ଟ୍ରାଫିକ୍‌ ଜଗିବ ଡ୍ରୋନ୍‌  : ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଯାଏ ‘ନୋ ଓଭରଟେକିଂ’ ଜୋନ୍‌

Published: Aug 26, 2019, 1:59 pm IST

ରାଜଧାନୀରେ କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ । ରବୀନ୍ଦ୍ର ମଣ୍ଡପ-ବିମାନବନ୍ଦର ଛକ ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌ । ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ କଟକଣା । ନୋ ଓଭରଟେକିଂ ସହ ଲେନ୍‌ ଡ୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ୍‌ ମଧ୍ୟ ଦିଆଯାଇଛି । । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନିଘା ରଖିବ ଡ୍ରୋନ କ୍ୟାମେରା । ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯିବ ।ପ୍ରତି ସପ୍ତାହରେ ବିଡ଼ିଏ, ବିଏମ୍‌ସି ଓ ପୂର୍ତ୍ତ ବିଭାଗ ସହ ପୋଲିସର  ବୈଠକ ଅନୁଷ୍ଠିତ ହେବ । କଡାକଡ଼ି ଟ୍ରାଫିକ୍‌ ନିୟମ ନେଇ ଟୁଇନ ସିଟି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Related posts