Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ
ଆଜିର ଖବର

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କେନ୍ଦୁଝର: ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ହତ୍ୟାକାଣ୍ଡ। ମଦ ନିଶାରେ ଉତ୍ତ୍ୟକ୍ତ ହୋଇ ନିଜ ବାପାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ। ହତ୍ୟା ପରେ ଅଭିଯୁକ୍ତ ପୁଅ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିବା ଘଟଣାକୁ ଆହୁରି ଚର୍ଚ୍ଚାରେ ରଖିଛି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୂଆଖମଣ ଗ୍ରାମରେ।

ମୃତକ ହେଲେ ନୂଆଖମଣ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା। ଅଭିଯୁକ୍ତ ପୁଅଙ୍କ ନାମ ଶ୍ରୀକାନ୍ତ ମୁଣ୍ଡା।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପୁଅ ଶ୍ରୀକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଶ୍ରୀକାନ୍ତ ମଦ ନିଶାରେ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଲଗାତାର ଆକ୍ରମଣ ଯୋଗୁଁ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇପଡ଼ିଥିଲେ। ଶେଷରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବାପାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ତୁରୁମୁଙ୍ଗା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେବା ପରେ ତୁରୁମୁଙ୍ଗା ଥାନାଧିକାରୀ ଦୀପ୍ତିରଞ୍ଜନ ସାହୁ ଘଟଣାସ୍ଥଳ ନୂଆଖମଣ ଗ୍ରାମକୁ ଯାଇ ତଦନ୍ତ କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। ତୁରୁମୁଙ୍ଗା ଥାନାରେ ହତ୍ୟା ମାମଲା ନମ୍ବର ୨୩୫/୨୦୨୬ ରୁଜୁ ହୋଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ହତ୍ୟାର ପରିସ୍ଥିତି ନେଇ ପୁଲିସ ଅଧିକ ତଦନ୍ତ କରୁଛି।

ଆତ୍ମସମର୍ପଣ ଠେଙ୍ଗାରେ ପିଟି ହତ୍ୟା ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

September 9, 2026
Latest News

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.