ଦିଲ୍ଲୀରେ ମାଓ ଉପଦ୍ରୁତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ: ୩ଟି ମୁଖ୍ୟ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Aug 26, 2019, 1:58 pm IST

ଦିଲ୍ଲୀଠାରେ ନକ୍ସଲ ସମସ୍ୟା ନେଇ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଦାବି ରଖିଛନ୍ତି ।  ମାଲକାନଗିରି – ନବରଙ୍ଗପୁର  ରେଳପଥ ସଂଯୋଗ, ବ୍ୟାଙ୍କିଙ୍ଗ୍‌ ଓ ଟେଲିଯୋଗାଯୋଗ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଦାବି କରାଯାଇଛି । ମାଲକନାଗିରି –ନବରଙ୍ଗପୁର ରେଳପଥର ତ୍ବରାନ୍ବିତ କାର୍ଯ୍ୟ ପାଇଁ  ଏଥିପାଇଁ ଜମି ବିନା ମୂଲ୍ୟରେ ଓ ପ୍ରକଳ୍ପ ପାଇଁ ଅଧା ଖର୍ଚ୍ଚ ରାଜ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମେତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିବାବେଳେ ପଶ୍ଚିମବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଯୋଗ ଦେଇନାହାନ୍ତି । ସେହିପରି ତେଲେଙ୍ଗାନା ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯୋଗ ଦେଇଥିଲେ ।

Related posts