ଦ୍ବୈତ ସ୍ବାର୍ଥ ମାମଲା : ସେପ୍ଟେମ୍ବର 26ରେ ବିସିସିଆଇ ସମ୍ମୁଖରେ ହାଜର ହେବେ ଦ୍ରାବିଡ୍‌

Published: Aug 26, 2019, 6:22 pm IST
aswin mankaded staying within the line

ଦ୍ବୈତ ସ୍ବାର୍ଥ ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ ଜୁନିୟର ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଆସନ୍ତା ମାସରେ ବିସିସିଆଇ ସମ୍ମୁଖରେ ହାଜର ହେବେ । ଆସନ୍ତା ସେପ୍ଟେମ୍ବର 26 ତାରିଖରେ ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ଦ୍ରାବିଡଙ୍କୁ ହାଜର ହେବାର ନିର୍ଦ୍ଦେଶ ଦେଇଛନ୍ତି ବିସିସିଆଇ ଲୋକପାଳ ଜଷ୍ଟିସ୍ ଡିକେ ଜୈନ୍ । ଦ୍ବୈତ ସ୍ବାର୍ଥ ମାମଲା ନେଇ ଦ୍ରାବିଡଙ୍କ ବିପକ୍ଷରେ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ପରେ ଲୋକପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମିଟି ସମ୍ମୁଖରେ ହାଜର ହେବା ପୂର୍ବରୁ ଦ୍ରାବିଡଙ୍କୁ ଲିଖିତ ଭାବରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜୈନ୍‌ । ଉଲ୍ଲେଖଯୋଗ୍ୟ ଯେ, ବିସିସିଆଇର ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଏକା ସାଙ୍ଗରେ ଦୁଇଟି ପଦବୀରେ ରହି ପାରିବେ ନାହିଁ । ଦ୍ରାବିଡ୍‌ ଜୁନିୟର ଦଳର ପ୍ରଶିକ୍ଷକ ଏବଂ ଏନ୍‌ସିଏର ମୁଖ୍ୟ ରହିବା ସହିତ ଇଣ୍ଡିଆ ସିମେଣ୍ଟସର ସଭାପତି ରହିଛନ୍ତି ।

Related posts