ରୋଲିୟମ ଉତ୍ପାଦ, ସାର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଦ୍ୱାରା ବାର୍ଷିକ ୪୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା (ଏମଟିପିଏ) ହେବ । ରେଳବାଇ, ଏକ ପରିବେଶ-ଅନୁକୂଳ ଓ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ, ଜଳବାୟୁ ଲକ୍ଷ୍ୟ ହାସଲ କରିବା ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ । ଏହାସହିତ ତୈଳ ଆମଦାନୀ (୮ କୋଟି ଲିଟର) ଏବଂ ଅଙ୍ଗାରକାମ୍ଳ ନିର୍ଗମନ (୪୨ କୋଟି  କିଲୋଗ୍ରାମ) ହ୍ରାସ କରିବ ଯାହା ପ୍ରାୟ ୨ କୋଟି ଗଛ ଲଗାଇବା ସହିତ ସମାନ ।

କ୍ୟାବିନେଟ୍ ମଞ୍ଜୁରି ନରେନ୍ଦ୍ର ମୋଦୀ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଯାନର ବୟସ ଓ ନିର୍ଗମନ ମାନକ ଆଧାରରେ ପିୟୁସି ପ୍ରମାଣପତ୍ରର ବୈଧତା ଅବଧି ସଂଶୋଧନ

November 20, 2026

ଆଜି ୨୦ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 20, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026
Latest News

ଯାନର ବୟସ ଓ ନିର୍ଗମନ ମାନକ ଆଧାରରେ ପିୟୁସି ପ୍ରମାଣପତ୍ରର ବୈଧତା ଅବଧି ସଂଶୋଧନ

November 20, 2026

ଆଜି ୨୦ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 20, 2026

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.