Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ
ଆଜିର ଖବର

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଗଣନା ପ୍ରକ୍ରିୟା ରାଜନଗର ବନଖଣ୍ଡର କନିକା ଏବଂ ରାଜନଗର ରେଞ୍ଜ ଅଧୀନରେ ସମ୍ପାଦିତ ହୋଇଥିଲା। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକରଙ୍କ ସୂଚନା ଅନୁଯାୟୀ, ଏହି ବର୍ଷ ଗଣନାରେ ମୋଟ ୧ ଲକ୍ଷ ୩୨ ହଜାର ୨୭୯ଟି ଦେଶୀୟ ପକ୍ଷୀ ଚିହ୍ନଟ ହୋଇଛନ୍ତି। ୨୦୨୫ ମସିହାରେ ୨୭ ହଜାର ୬୪୬ଟି ବସାରେ ୧ ଲକ୍ଷ ୩୦ ହଜାର ୭୯୬ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୧ ହଜାର ୪୮୩ଟି ପକ୍ଷୀ ଅଧିକ ଥିବା ଜଣାପଡ଼ିଛି।

ଏହି ଗଣନା ସମୟରେ କନିକା ରେଞ୍ଜ ଅନ୍ତର୍ଗତ ଭିତରକନିକା ଭିତରେ ଥିବା ମଠଆଡ଼ିଆରେ ୧୪ ହଜାର ୮୬୨ଟି ବସା, ଲକ୍ଷ୍ମୀପ୍ରସାଦଡ଼ିଆରେ ୧୨ ହଜାର ୪୩୪ଟି ବସା, ଦୁର୍ଗାପ୍ରସାଦଡ଼ିଆରେ ୪୭ଟି ବସା ଏବଂ ରାଜନଗର ରେଞ୍ଜ ଅନ୍ତର୍ଗତ ଜାତୀୟ ଉଦ୍ୟାନର ସୀମାରେଖା ବାହାରେ ଥିବା ବାଲିଡ଼ିଆରେ ୭୨୧ଟି ବସା ଚିହ୍ନଟ କରାଯାଇଛି। ମୋଟ ୧୪୧୯ଟି ଗଛରେ ଥିବା ୨୮ ହଜାର ୬୪ଟି ବସାରେ ଏହି ପକ୍ଷୀ ଗଣନା କରାଯାଇଥିଲା। ଗଣନା ଅନୁଯାୟୀ, କନିକା ରେଞ୍ଜର ମଠଆଡ଼ିଆରେ ୨୦ ହଜାର ୭୨୪ଟି ମା’ ପକ୍ଷୀଙ୍କ ସହ ୪୧ ହଜାର ୭୪୨ଟି ଛୁଆଙ୍କୁ ମିଶାଇ ମୋଟ ୭୧ ହଜାର ୪୬୬ଟି, ଲକ୍ଷ୍ମୀପ୍ରସାଦଡ଼ିଆରେ ୨୮ ହଜାର ୮୬୮ ମା’ ପକ୍ଷୀଙ୍କ ସହ ୩୨ ହଜାର ୩୫୧ ଛୁଆଙ୍କୁ ମିଶାଇ ୫୭ ହଜାର ୨୧୯ଟି, ଦୁର୍ଗାପ୍ରସାଦଡ଼ିଆରେ ୯୪ଟି ମା’ ପକ୍ଷୀଙ୍କ ସହ ୧୨୨ଟି ଛୁଆଙ୍କୁ ମିଶାଇ ୨୧୬ଟି ଏବଂ ରାଜନଗର ରେଞ୍ଜ ଅନ୍ତର୍ଗତ ବାଲିଡ଼ିଆରେ ୧୪୪୨ଟି ମା’ ପକ୍ଷୀଙ୍କ ସହ ୧୯୩୬ଟି ଛୁଆଙ୍କୁ ମିଶାଇ ୩୩୭୮ଟି ପକ୍ଷୀ ରହିଥିବା ଜଣାପଡ଼ିଛି।

ପକ୍ଷୀମାନେ ସାଧାରଣତଃ ବନି, ଗୁଆଁ, କେରୁଆଁ, ଓରୁଆ, ସିନ୍ଧୁକା ଓ ସୁନ୍ଦରୀ ଗଛଗୁଡ଼ିକରେ ବସା ବାନ୍ଧିଥିଲେ। କନିକା ରେଞ୍ଜରେ ୧୩୩୬ଟି ଗଛରେ ଏବଂ ରାଜନଗର ରେଞ୍ଜର ବାଲିଡ଼ିଆରେ ୮୩ଟି ଗଛରେ ପକ୍ଷୀମାନେ ବସା ବାନ୍ଧିଥିବା ଦେଖିବାକୁ ମିଳିଥିଲା। ଏହିସବୁ ବସାରେ ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟ (ଜଟିଆ) ବଗ, ଖାଇରାବଗ, ମାଟିଆ ବଗ, ପାଣିକୋଚିଆ, ଅନ୍ଧାରିଆ ବଗ, ଦା-ବେଣ୍ଟିଆ ବଗ ଏବଂ କାପରଖାଇ ପ୍ରଜାତିର ପକ୍ଷୀମାନେ ବଂଶବୃଦ୍ଧି କରିଥିବା ଜଣାପଡ଼ିଛି। ଏହି ୧୦ଟି ପ୍ରଜାତିର ଦେଶୀୟ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଗେଣ୍ଡାଳିଆ ପକ୍ଷୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପକ୍ଷୀଗଣନା ପରିବେଶ ଓ ବନବିଭାଗ ଭିତରକନିକା
Share. Facebook Twitter LinkedIn Email WhatsApp Copy Link

Related Posts

ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

September 11, 2026

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026
Latest News

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026

ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

September 11, 2026

“ବନ୍ଧୁ ବାଛିପାରିବେ, କିନ୍ତୁ ପଡ଼ୋଶୀ ନୁହେଁ”: ବ୍ରିକ୍ସ ସମ୍ମିଳନୀ ଉପରେ ସୁପ୍ରିୟା ସୁଲେଙ୍କ ପ୍ରତିକ୍ରିୟା

September 11, 2026

ଜରାଙ୍ଗେଙ୍କ ପ୍ରତିବାଦ ରୋକିବା ପାଇଁ ଆବେଦନ: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

September 11, 2026

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.