Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା
ଆଜିର ଖବର

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: BDAର ଦୀର୍ଘ ୩୫ ବର୍ଷର ଜମି ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ। BDAର କେ-୭ ପ୍ଲଟଧାରୀଙ୍କୁ ମିଳିଲା ଆଶ୍ଵସ୍ତି । ୩୫ବର୍ଷରୁ ଉର୍ଦ୍ଧ୍ଵ  ଅପେକ୍ଷା ପରେ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ଜମି ସମସ୍ୟାର ସମାଧାନ ହୋଇଛି। ଏହି ସ୍କିମ୍‌ ସମ୍ପର୍କିତ ୨୦୦ରୁ ଅଧିକ ମାମଲାର ଫଇସଲା କରାଯାଇଛି । ଦୁଇମାସ ମଧ୍ୟରେ ୨୦୩ ଜଣଙ୍କୁ କେ – ୭ ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛନ୍ତି । ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍‌ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୯୯୧ରେ ବିଡିଏ ପକ୍ଷରୁ କଳିଙ୍ଗ ନଗର କେ-୭ ସ୍କିମ୍‌ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ତେବେ ୨୦୧୩-୧୪ର ଶେଷ ବନ୍ଦୋବସ୍ତ ସମୟରେ RORରେ ନାମ ଓ ଜମି ପରିମାଣକୁ ନେଇ ଅସଙ୍ଗତି ଦେଖାଦେଇଥିଲା। ଫଳରେ ଆବଣ୍ଟନଗ୍ରହୀତାମାନେ ଦୀର୍ଘବର୍ଷ ଧରି ରାଜସ୍ୱ ରେକର୍ଡ ସଂଶୋଧନ ପାଇଁ ଦୌଡ଼ାଦୌଡ଼ି କରୁଥିଲେ।

ସମସ୍ୟାର ସମାଧାନ ପାଇଁ ରାଜସ୍ୱ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶରେ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ୱ ବିଭାଗକୁ ନେଇ ମିଳିତ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଓ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଛି।

bda ROR କଳିଙ୍ଗ ନଗର ଡେଭଲପମେଣ୍ଟ ସ୍କିମ୍‌ ରେକର୍ଡ ସଂଶୋଧନ ହାଲ୍‌ ରେକର୍ଡ ଅଫ୍ ରାଇଟ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026
Latest News

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026

ଭାରତର ରେକର୍ଡ ବିଜୟ ସତ୍ତ୍ୱେ ଗମ୍ଭୀର ଅସନ୍ତୁଷ୍ଟ: ଦ୍ଵିତୀୟ ଦିନିକିଆ ସମ୍ପର୍କରେ ଦେଲେ ବଡ଼ ବିବୃତ୍ତି

October 1, 2026

ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଗୁଳିମାଡ଼ : ୭ ମୃତ, ୪ ଆହତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.